ଶୃଙ୍ଖଳିତ ହେବ ମହାପ୍ରଭୁଙ୍କ ଦର୍ଶନ, ନାଟମଣ୍ଡପରେ ୬ ଥାକିଆ ରାମ୍ପ୍‌, ବାହାର ଟନେଲ୍‌ରେ ଲାଗିବ ଏସି

ଶ୍ରୀମନ୍ଦିର ନାଟମଣ୍ଡପରେ ଧାଡ଼ି ଦର୍ଶନ ପାଇଁ ଆଇଆଇଟି ଭୁବନେଶ୍ୱର ୬ ଥାକିଆ ରାମ୍ପ୍‌ ଷ୍ଟ୍ରକଚର ଡିଜାଇନ୍‌ ପ୍ରସ୍ତୁତ କରିଛି। ଆଇନ ମନ୍ତ୍ରୀ ଏହାର ସମୀକ୍ଷା କରିଥିବା ବେଳେ ସେବାୟତ ଓ ପରିଚାଳନା କମିଟି ସଦସ୍ୟଙ୍କ ପରାମର୍ଶ ପରେ ଟ୍ରାଏଲ୍‌ ରନ୍‌ ହେବ।

ଶୃଙ୍ଖଳିତ ହେବ ନାଟମଣ୍ଡପରେ ଦର୍ଶନ। ଶେଷ ପର୍ଯ୍ୟାୟରେ ଧାଡ଼ି ଦର୍ଶନର ରାମ୍ପ ଡିଜାଇନ୍। ଭୁବନେଶ୍ବର ଆଇଆଇଟିରେ ଧାଡ଼ି ଦର୍ଶନ ଷ୍ଟ୍ରକଚରର ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ। ପରିଚାଳନା କମିଟି ସଦସ୍ୟ ଓ ସେବାୟତ ଯାଇ ସମୀକ୍ଷା କରିବା ପରେ ଆବଶ୍ୟକୀୟ ସଂଶୋଧନ ପାଇଁ ଦେବେ ପ୍ରସ୍ତାବ। ଖୁବଶୀଘ୍ର କାର୍ଯ୍ୟ ତ୍ୱରାନ୍ୱିତ କରି ଟ୍ରାଏଲ୍ କରିବାକୁ ଆରମ୍ଭ ହେବ ବ୍ୟବସ୍ଥା। ସେପଟେ ଶ୍ରୀମନ୍ଦିର ବାହାରେ ଭକ୍ତଙ୍କ ପାଇଁ ଥିବା ସେଡ୍ ହେବ ଶୀତତାପ ନିୟନ୍ତ୍ରିତ। ଆର୍ ଆଣ୍ଡ ବି ତରଫରୁ ଆରମ୍ଭ ହୋଇଛି ଡିଜାଇନ୍। 

ଭୁବନେଶ୍ବର ଆଇଆଇଟି ପ୍ରସ୍ତୁତ କରିସାରିଛି ଧାଡ଼ି ଦର୍ଶନର ଷ୍ଟ୍ରକଚର ଡିଜାଇନ୍। ଆଇନ ମନ୍ତ୍ରୀ ଏହାର ସମୀକ୍ଷା କରିଛନ୍ତି। ପରିଚାଳନା କମିଟି ସଦସ୍ୟ ଓ ସମ୍ପୃକ୍ତ ସେବାୟତ ଖୁବଶୀଘ୍ର ସମୀକ୍ଷା କରିବେ। ଆବଶ୍ୟକ ସ୍ଥଳେ ସେବାୟତଙ୍କ ପରାମର୍ଶ କ୍ରମେ ଡିଜାଇନ୍‌ରେ ସଂଶୋଧନ ମଧ୍ୟ ହେବ। ଏହାପରେ ଟ୍ରାଏଲ୍ ରନ୍ ହେବ। ଏହି ଷ୍ଟ୍ରକଚର ୬ ଥାକିଆ ବିଶିଷ୍ଟ ରହିଛି। ରାମ୍ପ୍‌ ଉଚ୍ଚତା ମଧ୍ୟ ଭିନ୍ନ ଭିନ୍ନ ରହିଛି। ନୀତି ସମୟରେ ଏହାକୁ କାଢ଼ି ନେବା ଭଳି ବ୍ୟବସ୍ଥା ହୋଇଛି। ଅନ୍ୟପଟରେ ଶ୍ରୀମନ୍ଦିରକୁ ପ୍ରତିଦିନ ଆସୁଥିବା ପ୍ରାୟ ୬୦ହଜାର ଭକ୍ତଙ୍କୁ ଗରମ ଗୁଳୁଗୁଳିରୁ ଆଶ୍ୱସ୍ତି ଦେବାପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ୍।

ନାଟ ମଣ୍ଡପରେ ଏସି ବ୍ୟବସ୍ଥା ପରେ ଶୀତତାପ ନିୟନ୍ତ୍ରିତ ହେବ ଶ୍ରୀମନ୍ଦିର ବାହାର ସେଡ୍‌ ବା ଟନେଲ୍‌। ପ୍ରଚଣ୍ଡ ଗରମ ସମୟରେ ଉପଲବ୍ଧ ଫ୍ୟାନ ପର୍ଯ୍ୟାପ୍ତ ହେଉ ନଥିବାରୁ ଗରମ ଗୁଳୁଗୁଳିରୁ ଭକ୍ତଙ୍କୁ ଆଶ୍ୱସ୍ତି ଦେବାପାଇଁ ଏହି ବ୍ୟବସ୍ଥା କରାଯିବ। କିନ୍ତୁ ସେଡ୍‌କୁ ଆଉ ସମ୍ପ୍ରସାରଣ କରିବାର କୌଣସି ଯୋଜନା ନାହିଁ। ଧାଡ଼ି ଦର୍ଶନ ପାଇଁ ଷ୍ଟ୍ରକଚର ଆଇଆଇଟି ଭୁବନେଶ୍ୱର ପ୍ରସ୍ତୁତ କରୁଥିବା ବେଳେ ବାହାର ଟନେଲ୍‌ରେ  ଏସି ବ୍ୟବସ୍ଥା କରୁଛି ଆର ଆଣ୍ଡ ବି ।

Leave a Reply

Your email address will not be published. Required fields are marked *