ମୋବାଇଲ ଛଡାଇ ନେବାରୁ ବିଷ ପିଇଦେଲେ ନାବାଳିକା ; ଚାଲିଗଲା ଜୀବନ

୧୫ ବର୍ଷୀୟ ନାବାଳିକା ସବୁବେଳେ ମୋବାଇଲ୍ ବ୍ୟବହାର କରୁଥିଲେ । ଏନେଇ ପରିବାର ଲୋକ ସବୁବେଳେ ବାରଣ କରୁଥିଲେ । ତେବେ ଗାଳି ଗରିବା ସହ ନାବାଳିକାଙ୍କଠାରୁ ମୋବାଇଲ୍ ଛଡ଼ାଇ ନେଇଥିଲେ ମାଆ ଓ ମାମୁ । ଏଥିରେ ରାଗିଯାଇ ନିଜକୁ ଘରେ ବନ୍ଦ କରି ବିଷ ପିଇଦେଇଥିଲେ ନାବାଳିକା ଜଣଙ୍କ ।

ମୋବାଇଲ୍‌ ଛଡ଼ାଇନେଲେ ବୋଲି ବିଷ ପିଇଦେଲେ ନାବାଳିକା । ମୟୁରଭଞ୍ଜ ରାଜ ବରହମପୁର ଥାନା ଗଗପାଳ ଗାଁରୁ ଆସିଲା ଅଭାବନୀୟ ଘଟଣା । ୧୫ ବର୍ଷୀୟ ନାବାଳିକା ସବୁବେଳେ ମୋବାଇଲ୍ ବ୍ୟବହାର କରୁଥିଲେ । ଏନେଇ ପରିବାର ଲୋକ ସବୁବେଳେ ବାରଣ କରୁଥିଲେ । ତେବେ ଗାଳି ଗରିବା ସହ ନାବାଳିକାଙ୍କଠାରୁ ମୋବାଇଲ୍ ଛଡ଼ାଇ ନେଇଥିଲେ ମାଆ ଓ ମାମୁ । ଏଥିରେ ରାଗିଯାଇ ନିଜକୁ ଘରେ ବନ୍ଦ କରି ବିଷ ପିଇଦେଇଥିଲେ ନାବାଳିକା ଜଣଙ୍କ । କବାଟ ବନ୍ଦ କରି ଘର ଭିତରେ ଥିବା କୀଟନାଶକ ପିଇ ଦେଇଥିଲେ । 

ପରେ ପରିବାର ଲୋକ କବାଟ ଭାଙ୍ଗି ନାବାଳିକାଙ୍କୁ ଉଦ୍ଧାର କରି ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ୍‌ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *