ଆମେରିକା ବିମାନ ଆକ୍ରମଣର କଡ଼ା ଜବାବ ଦେଲା ଇରାନ

ଇରାନ ଦାବି କରିଛି, ବାହାରିନ ଏବଂ କୁଏତରେ ଥିବା ୮୫ଟି ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରାଯାଇଛି। ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଅନୁଯାୟୀ,

ଇରାନ ଦାବି କରିଛି, ବାହାରିନ ଏବଂ କୁଏତରେ ଥିବା ୮୫ଟି ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରାଯାଇଛି। ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ଅନୁଯାୟୀ, ଏହାର ନୌସେନା ଏବଂ ବାୟୁସେନା ଆମେରିକାର ବୋମା ମାଡ଼ର ଜବାବରେ ଏହି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଇଆରଜିସି କହିଛି ଯେ, ଆକ୍ରମଣରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ବ୍ୟବହାର କରାଯାଇଥିଲା, ଅନେକ ପ୍ରମୁଖ ଆମେରିକୀୟ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇଥିଲା।ବାହାରିନରେ ଥିବା ଆମେରିକାର ପଞ୍ଚମ ନୌସେନା ଘାଟି ଏବଂ କୁଏତରେ ଥିବା ଅଲି ଅଲ୍-ସାଲେମ ବାୟୁସେନା ଘାଟି ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ଇରାନ କହିଛି ଯେ, ଏହି କାର୍ଯ୍ୟାନୁଷ୍ଠାନ ଆମେରିକାର ଅସ୍ତ୍ରବିରତି ଏବଂ ଇସଲାମାବାଦ ଚୁକ୍ତିନାମାର କଥିତ ଉଲ୍ଲଂଘନର ଏକ ପ୍ରାରମ୍ଭିକ ପ୍ରତିକ୍ରିୟା।

ଇରାନ ଅନୁଯାୟୀ, ଆମେରିକା ପୂର୍ବରୁ ହର୍ମୋଜଗାନ ଏବଂ ମାହସାହରରେ ଉପକୂଳବର୍ତ୍ତୀ ଘାଟି ଏବଂ କିଛି ଅଣ-ସାମରିକ ଷ୍ଟେସନ ଉପରେ ବିମାନ ଆକ୍ରମଣ କରିଥିଲା। ଆଇଆରଜିସି ଏହି ଆମେରିକାର ଆକ୍ରମଣକୁ କଡ଼ା ସମାଲୋଚନା କରିଛି। ଆଇଆରଜିସି ଏହା ମଧ୍ୟ କହିଛି ଯେ, ଆମେରିକାର ଏଭଳି ନିନ୍ଦନୀୟ କାର୍ଯ୍ୟାନୁଷ୍ଠାନ ଇରାନର ଦିବଂଗତ ନେତାଙ୍କ ଶବଦାହ ଶୋଭାଯାତ୍ରା ସମୟରେ କରିଛି। ଆମେରିକା ଏହି ଐତିହାସିକ ଘଟଣାର ଗୁରୁତ୍ୱକୁ ହ୍ରାସ କରିବାକୁ ଚେଷ୍ଟା କରୁଛି। ତେବେ ଇରାନର ଆକ୍ରମଣ ନେଇ ଆମେରିକା, ବାହାରିନ କିମ୍ବା କୁଏତ ପକ୍ଷରୁ କୌଣସି ମନ୍ତବ୍ୟ ପ୍ରଦାନ କରାଯାଇନାହିଁ।

Leave a Reply

Your email address will not be published. Required fields are marked *