IIT କାନପୁରରେ ପ୍ରଫେସର ଦମ୍ପତିଙ୍କ ବିବାଦ , ଘରୋଇ ହିଂସା ଅଭିଯୋଗରେ ଏଫ୍‌ଆଇଆର୍

ଦେଶର ଅନ୍ୟତମ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ IIT କାନପୁରର ଦୁଇଜଣ ପ୍ରଫେସରଙ୍କ ପାରିବାରିକ ବିବାଦ ଏବେ ପହଞ୍ଚିଛି ଥାନାରେ । ଜଣେ ମହିଳା ସହକାରୀ ପ୍ରଫେସର ନିଜ ସ୍ୱାମୀ, ଯିଏ ସେହି ସଂସ୍ଥାନର ଜଣେ ପ୍ରଫେସର, ତାଙ୍କ ବିରୋଧରେ ଘରୋଇ ହିଂସା, ମାନସିକ ନିର୍ଯାତନା ଓ ଅନ୍ୟାନ୍ୟ ଗୁରୁତର ଅଭିଯୋଗ ଆଣି ଏଫଆଇଆର୍ ଦାଖଲ କରିଛନ୍ତି ।

ଦେଶର ଅନ୍ୟତମ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ IIT କାନପୁରର ଦୁଇଜଣ ପ୍ରଫେସରଙ୍କ ପାରିବାରିକ ବିବାଦ ଏବେ ପହଞ୍ଚିଛି ଥାନାରେ । ଜଣେ ମହିଳା ସହକାରୀ ପ୍ରଫେସର ନିଜ ସ୍ୱାମୀ, ଯିଏ ସେହି ସଂସ୍ଥାନର ଜଣେ ପ୍ରଫେସର, ତାଙ୍କ ବିରୋଧରେ ଘରୋଇ ହିଂସା, ମାନସିକ ନିର୍ଯାତନା ଓ ଅନ୍ୟାନ୍ୟ ଗୁରୁତର ଅଭିଯୋଗ ଆଣି ଏଫଆଇଆର୍ ଦାଖଲ କରିଛନ୍ତି । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁସାରେ, ୨୦୧୨ ମସିହାରେ ଉଭୟଙ୍କ ବିବାହ ହୋଇଥିଲା ଏବଂ ସେମାନଙ୍କର ଦୁଇ ସନ୍ତାନ ଅଛନ୍ତି। ମହିଳା ପ୍ରଫେସରଙ୍କ ଦାବି, ଗତ କିଛି ବର୍ଷ ଧରି ସ୍ୱାମୀଙ୍କ ବ୍ୟବହାର ବଦଳିଯାଇଥିଲା । ସ୍ୱାମୀଙ୍କର ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ସନ୍ଦେହକୁ ନେଇ ପ୍ରଶ୍ନ କରିବା ପରେ ତାଙ୍କୁ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦିଆଯାଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

ମହିଳା ପ୍ରଫେସର ଏଫଆଇଆର୍‌ରେ ଆହୁରି ଅଭିଯୋଗ କରିଛନ୍ତି ଯେ, ବର୍ଷା ରାତିରେ ତାଙ୍କୁ ଘର ବାହାରେ ଠିଆ କରାଯାଇଥିଲା, ମାରପିଟ କରାଯାଇଥିଲା ଏବଂ ଏହାର ପ୍ରଭାବ ଦୁଇ ସନ୍ତାନଙ୍କ ଉପରେ ମଧ୍ୟ ପଡ଼ିଥିଲା । ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ସ୍ୱାମୀଙ୍କର ନିଜ ବିଭାଗର କିଛି ପିଏଚଡି ଗବେଷକ ଓ ଅନ୍ୟ ମହିଳା କର୍ମଚାରୀଙ୍କ ସହ ସମ୍ପର୍କ ଥିବା ସନ୍ଦେହ ରହିଛି । ଏସବୁ ଅଭିଯୋଗ ଅଭିଯୋଗକାରୀଙ୍କ ଏଫଆଇଆର୍‌ରେ ଉଲ୍ଲେଖିତ, ଯାହାର ସତ୍ୟତାର ତଦନ୍ତ ଚାଲିଛି । ଅଭିଯୋଗରେ ଘର ଭିତରେ ସିସିଟିଭି ଲଗାଇ ସବୁବେଳେ ନଜର ରଖିବା, ଘରୋଇ ସାମଗ୍ରୀ ନଷ୍ଟ କରିବା ଏବଂ ଧମକ ଦେବା ପରି ଅଭିଯୋଗ ମଧ୍ୟ ରହିଛି । ମହିଳା ପ୍ରଫେସର ନିଜ ସୁରକ୍ଷା ପାଇଁ ପୋଲିସ ନିକଟରେ ଆବେଦନ କରିଛନ୍ତି । ସେପଟେ, କାନପୁର ପୁଲିସ କହିଛି ଯେ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି ଏବଂ ଉଭୟ ପକ୍ଷର ବୟାନ, ଉପଲବ୍ଧ ପ୍ରମାଣ ଓ ଇଲେକ୍ଟ୍ରୋନିକ୍ ରେକର୍ଡ ଆଧାରରେ ତଦନ୍ତ ଚାଲିଛି । ଅନ୍ୟପକ୍ଷରେ, ଅଭିଯୁକ୍ତ ପ୍ରଫେସର ସାର୍ବଜନୀନ ଭାବେ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ଖବର ମିଳିଛି । ତଦନ୍ତ ଶେଷ ହେବା ପରେ ହିଁ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ । 

Leave a Reply

Your email address will not be published. Required fields are marked *