ଛାତ୍ରଙ୍କ ଭବିଷ୍ୟତ ସହ ଖେଳିଲେ ମିଳିବ କଠୋର ଦଣ୍ଡ , ଏନଡିଏ ବୈଠକରେ ମୋଦୀଙ୍କ ନିର୍ଦ୍ଦେଶ

ସରିଛି ଏନଡିଏ ସଂସଦୀୟ ଦଳର ‘ମଙ୍ଗଳ ମିଳନ’ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସଂସଦର ଆଗାମୀ ରଣନୀତି ସହ ନିଟ୍ ପେପର ଲିକ୍ ପ୍ରସଙ୍ଗ ଉପରେ ଗୁରୁତ୍ୱର ସହ ଆଲୋଚନା ହୋଇଛି ।

ସରିଛି ଏନଡିଏ ସଂସଦୀୟ ଦଳର ‘ମଙ୍ଗଳ ମିଳନ’ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସଂସଦର ଆଗାମୀ ରଣନୀତି ସହ ନିଟ୍ ପେପର ଲିକ୍ ପ୍ରସଙ୍ଗ ଉପରେ ଗୁରୁତ୍ୱର ସହ ଆଲୋଚନା ହୋଇଛି । ବୈଠକ ପରେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ମୌସୁମୀ ଅଧିବେଶନ ମଧ୍ୟରେ ଏନଡିଏ ସଂସଦୀୟ ଦଳର ‘ମଙ୍ଗଳ ମିଳନ’ ବୈଠକରେ ଅଧ୍ୟକ୍ଷତା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଠକରେ ସଂସଦରେ ଆଗାମୀ ଦିନରେ ସରକାରଙ୍କ ରଣନୀତି, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍ ଏବଂ ସାମ୍ପ୍ରତିକ ଜାତୀୟ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକ ପରେ କେନ୍ଦ୍ର ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ, ନିଟ୍ ପେପର ଲିକ୍ ପ୍ରସଙ୍ଗରେ ସରକାର ଅତ୍ୟନ୍ତ ଗମ୍ଭୀର ।

ନିଟ୍ ପୁନଃପରୀକ୍ଷା ସଫଳତାର ସହ ସମ୍ପନ୍ନ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ସରକାର ସମ୍ପୂର୍ଣ୍ଣ ସମ୍ବେଦନଶୀଳ ରହିଛନ୍ତି । ସେ କହିଛନ୍ତି, ପେପର ଲିକ୍ ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କଠୋରତମ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୋଷୀଙ୍କୁ କଡ଼ା ଦଣ୍ଡ ମିଳିବା ସହ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ଲକ୍ଷ୍ୟ ହେଉଛି ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ନିରପେକ୍ଷତା ଓ ଛାତ୍ରଛାତ୍ରୀଙ୍କ ବିଶ୍ୱାସକୁ ଅକ୍ଷୁଣ୍ଣ ରଖିବା। ଏହା ସହ ସଂସଦରେ ବିରୋଧୀଙ୍କ ଆକ୍ରମଣର ମୁକାବିଲା ପାଇଁ ମଧ୍ୟ ଏନଡିଏ ସାଂସଦମାନଙ୍କୁ ଏକଜୁଟ ହୋଇ କାମ କରିବାକୁ ଆହ୍ୱାନ ଦିଆଯାଇଛି ।

Leave a Reply

Your email address will not be published. Required fields are marked *