୧୦ରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ମୋଦୀ

ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୧୦ ତାରିଖରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ମୋଦୀ ପ୍ରଥମ ଥର ନ୍ୟୁଜିଲାଣ୍ଡ ଗସ୍ତ କରିବେ ।

ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୧୦ ତାରିଖରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ମୋଦୀ ପ୍ରଥମ ଥର ନ୍ୟୁଜିଲାଣ୍ଡ ଗସ୍ତ କରିବେ । ଗତ ୪୦ ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ ଶୁକ୍ରବାର ଘୋଷଣା କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ସପ୍ତାହରେ ତାଙ୍କର ପ୍ରଥମ ସରକାରୀ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ।

ମୋଦୀ-ତାକାଇଚି ଦ୍ବିପାକ୍ଷିକ କଥାବାର୍ତ୍ତା : ନିବେଶ, ପ୍ରତିରକ୍ଷା ଓ ସେମିକଣ୍ଡକ୍ଟର ଉପରେ ଚର୍ଚ୍ଚା

ଲକ୍ସନ କହିଛନ୍ତି ଯେ, ନ୍ୟୁଜିଲାଣ୍ଡ-ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସହିତ ଦୁଇ ଦେଶ ସେମାନଙ୍କ ସମ୍ପର୍କକୁ ପରବର୍ତ୍ତୀ ସ୍ତରକୁ ନେଇଯିବେ। ଏହାଦ୍ବାରା ନ୍ୟୁଜିଲାଣ୍ଡରେ ଅଧିକ ନିଯୁକ୍ତି, ଅଧିକ ରପ୍ତାନୀ ଓ ଅଧିକ ଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି ହେବ ବୋଲି କହିଛନ୍ତି । ଲକ୍ସନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୧୦ ତାରିଖରେ ଅକଲାଣ୍ଡରେ ପହଞ୍ଚିବେ ଓ ତା’ପର ଦିନ ଭାରତ ଫେରିବେ। ଭାରତ ଓ ନ୍ୟୁଜିଲାଣ୍ଡ ଚଳିତ ବର୍ଷ ଏପ୍ରିଲ ୨୭ ତାରିଖରେ ନୂଆଦିଲ୍ଲୀଠାରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ବାକ୍ଷରିତ କରିଥି‌‌ଲେ।

Leave a Reply

Your email address will not be published. Required fields are marked *