ଇରାନ ସହ ଯୁଦ୍ଧ ପାଇଁ ମଧ୍ୟପ୍ରାଚ୍ୟକୁ ନୁଆ ଯୁଦ୍ଧଜାହାଜ ପଠାଇବ ଆମେରିକା । ୟୁଏସଏସ ଆବ୍ରାହାମ ଲିଙ୍କନରେ ସୈନିକଙ୍କ ମାନସିକ ସ୍ୱାସ୍ଥ୍ୟ ଠିକ୍ ନଥିବା ରିପୋର୍ଟ ଭିତରେ ଆମେରିକାର ନିଷ୍ପତ୍ତି ।
ଇରାନ ସହ ଯୁଦ୍ଧ ପାଇଁ ମଧ୍ୟପ୍ରାଚ୍ୟକୁ ନୁଆ ଯୁଦ୍ଧଜାହାଜ ପଠାଇବ ଆମେରିକା । ୟୁଏସଏସ ଆବ୍ରାହାମ ଲିଙ୍କନରେ ସୈନିକଙ୍କ ମାନସିକ ସ୍ୱାସ୍ଥ୍ୟ ଠିକ୍ ନଥିବା ରିପୋର୍ଟ ଭିତରେ ଆମେରିକାର ନିଷ୍ପତ୍ତି । ଆମେରିକା ସରକାର ୟୁଏସଏସ ଆବ୍ରାହାମ ଲିଙ୍କନ ବିମାନ ବାହକ ଜାହାଜକୁ ବଦଳରେ ୟୁଏସଏସ ଜର୍ଜ ୱାଶିଂଟନକୁ ମଧ୍ୟପ୍ରାଚ୍ୟକୁ ପଠାଇବାକୁ ପ୍ରସ୍ତୁତ ହେଉଛି । ଲିଙ୍କନ ଜାହାଜରେ କ୍ରୁ ମେମ୍ବରଙ୍କ ମନୋବଳ ଓ ଜୀବନ ସ୍ଥିତି ବିଷୟରେ ବଢ଼ୁଥିବା ଚିନ୍ତା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି । ୟୁଏସଏସ ଜର୍ଜ ୱାଶିଂଟନ ଭିଏତନାମର ଡା ନାଙ୍ଗ ଛାଡ଼ି ସିଙ୍ଗାପୁର ସ୍ଟ୍ରେଟ ଓ ମାଲାକ୍କା ସ୍ଟ୍ରେଟ ଦେଇ ଭାରତ ମହାସାଗର ଆଡ଼କୁ ଯାଉଛି ।
ଯୁକ୍ତରାଷ୍ଟ୍ର ଅଧିକାରୀମାନେ କହିଛନ୍ତି ଯେ ଏହା ପୂର୍ବରୁ ଯୋଜନା କରାଯାଇଥିବା ରୋଟେସନର ଅଂଶ, ଲିଙ୍କନରେ ସୃଷ୍ଟି ସମସ୍ୟା ଯୋଗୁଁ ନୁହେଁ। ଆବ୍ରାହାମ ଲିଙ୍କନ ଜାହାଜର ପ୍ରାୟ ୫,୦୦୦ ନାବିକ ଓ ମେରିନ ୨୫୦ ଦିନରୁ ଅଧିକ ସମୟ ଧରି ସମୁଦ୍ରରେ ଅଛନ୍ତି । ୨୦୦ ଦିନରୁ ଅଧିକ ସମୟ କୌଣସି ବନ୍ଦରରେ ନ ଥାଇ ଜାହାଜ ରହିଛି । ତେବେ ୟୁଏସଏସ ଜର୍ଜ ୱାଶିଂଟନ ଓ ଏହାର ଷ୍ଟ୍ରାଇକ ଗ୍ରୁପ ଏବେ ଇରାନ ସହ ସଂଘର୍ଷ ଓ ହର୍ମୁଜ ଜଳପଥ ଅଞ୍ଚଳକୁ ଯାଉଛି । ଯାହା ଦୁଇ ଦେଶ ମଧ୍ୟରେ ପୁଣି ଉତେଜନା ବୃଦ୍ଧିର ସମ୍ଭାବନା ରହିଛି ।

