ହର୍ମୁଜ୍ ପ୍ରଣାଳୀରେ ପୁଣି ଉତ୍ତେଜନା : ଆମେରିକା-ଇରାନ ମୁହାଁମୁହିଁ ପରେ ତେଲ ଦର ୩% ରୁ ଅଧିକ ବୃଦ୍ଧି ପାଇଲା

ଆମେରିକାର ନୂଆ ଆକ୍ରମଣ ପରେ ଇରାନ ଉପସାଗରୀୟ ଦେଶଗୁଡ଼ିକ ଉପରେ ଜୋରଦାର ଆକ୍ରମଣ କରୁଛି । ଫଳରେ ହର୍ମୁଜ୍‌ରେ ପୁଣି ସଙ୍କଟ ସୃଷ୍ଟି ହୋଇ ଗତିରୋଧ ଜାରି ରହିଛି।

ଆମେରିକାର ନୂଆ ଆକ୍ରମଣ ପରେ ଇରାନ ଉପସାଗରୀୟ ଦେଶଗୁଡ଼ିକ ଉପରେ ଜୋରଦାର ଆକ୍ରମଣ କରୁଛି। ଫଳରେ ହର୍ମୁଜ୍‌ରେ ପୁଣି ସଙ୍କଟ ସୃଷ୍ଟି ହୋଇ ଗତିରୋଧ ଜାରି ରହିଛି । ଏହା ଦ୍ବାରା ବିଶ୍ୱ ତୈଳ ମୂଲ୍ୟରେ ୩ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ହର୍ମୁଜ୍ ପ୍ରଣାଳୀ ଦେଇ ଶକ୍ତି ଯୋଗାଣରେ ବାଧା ସୃଷ୍ଟି କରିବା ସହ ବିଶ୍ୱ ବଜାରରେ ନୂତନ ଅନିଶ୍ଚିତତା ସୃଷ୍ଟି ନେଇ ଚିନ୍ତାକୁ ବଢ଼ାଇଛି। 

ସେପ୍ଟେମ୍ବର ଡେଲିଭରି ପାଇଁ ବ୍ରେଣ୍ଟ କ୍ରୁଡ୍ ଫ୍ୟୁଚର୍ସ ମୂଲ୍ୟ ପ୍ରାରମ୍ଭିକ କାରବାରରେ ୨.୪୬ ଡଲାର ଅର୍ଥାତ୍ ୩.୨୪ ପ୍ରତିଶତ ବୃଦ୍ଧି ପାଇଛି। ଫଳରେ ବ୍ୟାରେଲ ପିଛା ଦର ୭୮.୪୭ ଡଲାରରେ ପହଞ୍ଚିଛି । ଆମେରିକାର ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟ୍ (ଡବ୍ଲୁଟିଆଇ) ଅଗଷ୍ଟ ଡେଲିଭରି ପାଇଁ କ୍ରୁଡ୍ ଫ୍ୟୁଚର୍ସର ମୂଲ୍ୟ ୨.୩୬ ଡଲାର ବା ୩.୩୦ ପ୍ରତିଶତ ବୃଦ୍ଧି ପାଇ ଏବେ ୭୩.୭୭ ଡଲାରରେ ଛୁଇଁଛି । 

ଆମେରିକା ପକ୍ଷରୁ ଇରାନ ଲକ୍ଷ୍ୟସ୍ଥଳ ଉପରେ ପୁଣି ଆକ୍ରମଣ କରାଯିବା ପରେ ତେହେରାନ ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୁଣି ଯୁଦ୍ଧ ଯୋଗୁଁ ଆଶଙ୍କା ସୃଷ୍ ହୋଇଛି ଯେ, ଏହି ସଂଘର୍ଷ ଉପସାଗରୀୟ ଅଞ୍ଚଳରୁ ତୈଳ ରପ୍ତାନିକୁ ବାଧା ଦେଇପାରେ ଏବଂ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପରିବହନ ପଥ ହର୍ମୁଜ୍ ପ୍ରଣାଳୀ ଦେଇ ବାଣିଜ୍ୟିକ ପରିବହନକୁ ସଙ୍କଟରେ ପକାଇପାରେ ।
କେପ୍ଲରରୁ ଜାହାଜ-ଟ୍ରାକିଂ ତଥ୍ୟ ଦ୍ୱାରା ସାମୁଦ୍ରିକ ସୁରକ୍ଷା ଚିନ୍ତା ବୃଦ୍ଧି କରିଛି। ଏହା ଦର୍ଶାଉଛି ଯେ, ରବିବାର କେବଳ ଛଅଟି ଜାହାଜ ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରିଥିଲା, ଯାହା ପାଞ୍ଚ ସପ୍ତାହ ମଧ୍ୟରେ ସର୍ବନିମ୍ନ ଦୈନିକ ଟ୍ରାଫିକ ସ୍ତର।

Leave a Reply

Your email address will not be published. Required fields are marked *