ଦୁଇ ଦୁଇଟି ବାହାଘର, ଆକାଉଣ୍ଟରେ ୪୦ ଲକ୍ଷ କିନ୍ତୁ ଶେଷ ସମୟ କାଟୁଛନ୍ତି ବୃଦ୍ଧାଶ୍ରମରେ

କାହାଣୀଟି ଏପରି ଏକ ବୟସରୁ ଆରମ୍ଭ ହୋଇଛି, ଯେଉଁଠାରେ ମଣିଷକୁ ଏ ମାୟାର ଜୀବନ ପଛରେ ଦୌଡିବାକୁ ନା ଶକ୍ତି ଥାଏ ନା ଥାଏ ଇଛା । କାହା ସହ ସାଥି ହୋଇ ବାସ୍ ବସିବାର ଇଛା ଥାଏ ନଚେତ୍ କେହିଜଣେ ବାରମ୍ୱାର ହାଲଚାଲ ପଚାରିବା ବାଲା ।

ଦୁଇଥର ବାହାଘର, ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା କିନ୍ତୁ ଯେଉଁ ଅବସ୍ଥାରେ ସାହାରାର ସବୁଠାରୁ ଅଧିକ ଆବଶ୍ୟକତା ତାହାର ହିଁ ରହିଯାଇଛି ଅଭାବ । ଏହି କାହାଣୀଟି ଏପରି ଏକ ବୃଦ୍ଧାଙ୍କର ଯିଏ ନିଜର ଶେଷ ମୁହୂର୍ତ୍ତ କାଟୁଛନ୍ତି ସୋନିପତର ଏକ ବୃଦ୍ଧାଶ୍ରମରେ । ସବୁଥାଇ ମଧ୍ୟ ସେ ଆଜି ଏକା । ଆସନ୍ତୁ ଜଣିବା ଏହି ବୃଦ୍ଧ ମହିଳାଙ୍କ ବିଷୟରେ ।

କାହାଣୀଟି ଏପରି ଏକ ବୟସରୁ ଆରମ୍ଭ ହୋଇଛି, ଯେଉଁଠାରେ ମଣିଷକୁ ଏ ମାୟାର ଜୀବନ ପଛରେ ଦୌଡିବାକୁ ନା ଶକ୍ତି ଥାଏ ନା ଥାଏ ଇଛା । କାହା ସହ ସାଥି ହୋଇ ବାସ୍ ବସିବାର ଇଛା ଥାଏ ନଚେତ୍ କେହିଜଣେ ବାରମ୍ୱାର ହାଲଚାଲ ପଚାରିବା ବାଲା । ଜୀବନର ଚାରୋଟି ସ୍ଥିତି ମଧ୍ୟରୁ ଏହା ସେହି ଶେଷ ସ୍ଥିତି; ବୃଦ୍ଧାବସ୍ଥା । କିନ୍ତୁ ଥରେ ଚିନ୍ତା କରନ୍ତୁତ, ଯଦି ଏହି ଅବସ୍ଥାରେ କାହାକୁ ଏକା କରି ଦିଆଯାଏ ତେବେ ତାଙ୍କ ଅବସ୍ଥା କେମିତି ଥିବ? 

ହରିୟାଣାର ସୋନିପତ ଅଞ୍ଚଳର ଏକ ବୃଦ୍ଧାଶ୍ରମରେ ଏପରି ଏକ ଖବର ଦେଖିବାକୁ ମିଳିଛି । ଏଠାରେ ରହୁଥିବା ଜଣେ ମହିଳା ତାଙ୍କର ବ୍ୟକ୍ତିଗତ ଅନୁଭୂତି ଜଣାଇବାକୁ ଯାଇ କହିଛନ୍ତି କି ତାଙ୍କର 2ଟି ବାହାଘର ହୋଇଛି । କିନ୍ତୁ ତାଙ୍କର ସ୍ୱାମୀ ଏ ଦୁନିଆରେ ନାହାନ୍ତି । ପ୍ରଥମ ସ୍ୱାମୀଙ୍କର ପରଲୋକ ପରେ ଜୀବନକୁ ସଜାଡିବା ପାଇଁ ସେ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କୁ ଲାଗିଥିଲା କି ଏବେ ସବୁ କିଛି ଠିକ୍ ହୋଇଯିବ । କିନ୍ତୁ ଦ୍ୱିତୀୟ ପତିଙ୍କର ମଧ୍ୟ ପରଲୋକ ତାଙ୍କୁ ପୁଣିଥରେ ଏକା କରିଦେଇଥିଲା, କିନ୍ତୁ ସେ ହାର୍ ମାନିନଥିଲେ । ନିଜ ପୁଅକୁ ପାଳିପୋଷି ବଡ କରିଥିଲେ, ଜମାପୁଞ୍ଜି ମଧ୍ୟ ରଖିଥିଲେ, ଭାବିଥିଲେ ବାକି ଜୀବନ ତାଙ୍କରି ସାହାରାରେ ବିତାଇ ଦେବେ । ହେଲେ ତାଙ୍କ ପୁଅ ମଧ୍ୟ ଠିକ୍ ସମୟରେ ତାଙ୍କ ହାତ ଛାଡିଦେଇଥିଲା । ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ 40 ଲକ୍ଷ ଟଙ୍କା ଜମା ଅଛି । ଟଙ୍କାର କୌଣସି ଅଭାବ ନାହିଁ ହେଲେ ତାଙ୍କ ପୁଅ ତାଙ୍କୁ ନିଜ ପାଖରେ ରଖିବାକୁ ଚାହୁନାହାନ୍ତି ।

ବର୍ତ୍ତମାନ ତାଙ୍କ ଜୀବନ ବୃଦ୍ଧାଶ୍ରମରେ କଟୁଛି । କିନ୍ତୁ ସେ ପରା ମା’ର ମନ । ଯେଉଁ ପୁଅ ସହ ଗୋଟେ ଛାତ ତଳେ ରହିବା ସମ୍ଭବ ହେଲା ନାହିଁ,  ଯେଉଁ ପୁଅ ପାଖରେ ତା ମା’ ପାଇଁ ସମୟ ନାହିଁ, ସେଭଳି ପୁଅ ଉପରେ ରାଗିବା ତ ଦୂରରେ ଥାଉ ତା ପାଇଁ ନିଜ ଅର୍ଜିତ ସମ୍ପତ୍ତି ମଧ୍ୟ ଛାଡିଯିବା ପାଇଁ କୁଣ୍ଠାବୋଧ କରୁ ନାହିଁ ସେ ମା’ । ଏହା କେବଳ ବୃଦ୍ଧାଶ୍ରମର ଏକ କୋଠରୀରେ ଏକୁଟିଆ, ବେସାହାରା ହୋଇ ବସିଥିବା ଏକ ଜୀବନର କାହାଣୀ ନୁହେଁ ବରଂ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଥିବା ଏକ ଆଶା ଓ ଭରସାର କାହାଣୀ । ଇଏ ମା’ର ନିଜ ସନ୍ତାନଙ୍କ ପାଇଁ ଥିବା ମାତୃତ୍ୱର କାହାଣୀ ।

Leave a Reply

Your email address will not be published. Required fields are marked *