ପଡୋଶୀ ରାଜ୍ୟ ପଶ୍ଚିମବଂଗରେ ମମତାଙ୍କ ଦଳ ଭୁଶୁଡୁଥିବାବେଳେ ଓଡ଼ିଶାରେ ଛନକା। ଆଗକୁ ବିଜେଡିର ସମାନ ଦଶା ହେବନି ତ? ନା ନୂଆ ଉତ୍ତରାଧିକାରୀ ଆଣି ଦଳକୁ ପୁଣି ମଜୁବୁତ କରିବାରେ ସକ୍ଷମ ହେବେ ନବୀନ? ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଥିବାବେଳେ ବିଜେଡି ନେତାଙ୍କ ବୟାନ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।

ଶୁଣିଲେ ତ ଦୁଇ ବିଜେଡି ନେତା କଣ କହିଲେ। ବିଜେଡିରେ ଯେତେବେଳେ ବିପର୍ଯ୍ୟୟ ଲାଗି ରହିଛି। ବଡ଼ଠରୁ ଛୋଟ ନେତା ନିଇତି ଦଳ ଛାଡୁଛନ୍ତି। ନବୀନଙ୍କ ହୁକୁମକୁ ଆଉ ମାନୁନାହାନ୍ତି। ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ପୁଣି ଥରେ ଦଳର କମାଣକୁ ଶକ୍ତ କରିବା ନବୀନଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି। ଏତିକିବେଳେ ପାଣ୍ଡିଆନ ପ୍ଲାନ ଫେଲ୍ ମାରିବା ପରେ ସୁଜାତାଙ୍କୁ ଆଣିବା ପାଇଁ ଯୋଜନା ଚାଲିଥିବା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ଦଳୀୟ ନେତାଙ୍କ ଏହି ବୟାନ। ଅନ୍ୟପଟେ ନବୀନ ଦିଲ୍ଲୀରୁ ଫେରି ଅଚାନକ ୧୦ତାରିଖରେ ବୈଠକ ଡାକିବା ବିଜେଡି ରାଜନୀତିକୁ ଉଷ୍ଣ କରିଛି ।
ପଶ୍ଚିମବଂଗରେ ମମତା କ୍ଷମତାରୁ ଯିବା ପରେ ତୃଣମୂଳ କଂଗ୍ରେସର ଚିହ୍ନ ତାଙ୍କ ପାଖରେ ଥିଲେ ବି ବିଦ୍ରୋହୀ ବିରୋଧୀ ଦଳ ନେତା ହୋଇଛନ୍ତି। ୨୦ରୁ ଅଧିକ ସାଂସଦ ଦଳ ଛାଡିବା ନେଇ ଚର୍ଚ୍ଚା ହେଉଛି। ଆଗାମି ଦିନରେ ମମତାଙ୍କ ହାତରୁ ଦଳ ଖସିଯିବା ଆଶଙ୍କା କରାଯାଉଛି। ପଡୋଶୀ ରାଜ୍ୟରେ ଘଟୁଥିବା ଏହି ରାଜନୈତିକ ହଲଚଲ ନବୀନଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି।