ବଦଳି ଓ ପଦୋନ୍ନତି ପାଇଥିବା ଶିକ୍ଷକଙ୍କ ପାଇଁ ଖୁସି ଖବର , ମିଳିବ ଏନ୍‌ଓସି

ବଦଳି ଓ ପଦୋନ୍ନତି ପାଇଥିବା ଶିକ୍ଷକଙ୍କ ପାଇଁ ଖୁସି ଖବର । ଜନଗଣନା କାମ ସରିଲେ ମିଳିବ ଏନ୍‌ଓସି । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଚିଠି ଜାରି ହୋଇଛି ।

 ବଦଳି ଓ ପଦୋନ୍ନତି ପାଇଥିବା ଶିକ୍ଷକଙ୍କ ପାଇଁ ଖୁସି ଖବର । ଜନଗଣନା କାମ ସରିଲେ ମିଳିବ ଏନ୍‌ଓସି । ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଚିଠି ଜାରି ହୋଇଛି । ଜନଗଣନା କାମରେ ସଂପୃକ୍ତ ଶିକ୍ଷକମାନଙ୍କୁ ରିଲିଭ୍ କରିବା ଓ ସେମାନଙ୍କ ନୂତନ କର୍ମସ୍ଥଳରେ ଯୋଗଦାନ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆବଶ୍ୟକ ଏନ୍‌ଓସି ବା କମ୍ପ୍ଲିସନ ସାର୍ଟିଫିକେଟ୍ ପ୍ରଦାନ କରିବାକୁ ତହସିଲଦାର ତଥା ଚାର୍ଜ ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟର ପକ୍ଷରୁ ଜାରି ହୋଇଥିବା ପତ୍ରରେ କୁହାଯାଇଛି ଯେ,ଜନଗଣନା-୨୦୨୭ର ପ୍ରଥମ ପର୍ଯ୍ୟାୟ ‘ହାଉସ୍ ଲିଷ୍ଟିଂ ଅପରେସନ୍’ ଗତ ୧୫ ମେ ୨୦୨୬ରେ ସମାପ୍ତ ହୋଇସାରିଛି ।

ତେବେ ଦ୍ୱିତୀୟ ପର୍ଯ୍ୟାୟ ‘ପପୁଲେସନ୍ ଏନ୍ୟୁମରେସନ୍’ ପାଇଁ ବର୍ତ୍ତମାନର ଏନ୍ୟୁମେରେଟର ଓ ସୁପରଭାଇଜରମାନଙ୍କୁ ବଜାୟ ରଖାଯିବ କି ନାହିଁ, ସେ ସମ୍ପର୍କରେ ଏପର୍ଯ୍ୟନ୍ତ ଓଡ଼ିଶା ଜନଗଣନା ନିର୍ଦ୍ଦେଶକଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ଆସିନାହିଁ । ଏହି ପରିସ୍ଥିତିରେ ଜନଗଣନା କାର୍ଯ୍ୟରେ ନିୟୋଜିତ କିଛି ଶିକ୍ଷକ ପଦୋନ୍ନତି କିମ୍ବା ବଦଳି ପାଇ ସାରିଥିବାରୁ ସେମାନଙ୍କ ନୂତନ କର୍ମସ୍ଥଳରେ ଯୋଗଦାନ ପ୍ରକ୍ରିୟା ବିଳମ୍ବିତ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତହସିଲ ସ୍ତରର ଚାର୍ଜ ଅଫିସରମାନଙ୍କୁ କହିଛି ଯେ, ସେମାନଙ୍କ ଅଧୀନରେ ଜନଗଣନା କାମରେ ନିୟୋଜିତ ଶିକ୍ଷକଙ୍କ ବିରୋଧରେ କୌଣସି ଅପୂର୍ଣ୍ଣ କାର୍ଯ୍ୟ ବାକି ନଥିଲେ ତୁରନ୍ତ ଏନ୍‌ଓସି କିମ୍ବା କାର୍ଯ୍ୟ ସମାପ୍ତି ପ୍ରମାଣପତ୍ର ପ୍ରଦାନ କରିବାକୁ ଚିଠିରେ କୁହାଯାଇଛି । ଜନଗଣନା ଦାୟିତ୍ୱ ଓ ବଦଳି ଆଦେଶ ମଧ୍ୟରେ ଫସି ରହିଥିବା ଅନେକ ଶିକ୍ଷକଙ୍କ ପାଇଁ ଏହି ନିର୍ଦ୍ଦେଶ ବଡ଼ ଆଶ୍ୱସ୍ତି ଆଣିଛି । 

Leave a Reply

Your email address will not be published. Required fields are marked *