ଜଳବନ୍ଦୀ ଓ ରାସ୍ତା ବିଚ୍ଛିନ୍ନ: ବେତନଟୀ-ବଡ଼ସାହିରେ କିଛି ସ୍କୁଲ ବନ୍ଦ

ସମ୍ପୃକ୍ତ ବିଇଓମାନେ ନିଷ୍ପତ୍ତି ନେଇପାରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହିକ୍ରମରେ ବେତନଟୀ ବିଇଓଙ୍କ ନିଷ୍ପତ୍ତି ଅନୁଯାୟୀ ବେତନଟୀ ବ୍ଲକର ପାଟୁଳିପୁରା ପଞ୍ଚାୟତରେ ରାସ୍ତା କଟଅପ୍ ଓ ଯାତାୟାତ ସମସ୍ୟା ଥିବା କିଛି ସ୍କୁଲକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଛି ।

ଲଗାଣ ବର୍ଷା ପରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ରାସ୍ତା ବିଚ୍ଛିନ୍ନ ସ୍ଥିତି ଉପୁଜିଛି । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆଜି ମଙ୍ଗଳବାର, ବଡ଼ସାହି, ବେତନଟୀ ଓ ରାସଗୋବିନ୍ଦପୁର ବ୍ଲକରେ ସ୍ଥାନୀୟ ପରିସ୍ଥିତିକୁ ଅନୁଧ୍ୟାନ କରି ସ୍କୁଲ ବନ୍ଦ ସମ୍ପର୍କରେ ସମ୍ପୃକ୍ତ ବିଇଓମାନେ ନିଷ୍ପତ୍ତି ନେଇପାରିବେ ।

ଜିଲ୍ଲା ଶିକ୍ଷାଧିକାରୀଙ୍କ ସୂଚନା ଅନୁସାରେ, ଅନ୍ୟ ବ୍ଲକଗୁଡ଼ିକରେ ମଧ୍ୟ ଯଦି କୌଣସି ସ୍କୁଲ ଅଞ୍ଚଳ ଜଳବନ୍ଦୀ ହୋଇଥାଏ କିମ୍ବା ରାସ୍ତା ବିଚ୍ଛିନ୍ନ ହେବା ଯୋଗୁଁ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଯାତାୟାତରେ ସମସ୍ୟା ରହିଥାଏ, ତେବେ ସେହି ସ୍କୁଲଗୁଡ଼ିକୁ ବନ୍ଦ କରିବା ନେଇ ସମ୍ପୃକ୍ତ ବିଇଓମାନେ ନିଷ୍ପତ୍ତି ନେଇପାରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହିକ୍ରମରେ ବେତନଟୀ ବିଇଓଙ୍କ ନିଷ୍ପତ୍ତି ଅନୁଯାୟୀ ବେତନଟୀ ବ୍ଲକର ପାଟୁଳିପୁରା ପଞ୍ଚାୟତରେ ରାସ୍ତା କଟଅପ୍ ଓ ଯାତାୟାତ ସମସ୍ୟା ଥିବା କିଛି ସ୍କୁଲକୁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ହୋଇଛି ।

ସେହିପରି ବଡ଼ସାହି ବ୍ଲକର ଶାଳଗାଁ, ମାନଗୋବିନ୍ଦପୁର ଓ ଦୁର୍ଗାପୁର ପଞ୍ଚାୟତରେ ରାସ୍ତା ବିଚ୍ଛିନ୍ନ ଥିବା ଅଞ୍ଚଳର କିଛି ସ୍କୁଲକୁ ମଧ୍ୟ ବନ୍ଦ କରିବା ନେଇ ବଡ଼ସାହି ବିଇଓଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପ୍ରଶାସନର ଏହି ନିଷ୍ପତ୍ତି ଫଳରେ ଜଳବନ୍ଦୀ ଓ ରାସ୍ତା ବିଚ୍ଛିନ୍ନ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ବିପଦପୂର୍ଣ୍ଣ ଭାବେ ସ୍କୁଲ ଯିବାକୁ ପଡ଼ିବ ନାହିଁ । ସ୍ଥାନୀୟ ପରିସ୍ଥିତି ଉପରେ ନଜର ରଖି ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ପଡ଼ିଲେ ଅନ୍ୟ ଅଞ୍ଚଳରେ ମଧ୍ୟ ସ୍କୁଲ ବନ୍ଦ ସମ୍ପର୍କରେ ବିଇଓମାନେ ନିଷ୍ପତ୍ତି ନେଇପାରିବେ ।

Leave a Reply

Your email address will not be published. Required fields are marked *