ଗାଏକ୍ୱାଡ୍‌ଙ୍କ ଶତକ; ଶ୍ରୀଲଙ୍କା ‘ଏ’କୁ ୮ ରନ୍‌ରେ ହରାଇଲା ଭାରତ ‘ଏ’

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ‘ଏ’ ଋତୁରାଜ ଗାଏକ୍ୱାଡ୍‌ଙ୍କ ଶତକ ଓ ତିଲକ ବର୍ମାଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍‌ ହରାଇ ୨୭୭ ରନ୍‌ କରିଥିଲା । ମାତ୍ର ୧୬ ରନ୍‌ରେ ଦୁଇ ଓପନର୍‌ ବୈଭବ ସୂର୍ଯ୍ୟବଂଶୀ ଓ ପ୍ରଭସିମରନ୍‌ ସିଂହଙ୍କୁ ହରାଇବା ପରେ ପ୍ରିୟାଂଶ ଆର୍ଯ୍ୟ ଓ ଗାଏକ୍ୱାଡ୍‌ ୫୩ ରନ୍‌ର ଏକ ଭାଗୀଦାର କରି ସ୍ଥିତିକୁ ସମ୍ଭାଳିଥିଲେ ।

ଦାମ୍ବୁଲାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଶୃଙ୍ଖ​ଳାର ପ୍ରଥମ ମ୍ୟାଚ୍‌ରେ ଭାରତ ‘ଏ’ ୮ ରନ୍‌ରେ ଶ୍ରୀଲଙ୍କା ‘ଏ’କୁ ପରାସ୍ତ କରିଛି । ୨୭୮ ରନ୍‌ର ପଶ୍ଚାତ୍‌ଧାବନ କରୁଥିବା ଶ୍ରୀଲଙ୍କା ‘ଏ’ ୨୬୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଦଳ ପକ୍ଷରୁ ସାହାନ୍‌ ଆରାଚ୍‌ଚିଗେ ସର୍ବାଧିକ ୭୪ ରନ୍‌ କରିଥିବା ବେଳେ ନିରୋସାନ ଡିକ୍‌ୱାଲା ୪୭, ସଦିରା ସମରବିକ୍ରମା ୪୬ ଓ ଅଭିଷ୍କା ଫର୍ଣ୍ଣାଣ୍ଡୋ ୪୫ ରନ୍‌ କରିଥିଲେ । ଭାରତ ପକ୍ଷରୁ ଅର୍ସଦ ଖାଁ, ଅନୁକୂଳ ରୟ, ଆୟୁଷ ବଡ଼ୋନୀ ଓ ବିପ୍ରାଜ ନିଗମ ୨ ଲେଖାଏଁ ୱିକେଟ୍‌ ନେଇଥିଲେ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ‘ଏ’ ଋତୁରାଜ ଗାଏକ୍ୱାଡ୍‌ଙ୍କ ଶତକ ଓ ତିଲକ ବର୍ମାଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍‌ ହରାଇ ୨୭୭ ରନ୍‌ କରିଥିଲା । ମାତ୍ର ୧୬ ରନ୍‌ରେ ଦୁଇ ଓପନର୍‌ ବୈଭବ ସୂର୍ଯ୍ୟବଂଶୀ ଓ ପ୍ରଭସିମରନ୍‌ ସିଂହଙ୍କୁ ହରାଇବା ପରେ ପ୍ରିୟାଂଶ ଆର୍ଯ୍ୟ ଓ ଗାଏକ୍ୱାଡ୍‌ ୫୩ ରନ୍‌ର ଏକ ଭାଗୀଦାର କରି ସ୍ଥିତିକୁ ସମ୍ଭାଳିଥିଲେ ।

ପ୍ରିୟାଂଶ ମାତ୍ର ୩୨ ରନ୍‌ କରିଥିବା ବେଳେ ଏକ ବିବାଦୀୟ ରନ୍‌ଆଉଟ୍‌ର ଶିକାର ହୋଇଥିଲେ । ସେ କ୍ରିଜ୍‌କୁ ଛୁଇଁବାକୁ ଉଦ୍ୟମ କରୁଥିବା ବେଳେ ଶ୍ରୀଲଙ୍କା ୱିକେଟ୍‌ରକ୍ଷକ ନିରୋସାନ ଡିକ୍‌ୱାଲାଙ୍କ ଯୋତା ତାଙ୍କ ବ୍ୟାଟ୍‌କୁ ଅଟକାଇଥିଲା । ପ୍ରିୟାଂଶ ଆଉଟ୍‌ ହେବା ପରେ ଋତୁରାଜ (୧୦୧) ଓ ତିଳକ (୬୦)ଙ୍କ ମଧ୍ୟରେ ୧୫୦ ରନ୍‌ର ଏକ ଭାଗୀଦାର ହୋଇଥିଲା, ଯାହା ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାରେ ସହାୟକ ହୋଇଥିଲା । ଆୟୁଷ ବାଡୋନୀ (୨୪) ଓ ସୂର୍ଯ୍ୟାଂଶ ସେଗ୍‌ଡେ (୨୬) ଉପଯୋଗୀ ପାଳି ଖେଳି ସ୍କୋର୍‌କୁ ୨୭୭ରେ ପହଞ୍ଚାଇଥିଲେ । ଶ୍ରୀଲଙ୍କା ପକ୍ଷରୁ ମହମ୍ମଦ ସିରାଜ୍‌ ୨ ଏବଂ ୱାନୁଜା ସାହାନ, ଗରୁକା ସଂକେତ ଓ ଚମିକା କରୁଣାରତ୍ନେ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ଋତୁରାଜଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

ସଂକ୍ଷିପ୍ତ ସ୍କୋର୍‌: ଭାରତ ‘ଏ’ ୫୦ ଓଭରରେ-୨୭୭/୬ ( ଋତୁରାଜ ଗାଏକ୍ବାଡ୍‌ ୧୦୧, ତିଳକ ବର୍ମା ୬୦, ପ୍ରିୟାଂଶ ଆର୍ଯ୍ୟ ୩୨, ମହମ୍ମଦ ସିରାଜ ୨/୬୭, ଓ୍ବାନୁଜା ସାହାନ ୧/୩୫)। ଶ୍ରୀଲଙ୍କା ‘ଏ’ ୪୮.୫ ଓଭରରେ-୨୬୯/୧୦ ( ସାହାନ୍‌ ଆରାଚ୍‌ଚିଗେ ୭୪, ନିରୋସାନ ଡିକ୍‌ଓ୍ବାଲା ୪୭, ସଦିରା ସମରବିକ୍ରମା ୪୬, ଅର୍ସଦ ଖାଁ ୨/୨୪, ବିପ୍ରାଜ ନିଗମ ୨/୪୬, ଆୟୁଷ ବଦୋନି ୨/୪୬, ଅନୁକୂଳ ରାୟ ୨/୪୯)

Leave a Reply

Your email address will not be published. Required fields are marked *