କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନ ବରାଡୋଙ୍ଗା ଗାଁରେ ଘଟିଛି ଏଭଳି ଅଘଟଣ। ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଗାଁର ବଲସିଂ ଦଳପତି ।
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନ ବରାଡୋଙ୍ଗା ଗାଁରେ ଘଟିଛି ଏଭଳି ଅଘଟଣ। ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଗାଁର ବଲସିଂ ଦଳପତି । ସୂଚନା ଅନୁସାରେ, ଆଜି ଭୋର ସମୟରେ ବଲସିଂ ଶୌଚ ପାଇଁ ଘରୁ ବାହାରି ଗାଁ ପୋଲ ନିକଟକୁ ଯାଇଥିଲେ । ତେବେ ସେଠାରେ ହଠାତ୍ ଏକ ଭାଲୁ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ଭାଲୁଟି ତାଙ୍କୁ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ ।
ଘଟଣା ପରେ ଆଖପାଖର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ବଲସିଂଙ୍କୁ କୋକସରା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭାଲୁକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି । ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଚଳପ୍ରଚଳ ବଢ଼ୁଥିବାରୁ ସତର୍କ ରହିବାକୁ ଲୋକେ ଦାବି କରିଛନ୍ତି । ବନ ବିଭାଗ ପକ୍ଷରୁ ମଧ୍ୟ ଘଟଣା ସମ୍ପର୍କରେ ନଜର ରଖାଯାଉଛି ।

