ମାଣିଆବନ୍ଧ ସରପଞ୍ଚଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନାଙ୍କୁ ଗୁଳିମାଡ଼ ଘଟଣାରେ ବଡ଼ ସଫଳତା ପାଇଛି ପୁଲିସ । ଗୁଳିକାଣ୍ଡ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ କାବୁ କରିଛି ପୁଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଗୁଳି ଚଳାଇଥିବା ବ୍ୟକ୍ତି, ଷଡ଼ଯନ୍ତ୍ରକାରୀ ଏବଂ ସହଯୋଗକାରୀ ଥିବା ସୂଚନା ମିଳିଛି ।
ମାଣିଆବନ୍ଧ ସରପଞ୍ଚଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନାଙ୍କୁ ଗୁଳିମାଡ଼ ଘଟଣାରେ ବଡ଼ ସଫଳତା ପାଇଛି ପୁଲିସ । ଗୁଳିକାଣ୍ଡ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ କାବୁ କରିଛି ପୁଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଗୁଳି ଚଳାଇଥିବା ବ୍ୟକ୍ତି, ଷଡ଼ଯନ୍ତ୍ରକାରୀ ଏବଂ ସହଯୋଗକାରୀ ଥିବା ସୂଚନା ମିଳିଛି । ଏବେ ଏକ ଗୁପ୍ତ ସ୍ଥାନରେ ରଖି ସେମାନଙ୍କୁ ପଚରାଉଚରା ଜାରି ରହିଛି । ପୂର୍ବ ଶତ୍ରୁତା ଏବଂ ପତିଆରକୁ ନେଇ ହୋଇଥିଲା ଏହି ଗୁଳିକାଣ୍ଡ । ତଦନ୍ତ ପରେ ପୁଲିସ ଜିଲ୍ଲା ବାହାରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ଗୁଳିମାଡ଼ ପାଇଁ ଜିଲ୍ଲା ବାହାରର କିଛି ଅପରାଧୀଙ୍କୁ ସାମିଲ କରାଯାଇଥିଲା । ଘଟଣା ପଛରେ ଥିବା ମୁଖ୍ୟ ଷଡ଼ଯନ୍ତ୍ରକୁ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି ।
ଗତ ୨୬ ତାରିଖରେ ମାଣିଆବନ୍ଧ ସରପଞ୍ଚଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନାଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଦୁଇଟି ଗାଡ଼ିରେ ଆସି କିଛି ଦୁର୍ବୃତ୍ତ ତାଙ୍କ ଉପରେ ଫାୟାରିଂ କରିଥିଲେ । ଘଟଣା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏବେ ୩ ଅଭିଯୁକ୍ତ ଧରାପଡ଼ିଛନ୍ତି । ତେବେ ଏବେବି ଆଉ କିଛି ଅଭିଯୁକ୍ତ ଫେରାର ଥିବାବେଳେ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ଏପର୍ଯ୍ୟନ୍ତ ଜବତ ହୋଇନାହିଁ । ୩ ଅଭିଯୁକ୍ତଙ୍କ ଗିରଫ ପରେ ଘଟଣାର ପୂରା ରହସ୍ୟ ଖୋଲିବାକୁ ଲାଗିଛି । ତେବେ ଗୁଳିକାଣ୍ଡ ପଛରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ କେବେ ପୁଲିସ ଧରିବ ଏବଂ ବନ୍ଧୁକ କେବେ ଜବତ ହେବ, ତା ଉପରେ ରହିଛି ନଜର ।

