ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ : ଏନଡି ସାଂସଦ ଦେଲେ ‘ଜିନ୍ଦାବାଦ’ ସ୍ଲୋଗାନ

ଇସ୍ତଫା ପରେ ସଂସଦର ମୌସୁମୀ ଅଧିବେଶନରେ ଯୋଗଦେବାକୁ ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚିଥିଲେ। ସଂସଦର ମକର ଦ୍ୱାରରେ ଏନଡିର ସାଂସଦମାନଙ୍କ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିଲା।

 ଇସ୍ତଫା ପରେ ସଂସଦର ମୌସୁମୀ ଅଧିବେଶନରେ ଯୋଗଦେବାକୁ ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚିଥିଲେ। ସଂସଦର ମକର ଦ୍ୱାରରେ ଏନଡିର ସାଂସଦମାନଙ୍କ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିଲା। ସାଂସଦମାନେ ‘ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ’ ସ୍ଲୋଗାନ ମଧ୍ୟ ଦେଇଥିଲେ।କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ ବିରୋଧୀ ସାଂସଦ ମଧ୍ୟ ସଂସଦର ମକର ଦ୍ବାରରେ ପ୍ରତିବାଦ କରୁଥିଲେ। ଜନ୍ତରମନ୍ତରରେ ସିଜେପିର ପ୍ରତିବାଦରେ ଛାତ୍ରମାନଙ୍କ ଉପରେ ହୋଇଥିବା ବର୍ବରତା ପାଇଁ ବିରୋଧୀ ସାଂସଦମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ଉତ୍ତରଦାୟିତ୍ୱ ଦାବି କରୁଛନ୍ତି। 
ଅନ୍ୟପକ୍ଷରେ ଛାତ୍ରଙ୍କ ପ୍ରତିବାଦ ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ହୋହଲ୍ଲା ହେବାରୁ ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

Leave a Reply

Your email address will not be published. Required fields are marked *