ଲିଟର ପିଛା ୫ ଟଙ୍କା କମିଲା ବିମାନ ଇନ୍ଧନ ଦର : ଦିଲ୍ଲୀରେ ଏଟିଏଫ୍ ମୂଲ୍ୟ ୧୧୦ ଟଙ୍କାକୁ ହ୍ରାସ

ବିମାନ ସେବା ପ୍ରଦାନକାରୀ କମ୍ପାନିଗୁଡ଼ିକ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ବୁଧବାର ବିମାନ ଇନ୍ଧନ (ଏଟିଏଫ୍) ମୂଲ୍ୟରେ ଲିଟର ପିଛା ୫ ଟଙ୍କା ହ୍ରାସ କରାଯାଇଛି।

ବିମାନ ସେବା ପ୍ରଦାନକାରୀ କମ୍ପାନିଗୁଡ଼ିକ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ବୁଧବାର ବିମାନ ଇନ୍ଧନ (ଏଟିଏଫ୍) ମୂଲ୍ୟରେ ଲିଟର ପିଛା ୫ ଟଙ୍କା ହ୍ରାସ କରାଯାଇଛି। ପଶ୍ଚିମ ଏସିଆରେ ଦେଖାଦେଇଥିବା ଭୂ-ରାଜନୈତିକ ଉତ୍ତେଜନା ଓ ବିଶ୍ୱବ୍ୟାପୀ ଅଶୋଧିତ ତୈଳ ମୂଲ୍ୟ  ବୃଦ୍ଧି ହେତୁ ଗତ କିଛି ସପ୍ତାହ ଧରି ଏଟିଏଫ୍ ଦର ଆକାଶଛୁଆଁ ରହିଥିଲା। ମାତ୍ର ବର୍ତ୍ତମାନ ଆନ୍ତର୍ଜାତୀୟ  ବଜାରରେ ତୈଳ ଯୋଗାଣ ସ୍ୱାଭାବିକ ହେବା ସହ ମୂଲ୍ୟରେ ହ୍ରାସ ଘଟିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।
ସୁଲଭ ହେବ ବିମାନ ଯାତ୍ରା
ମିଳିଥିବା ସୂଚନା ଅନୁଯାୟୀ, ଏହି ସଂଶୋଧନ ପରେ ଦେଶର ରାଜଧାନୀ ଦିଲ୍ଲୀରେ ଏବେ ଏଟିଏଫ୍ ର ଲିଟର ପିଛା ମୂଲ୍ୟ ୧୧୦ ଟଙ୍କାକୁ ଖସିଆସିଛି। ଅନ୍ୟପଟେ ପଶ୍ଚିମ ଏସିଆ ବିବାଦ ପରେ ବିମାନ ଇନ୍ଧନ ଦର ରେକର୍ଡ ସ୍ତରକୁ ଛୁଇଁଥିବା ବେଳେ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ କମ୍ପାନିଗୁଡ଼ିକର ପରିଚାଳନା ଖର୍ଚ୍ଚ ବହୁ ପରିମାଣରେ ବୃଦ୍ଧି ପାଇଥିଲା। ବର୍ତ୍ତମାନ ବିମାନ ଇନ୍ଧନର ମୂଲ୍ୟ ହ୍ରାସ  ପାଇବା ପରେ ବିମାନ ଯାତ୍ରୀଙ୍କୁ ଆଶ୍ଵସ୍ତି ମିଳିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *