ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ଓଡ଼ିଶା ରାଜନୀତିରେ ବଢ଼ିଛି ତାତି। ବିରୋଧୀ ଦଳନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।
ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ଓଡ଼ିଶା ରାଜନୀତିରେ ବଢ଼ିଛି ତାତି। ବିରୋଧୀ ଦଳନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ନବୀନ କହିଛନ୍ତି, ପାଠ୍ୟପୁସ୍ତକରେ ଅନେକ ଗୁରୁତର ତ୍ରୁଟି ରହିଛି ଏବଂ ଏହା ପାଇଁ ସରକାର ନୈତିକ ଦାୟିତ୍ୱ ନେବା ଉଚିତ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରି ଇସ୍ତଫା ଦେଇ ଏକ ଉଦାହରଣ ସୃଷ୍ଟି କରିବାକୁ ମଧ୍ୟ ସେ ଆହ୍ୱାନ କରିଛନ୍ତି।
ଏହି ପ୍ରସଙ୍ଗରେ ବିଜେଡି ପକ୍ଷରୁ ଗତ ତିନି ସପ୍ତାହ ଧରି ଲଗାତାର ଦାବି ହୋଇଆସୁଥିବା ବେଳେ, ଆଜି ଦିନ ୧୨ଟା ୧୫ ମିନିଟରେ ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ବିଜେଡି ସୁପ୍ରିମୋ। ଏହି ବୈଠକରେ ଦଳର ବରିଷ୍ଠ ନେତା ଓ ବିଧାୟକମାନେ ଯୋଗଦେଇ ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା କରିବେ।
ଅନ୍ୟପଟେ ନବୀନଙ୍କ ଅଭିଯୋଗର କଡ଼ା ଜବାବ ଦେଇଛି ବିଜେପି। ଦଳ କହିଛି, ନବୀନ ପଟ୍ଟନାୟକ ନୀତି ଓ ନୈତିକତାର ପାଠ ନ ପଢ଼ାନ୍ତୁ। ପାଠ୍ୟପୁସ୍ତକ ବିବାଦକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ, ଏହି ପ୍ରସଙ୍ଗ ଆଗକୁ କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

