ମନ୍ଦିରରୁ ଚୋରି । ସିସିଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ । କୋରାପୁଟ ଜିଲ୍ଲାରେ ଘୂରି ବୁଲୁଛନ୍ତି ମୁଖାପିନ୍ଧା ଚୋର । ଗତ ସପ୍ତାହରେ ଲମତାପୁଟରେ କରିଥିଲେ ଚୋରି ଏବେ ବନ୍ଧୁଗାଁ ବ୍ଲକ ନୀଳବାଡ଼ି ଗାଁର ପ୍ରସିଦ୍ଧ ଅଗ୍ନିଗଙ୍ଗାମା ମନ୍ଦିରରୁ ଲୁଟିନେଲେ ଲୁଟେରା ।
ମନ୍ଦିରରୁ ଚୋରି । ସିସିଟିଭିରେ କଏଦ ହେଲା ଚୋରୀ ବେଳର ଦୃଶ୍ୟ । କୋରାପୁଟ ଜିଲ୍ଲାରେ ଘୂରି ବୁଲୁଛନ୍ତି ମୁଖାପିନ୍ଧା ଚୋର । ଗତ ସପ୍ତାହରେ ଲମତାପୁଟରେ କରିଥିଲେ ଚୋରି ଏବେ ବନ୍ଧୁଗାଁ ବ୍ଲକ ନୀଳବାଡ଼ି ଗାଁର ପ୍ରସିଦ୍ଧ ଅଗ୍ନିଗଙ୍ଗାମା ମନ୍ଦିରରୁ ଲୁଟିନେଲେ ଲୁଟେରା । ଚୋରି ସମ୍ପର୍କରେ ଜାଣିବାପରେ ଥାନାର ଦ୍ବାରସ୍ଥ ହେଲେ ମନ୍ଦିର ପରିଚାଳନା କମିଟି । ପୁଲିସ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତନାଘନା କରୁଛି । ଦାନବାକ୍ସରେ କେତେ ଟଙ୍କା ଥିଲା ସେନେଇ ଛାନଭିନ ଚାଲିଛି ।

