କେନ୍ଦ୍ରାପଡାରେ ବର୍ଷା ଅଭାବରୁ ଚାଷ ସଂକଟ: ଧାନତଳି ପକାଇବାରେ ଚାଷୀଙ୍କ ହାହାକାର

କେନ୍ଦ୍ରାପଡା ଜିଲ୍ଲାରେ ଚଳିତବର୍ଷ ଆବଶ୍ୟକତା ଅନୁଶାରେ ବର୍ଷା ନହେବା କାରଣରୁ ଚାଷି ମାନେ ସମସ୍ୟାରେ ପଡିଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ବର୍ଷା ନହେବା କାରଣରୁ ଗଡିଆ ପୋଖରି ସବୁ ଶୁଖିଲା ପଡିଛି। ଯାହା ଫଳରେ ପାଣି ଅଭାବରୁ ଧାନତଳି ପଡିପାରୁନି ଚାଷ ବିଳମ୍ବ ହେବାର ଆଶଙ୍କା କରିଛନ୍ତି ଚାଷି ।

କେନ୍ଦ୍ରାପଡା ଜିଲ୍ଲାରେ ଚଳିତବର୍ଷ ଆବଶ୍ୟକତା ଅନୁଶାରେ ବର୍ଷା ନହେବା କାରଣରୁ ଚାଷି ମାନେ ସମସ୍ୟାରେ ପଡିଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ବର୍ଷା ନହେବା କାରଣରୁ ଗଡିଆ ପୋଖରି ସବୁ ଶୁଖିଲା ପଡିଛି। ଯାହା ଫଳରେ ପାଣି ଅଭାବରୁ ଧାନତଳି ପଡିପାରୁନି ଚାଷ ବିଳମ୍ବ ହେବାର ଆଶଙ୍କା କରିଛନ୍ତି ଚାଷି । ଜେଷ୍ଠ ମାସ ଯାଇ ଆଶାଢ ମାସ ହେଲା ହେଲେ ବର୍ଷାର ଦେଖାନାହିଁ ଯାହାଫଳରେ ପାଣି ଅଭାବରୁ ଚାଷ କାର୍ଯ୍ୟ ଆଗେଇ ପାରୁନି।ଜିଲ୍ଲାର ମହାକାଳପଡା ବ୍ଲକରେ ସୃଷ୍ଟି ହୋଇଛି ସମାନ ଅବସ୍ଥା। ବ୍ଲକର ବବକରପୁର ଗ୍ରାମରେ କେନାଲ ଥାଇ ମଧ୍ୟ କେବେ ପାଣି ଆସେନି ବୋଲି କହିଛନ୍ତି ଚାଷି ମାନେ। ବର୍ଷା ପଣି ଉପରେ ନିର୍ଭର କରି ଗ୍ରାମର ଚାଷିମାନେ ଧାନ ଚାଷ କରିଥାନ୍ତି ବର୍ଷା ନହେବା କାରଣରୁ ଗ୍ରାମର ଚାଷିମାନେ ଏପର୍ୟ୍ୟନ୍ତ ଧାନତଳି ପକାଇ ପାରିନାହାନ୍ତି ।

ବର୍ଷା ଅଭାବରୁ ଗଡିଆ ପୋଖରୀ ସବୁ ସୁଖୀଲା ପଡିଥିବା ବେଳେ ଗ୍ରାମ ନିକଟଦେଇ ପ୍ରବାହୀତ ହେଉଥିବା ଗୋବରୀ ନଦୀ ପାଣି ଲୁଣିଆ ହୋଇ ଯାଇଥିବା କହିଛନ୍ତି ଗ୍ରାମର ଚାଷି ମାନେ। ଏପଟେ ଗଡିଆ ପୋଖରିରି ରହିଯାଇଥିବା ସ୍ବଳ୍ପ ପାଣିକୁ ପାଣି ପମ୍ପରେ କିଛି ଚାଷି ଜମିରେ ପାଣି ମଡେଇ ଧାନ ତଳି ପକାଇଛନ୍ତି ହେଲେ ଗ୍ରାମର ଅନେକ ଚାଷି ଏପର୍ଯ୍ୟନ୍ତ ଧାନ ତଳି ପକାଇ ପାରିନଥିବା କହିଛନ୍ତି। ଆସନ୍ତୁ ଗ୍ରାମର ଚାଷି ମାନଙ୍କ ସହିତ ଏ ବିଷୟରେ ଆଲୋଚନା କରିବା।

Leave a Reply

Your email address will not be published. Required fields are marked *