ରାଜସ୍ଥାନରେ ବଢ଼ୁଥିବା ସ୍ୱାଇନ୍ ଫ୍ଲୁ ଚିନ୍ତା ମଧ୍ୟରେ ଏବେ ସଂକ୍ରମିତ ହୋଇଛନ୍ତି ରାଜ୍ୟର କୃଷିମନ୍ତ୍ରୀ କିରୋଡ଼ି ଲାଲ ମୀଣା। H1N1 ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଜୟପୁରର SMS ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରାଜସ୍ଥାନରେ ବଢ଼ୁଥିବା ସ୍ୱାଇନ୍ ଫ୍ଲୁ ଚିନ୍ତା ମଧ୍ୟରେ ଏବେ ସଂକ୍ରମିତ ହୋଇଛନ୍ତି ରାଜ୍ୟର କୃଷିମନ୍ତ୍ରୀ କିରୋଡ଼ି ଲାଲ ମୀଣା। H1N1 ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଜୟପୁରର SMS ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀ ଟିମ୍ ନଜର ରଖିଛନ୍ତି । ସ୍ୱାଇନ୍ ଫ୍ଲୁ ବା H1N1 ଏକ ପ୍ରକାର ଇନ୍ଫ୍ଲୁଏଞ୍ଜା ଭାଇରସ୍, ଯାହା ଶ୍ୱାସକ୍ରିୟା ପ୍ରଣାଳୀକୁ ପ୍ରଭାବିତ କରିଥାଏ। ଜ୍ୱର, କାଶ, ଗଳା ଦରଜ, ଶରୀର ଦୁର୍ବଳ ଲାଗିବା ଏବଂ ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖାଦେଇପାରେ ।
ରାଜସ୍ଥାନରେ ସ୍ୱାଇନ୍ ଫ୍ଲୁ ମାମଲାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ୁଥିବା ବେଳେ, ଜଣେ ବରିଷ୍ଠ ମନ୍ତ୍ରୀ H1N1 ସଂକ୍ରମିତ ହେବା ପରେ ଏହି ପ୍ରସଙ୍ଗ ଆହୁରି ଚର୍ଚ୍ଚାରେ ଆସିଛି। ତେବେ ମନ୍ତ୍ରୀଙ୍କ ବର୍ତ୍ତମାନ ସ୍ୱାସ୍ଥ୍ୟାବସ୍ଥା ନେଇ ଡାକ୍ତରୀ ଟିମ୍ ପକ୍ଷରୁ ନିରନ୍ତର ନଜର ରଖାଯାଉଛି । ସ୍ୱାଇନ୍ ଫ୍ଲୁର ଲକ୍ଷଣ ଦେଖାଦେଲେ ଅବହେଳା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

