ଗ୍ରୁପ୍‘ସି’ର ଏକ ମ୍ୟାଚ୍ରେ ସ୍କଟ୍ଲାଣ୍ଡ ୧-୦ରେ ହାଇତିକୁ ପରାସ୍ତ କରିଛି। ଏହା ସହିତ ଫିଫା ବିଶ୍ବକପ୍ରେ ସ୍କଟ୍ଲାଣ୍ଡ ପାଇଁ ଦୀର୍ଘ ୩୬ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଶେଷ ଥର ପାଇଁ ସ୍କଟ୍ଲାଣ୍ଡ ୧୯୯୦ରେ ସ୍ବିଡେନ୍କୁ ହରାଇଥିଲା।
ଗ୍ରୁପ୍‘ସି’ର ଏକ ମ୍ୟାଚ୍ରେ ସ୍କଟ୍ଲାଣ୍ଡ ୧-୦ରେ ହାଇତିକୁ ପରାସ୍ତ କରିଛି। ଏହା ସହିତ ଫିଫା ବିଶ୍ବକପ୍ରେ ସ୍କଟ୍ଲାଣ୍ଡ ପାଇଁ ଦୀର୍ଘ ୩୬ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଶେଷ ଥର ପାଇଁ ସ୍କଟ୍ଲାଣ୍ଡ ୧୯୯୦ରେ ସ୍ବିଡେନ୍କୁ ହରାଇଥିଲା। ଏପରିକି ୨୮ ବର୍ଷ ପରେ ପ୍ରଥମ ଥର ପାଇଁ ବିଶ୍ବକପ୍ରେ ଗୋଲ୍ ଦେବାରେ ସକ୍ଷମ ହୋଇଛି ସ୍କଟ୍ଲାଣ୍ଡ।ମ୍ୟାଚ୍ର ୨୮ ତମ ମିନିଟ୍ରେ ଜନ୍ ମାକ୍ଜିନ୍ ସ୍କଟ୍ଲାଣ୍ଡ ପକ୍ଷରୁ ଏକମାତ୍ର ଗୋଲ୍ କରିଥିଲେ। ୨୮ ତମ ମିନିଟ୍ରେ ସ୍କଟ୍ଲାଣ୍ଡର ଚେ ଆଡାମ୍ସଙ୍କ ଏକ ଉଦ୍ୟମକୁ ପଣ୍ଡ କରିଦେଇଥିଲେ ବିପକ୍ଷ ଗୋଲ୍କିପର୍ ଜନି ପ୍ଲାସାଇଡ୍। କିନ୍ତୁ ବଲ୍ଟି ରିବାଉଣ୍ଡ ହୋଇ ଜନ୍ ମ୍ୟାକଗିନ୍ଙ୍କ ପାଖକୁ ଆସିଥିଲା। ମ୍ୟାକଗିନ୍ ସୁଯୋଗକୁ ହାତଛଡ଼ା କରିନଥିଲେ ଓ ସ୍କଟ୍ଲାଣ୍ଡ ପାଇଁ ବିଜୟ ସୂଚକ ଏକମାତ୍ର ଗୋଲ୍ କରିଥିଲେ।
ତେବେ୧୯୭୪ ପରେ ପୁଣି ବିଶ୍ବକପ୍ ଖେଳିବାର ସୁଯୋଗ ପାଇଥିବା ହାଇତି ଅପେକ୍ଷାକୃତ ଦୁର୍ବଳ ଦଳ ହେଲେ ବି ସ୍କଟ୍ଲାଣ୍ଡ ଆଉ ଅଧିକ ଗୋଲ୍ କରିପାରିନଥିଲା। ୩୮ ତମ ମିନିଟ୍ରେ ହାଇତିର ରୁବେନ ପ୍ରୋଭିଡେନ୍ସଙ୍କ ପାଇଁ ଏକ ଭଲ ସୁଯୋଗ ସୃଷ୍ଟି ହୋଇଥିଲେ ବି ତାହାକୁ ପଣ୍ଡ କରିଦେଇଥିଲେ ଆରନ୍ ହିକ୍କି। ଶେଷ ବେଳକୁ ହାଇତି ପକ୍ଷରୁ କିଛିଟା ଆକ୍ରମଣ କରାଯାଇଥିଲେ ବି ତାହା ଗୋଲ୍ରେ ପରିବର୍ତ୍ତନ ହୋଇପାରିନଥିଲା।ଗ୍ରୁପ୍‘ସି’ର ଦୁଇ ଶକ୍ତିଶାଳୀ ଦଳ ବ୍ରାଜିଲ୍ ଓ ମରକ୍କୋ ମଧ୍ୟରେ ମ୍ୟାଚ୍ ଡ୍ର ରହିଥିବାରୁ ସ୍କଟ୍ଲାଣ୍ଡ ଗୋଟିଏ ବିଜୟ ସହ ଶୀର୍ଷକୁ ଚାଲିଯାଇଛି।

