TET ପେପର ଲିକ୍ ମାମଲାରେ ବଡ଼ ସଫଳତା, ବିହାରରୁ ଗିରଫ ମୁଖ୍ୟ ଅଭିଯୁକ୍ତ

ମାମଲାର କଥିତ ମୁଖ୍ୟ ସୂତ୍ରଧର ବିଜେନ୍ଦ୍ର ଗୁପ୍ତାଙ୍କୁ ବିହାରରୁ ଗିରଫ କରାଯାଇଛି । ପ୍ରାୟ ଗୋଟେ ମାସ ଧରି ଫେରାର ଥିବା ବିଜେନ୍ଦ୍ରଙ୍କୁ ଧରିବା ପାଇଁ ମହାରାଷ୍ଟ୍ର ପୁଲିସ ବିହାର, ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ହରିୟାଣାରେ ତଲାସି ଅଭିଯାନ ଚଳାଇଥିଲା ।

ମହାରାଷ୍ଟ୍ର TET ପେପର ଲିକ୍ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି । ମାମଲାର କଥିତ ମୁଖ୍ୟ ସୂତ୍ରଧର ବିଜେନ୍ଦ୍ର ଗୁପ୍ତାଙ୍କୁ ବିହାରରୁ ଗିରଫ କରାଯାଇଛି । ପ୍ରାୟ ଗୋଟେ ମାସ ଧରି ଫେରାର ଥିବା ବିଜେନ୍ଦ୍ରଙ୍କୁ ଧରିବା ପାଇଁ ମହାରାଷ୍ଟ୍ର ପୁଲିସ ବିହାର, ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ହରିୟାଣାରେ ତଲାସି ଅଭିଯାନ ଚଳାଇଥିଲା । ପୁଲିସ ଦାବି ଅନୁସାରେ, ବିଜେନ୍ଦ୍ର ଗୁପ୍ତା ଗତ ୨୫ ବର୍ଷ ଧରି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ରାକେଟ୍ ଚଳାଉଥିଲେ ।

ମହାରାଷ୍ଟ୍ର TET ପେପର ଲିକ୍ ମାମଲାରେ ପୂର୍ବରୁ ଗିରଫ ହୋଇଥିବା ତିନି ଅଭିଯୁକ୍ତ ତାଙ୍କ ନିର୍ଦ୍ଦେଶରେ କାମ କରୁଥିବା ତଦନ୍ତରେ ସାମ୍ନାକୁ ଆସିଛି । ତାଙ୍କ ବିରୋଧରେ ଅନ୍ୟ ରାଜ୍ୟର ପରୀକ୍ଷା ଦୁର୍ନୀତି ସହ ଯୋଗସୂତ୍ର ଥିବା ନେଇ ମଧ୍ୟ ତଦନ୍ତ ଚାଲିଛି । ପୁଲିସ ସୂଚନା ଅନୁଯାୟୀ, ବିଜେନ୍ଦ୍ର ଗୁପ୍ତାଙ୍କୁ ଟ୍ରାନ୍ଜିଟ୍ ରିମାଣ୍ଡରେ ମହାରାଷ୍ଟ୍ର ଅଣାଯିବ । ତାଙ୍କୁ ପଚରାଉଚରା କରି ପେପର ଲିକ୍ ରାକେଟ୍‌ରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତି ଓ ନେଟୱାର୍କ ବିଷୟରେ ଅଧିକ ସୂଚନା ସଂଗ୍ରହ କରାଯିବ । ଏହି ମାମଲାର ତଦନ୍ତ ଏବେ ମଧ୍ୟ ଜାରି ରହିଛି ।

Leave a Reply

Your email address will not be published. Required fields are marked *