ଓଡ଼ିଆ ଭାଷା ଓ ‘ବନ୍ଦେ ଉତ୍କଳ’କୁ ନେଇ ବିସ୍ଫୋରକ ବୟାନ; ‘ସମ୍ବଲପୁରୀ ହିଁ ପ୍ରକୃତ ଓଡ଼ିଆ ଭାଷା’

ଓଡ଼ିଆ ଭାଷା ଓ ‘ବନ୍ଦେ ଉତ୍କଳ’କୁ ନେଇ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ବଡ଼ ବୟାନ । ଓଡ଼ିଶାରେ ଓଡ଼ିଆ ଅପେକ୍ଷା ସମ୍ବଲପୁରୀ ଭାଷା କହୁଥିବା ଲୋକଙ୍କ ସଂଖ୍ୟା ଅଧିକ ବୋଲି କହିଛନ୍ତି ଜୟନାରାୟଣ ।

ଓଡ଼ିଆ ଭାଷା ଓ ‘ବନ୍ଦେ ଉତ୍କଳ’କୁ ନେଇ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ବଡ଼ ବୟାନ । ଓଡ଼ିଶାରେ ଓଡ଼ିଆ ଅପେକ୍ଷା ସମ୍ବଲପୁରୀ ଭାଷା କହୁଥିବା ଲୋକଙ୍କ ସଂଖ୍ୟା ଅଧିକ ବୋଲି କହିଛନ୍ତି ଜୟନାରାୟଣ ।

ତାଙ୍କ କହିବା ଅନୁସାରେ, ସମ୍ବଲପୁରୀ ଭାଷା ହିଁ ପ୍ରକୃତ ଓଡ଼ିଆ ଭାଷା । ବର୍ତ୍ତମାନ ଯେଉଁ ଭାଷାକୁ ଆମେ ଓଡ଼ିଆ ଭାଷା ବୋଲି କହୁଛୁ, ସେଥିରେ ବଙ୍ଗଳା ଭାଷାର ପ୍ରଭାବ ରହିଛି ବୋଲି ସେ ମତ ଦେଇଛନ୍ତି । ସେହିପରି ‘ବନ୍ଦେ ଉତ୍କଳ’କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଜୟନାରାୟଣ । ‘ବନ୍ଦେ ଉତ୍କଳ’ କାହିଁକି କହିବୁ? ବୋଲି ପ୍ରଶ୍ନ କରିବା ସହ ଉତ୍କଳ ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ବୁଝାଏ, ସମ୍ପୂର୍ଣ୍ଣ ଓଡ଼ିଶାକୁ ନୁହେଁ ବୋଲି କହିଛନ୍ତି ।

ଓଡ଼ିଶାକୁ ନେଇ ଏକ ନୂଆ ସଙ୍ଗୀତ ପ୍ରସ୍ତୁତ ହେବା ଦରକାର ବୋଲି ମତ ରଖିଛନ୍ତି ଜୟନାରାୟଣ । ଏଥିରେ ଅଭିଭକ୍ତ ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି ଓ ଆଠମଲ୍ଲିକ ଭଳି ଅଞ୍ଚଳକୁ ସ୍ଥାନ ଦିଆଯାଉ ବୋଲି ସେ କହିଛନ୍ତି । ‘ଆମେ କାହାକୁ ବିରୋଧ କରୁନୁ’ ବୋଲି ସ୍ପଷ୍ଟ କରିବା ସହ ଓଡ଼ିଶାର ସମସ୍ତ ଅଞ୍ଚଳ ଓ ଭାଷାକୁ ସମାନ ଗୁରୁତ୍ୱ ମିଳିବା ଉଚିତ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *