ସୋର ବ୍ଲକ୍ ପାଖର ପଞ୍ଚାୟତ ଅଧୀନ ପାଖର ଗାଁର ମା’ ବାସୁଳୀ ଏସ୍ଏଚ୍ଜିର ସଭାପତି ସତସ୍ୱରୂପା ସ୍ୱାଇଁଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତର ଗଳା ପୋଖରୀକୁ ତିନି ବର୍ଷ ପାଇଁ ନିଲାମରେ ନେଇ ମାଛ ଚାଷ କରୁଛନ୍ତି ।

ପୋଖରୀରେ ବିଷ ପକାଇ ଶହଶହ ମାଛ ମାରିଦେବା ଅଭିଯୋଗ । ବାଲେଶ୍ୱର ଅନନ୍ତପୁର ଥାନାରେ ଜଣେ ଯୁବକଙ୍କ ନାଁରେ ଏନେଇ ଲିଖିତ ଅଭିଯୋଗ ହୋଇଛି ।
ସୋର ବ୍ଲକ୍ ପାଖର ପଞ୍ଚାୟତ ଅଧୀନ ପାଖର ଗାଁର ମା’ ବାସୁଳୀ ଏସ୍ଏଚ୍ଜିର ସଭାପତି ସତସ୍ୱରୂପା ସ୍ୱାଇଁଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତର ଗଳା ପୋଖରୀକୁ ତିନି ବର୍ଷ ପାଇଁ ନିଲାମରେ ନେଇ ମାଛ ଚାଷ କରୁଛନ୍ତି । ଏଥିପାଇଁ ଋଣ କରି ପୂର୍ବରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ମାଛ ଛାଡ଼ିଥିବା ବେଳେ ଗତକାଲି ଆଉ ୨୦ ହଜାର ଟଙ୍କାର ଜାଆଁଳା ଛାଡ଼ିଥିଲେ ।
/filters:format(webp)/kanak/media/media_files/2026/09/23/soro1-2026-09-23-18-08-57.jpeg)
ତେବେ ଆଜି ସକାଳେ ପୋଖରୀରେ ଶହଶହ ମାଛ ମରି ଭାସୁଥିବା ଦେଖାଯାଇଥିଲା । ପୋଖରୀ ନିଲାମ ନେବା ସମୟରେ ଗାଁର ଭାସ୍କର ପ୍ରଧାନଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଥିବା ଏବଂ ପୋଖରୀରେ ବିଷ ପକାଇ ମାଛ ମାରିଦେବାକୁ ଭାସ୍କର ଧମକ ଦେଇଥିବା ସତସ୍ୱରୂପା ଅଭିଯୋଗ କରିଛନ୍ତି । ତେଣୁ ଭାସ୍କର ବିଷ ପକାଇଥିବା ସେ ସନ୍ଦେହ କରିଛନ୍ତି । ଏନେଇ ଅନନ୍ତପୁର ଥାନାରେ ଭାସ୍କରଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ତେବେ ଭାସ୍କର ପ୍ରଧାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଋଣ କରି ମାଛ ଚାଷରେ ଟଙ୍କା ଲଗାଇଥିବା ଏସ୍ଏଚ୍ଜି ମହିଳାମାନେ ମାଛ ମରିଯିବା ପରେ ଆର୍ଥିକ କ୍ଷତିରେ ପଡ଼ିଛନ୍ତି । ଋଣ ଟଙ୍କା କିପରି ପରିଶୋଧ କରିବେ, ସେନେଇ ଚିନ୍ତାରେ ଅଛନ୍ତି ।
