ବକ୍ସ ଅଫିସରେ ‘ଆୱାରାପନ୍ ୨’ର ଜଲୱା , ୪ ଦିନରେ ୯୦ କୋଟି ପାର୍

ବକ୍ସ ଅଫିସରେ ଧମାଲ କରୁଛି ଇମ୍ରାନ ହାସମୀଙ୍କ ‘ଆୱାରାପନ୍ ୨’ । ଅଗଷ୍ଟ ୧୪ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଚତୁର୍ଥ ଦିନରେ ମଧ୍ୟ ଦର୍ଶକଙ୍କୁ ସିନେମା ହଲ୍‌କୁ ଟାଣିବାରେ ସଫଳ ହୋଇଛି ।

ବକ୍ସ ଅଫିସରେ ଧମାଲ କରୁଛି ଇମ୍ରାନ ହାସମୀଙ୍କ ‘ଆୱାରାପନ୍ ୨’ । ଅଗଷ୍ଟ ୧୪ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ ଚତୁର୍ଥ ଦିନରେ ମଧ୍ୟ ଦର୍ଶକଙ୍କୁ ସିନେମା ହଲ୍‌କୁ ଟାଣିବାରେ ସଫଳ ହୋଇଛି । ରିପୋର୍ଟ ଅନୁସାରେ, ପ୍ରଥମ ସୋମବାର ଫିଲ୍ମଟି ପ୍ରାୟ ୯.୨୫ କୋଟି ଟଙ୍କା ନେଟ୍ କଲେକ୍ସନ କରିଛି ଏବଂ ଭାରତରେ ମୋଟ ନେଟ୍ କଲେକ୍ସନ ପ୍ରାୟ ୯୧ କୋଟି ଟଙ୍କାରେ ପହଞ୍ଚିଛି । ବିଶେଷ କଥା ହେଉଛି, ସ୍ୱାଧୀନତା ଦିବସ ଅବସରରେ ରିଲିଜ୍ ହୋଇଥିବା ଏହି ଫିଲ୍ମର ଟକ୍କର ସନି ଦେଓଲଙ୍କ ‘ବଟୱାରା ୧୯୪୭’ ସହ ହୋଇଛି । ହେଲେ ବକ୍ସ ଅଫିସ୍ ଦୌଡ଼ରେ ‘ଆୱାରାପନ୍ ୨’ ଏବେ ସ୍ପଷ୍ଟ ଭାବେ ଆଗରେ ରହିଛି । ଇମ୍ରାନ ହାସମୀ ଓ ଦିଶା ପଟାନୀଙ୍କ ଅଭିନୀତ ‘ଆୱାରାପନ୍ ୨’ ରିଲିଜ୍‌ର ପ୍ରଥମ ତିନି ଦିନରେ ମଧ୍ୟ ଜବରଦସ୍ତ କଲେକ୍ସନ କରିଥିଲା। ଚତୁର୍ଥ ଦିନରେ ସୋମବାରର ସାଧାରଣ ୱିକ୍‌ଡେ ଡ୍ରପ୍ ଦେଖାଯାଇଥିଲେ ମଧ୍ୟ ଫିଲ୍ମର ଗତି ଜାରି ରହିଛି । ଏବେ ଖୁବଶୀଘ୍ର ୧୦୦ କୋଟି କ୍ଲବ୍‌ରେ ପ୍ରବେଶ କରିବା ଉପରେ ନଜର ରହିଛି ।

ଅନ୍ୟପଟେ ସନି ଦେଓଲ ଓ ପ୍ରୀତି ଜିଣ୍ଟାଙ୍କ ‘ବଟୱାରା ୧୯୪୭’ ସୋମବାର ଜୋରଦାର ଝଟକା ଖାଇଛି। ଚତୁର୍ଥ ଦିନରେ ଫିଲ୍ମର ଭାରତୀୟ ନେଟ୍ କଲେକ୍ସନ ପ୍ରାୟ ୨ କୋଟି ଟଙ୍କା ରହିଥିବା ରିପୋର୍ଟ ଆସିଛି । ଏହା ସହ ଫିଲ୍ମର ମୋଟ ଭାରତୀୟ ନେଟ୍ କଲେକ୍ସନ ପ୍ରାୟ ୨୮.୫ କୋଟିରେ ପହଞ୍ଚିଛି । ଅର୍ଥାତ୍, ଏକପଟେ ଇମ୍ରାନ ହାସମୀଙ୍କ ‘ଆୱାରାପନ୍ ୨’ ୧୦୦ କୋଟି ଦିଗରେ ଦ୍ରୁତ ଗତିରେ ବଢ଼ୁଥିବା ବେଳେ, ଅନ୍ୟପଟେ ସନି ଦେଓଲଙ୍କ ‘ବଟୱାରା ୧୯୪୭’କୁ ୱିକ୍‌ଡେ କଲେକ୍ସନ ନେଇ ସଂଘର୍ଷ କରିବାକୁ ପଡ଼ୁଛି । ଏବେ ଆଗାମୀ ଦିନରେ ‘ଆୱାରାପନ୍ ୨’ କେତେ ଦୂର ଯାଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *