ଲିଙ୍ଗରାଜ ଥାନା ସାମନ୍ତରାୟପୁର ଅଞ୍ଚଳରେ ଦିନ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ଘଟଣା । ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୁଲିସ । କ୍ରାଇମ ସିନରୁ ଏଭିଡେନ୍ସ କଲେକ୍ଟ କରୁଛି ସାଇଣ୍ଟିଫିକ ଟିମ ।
ଲିଙ୍ଗରାଜ ଥାନା ସାମନ୍ତରାୟପୁର ଅଞ୍ଚଳରେ ଦିନ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ଘଟଣା । ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୁଲିସ । କ୍ରାଇମ ସିନରୁ ଏଭିଡେନ୍ସ କଲେକ୍ଟ କରୁଛି ସାଇଣ୍ଟିଫିକ ଟିମ । ସୋମବାର ସାମନ୍ତରାୟପୁର ଅଞ୍ଚଳରେ କଟୁରି ଆକ୍ରମଣ. ଦୀପକ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ବୋହୂକୁ ଘରେ ରଖିବାକୁ ନେଇ ହୋଇଥିଲା ଏହି ତୁମୁଳକାଣ୍ଡ । ବୋହୂ ଶ୍ୱଶୁର ଘରକୁ ଫେରିବାକୁ ଅମଙ୍ଗ ହେବାରୁ, ତାଙ୍କୁ ବୁଝା ସୁଝା କରୁଥିଲେ ଶ୍ବଶୁର ଘର ଲୋକେ ।
ତେବେ ବୋହୂ କାମ କରୁଥିବା ସଂସ୍ଥାରେ ପାଟି ତୁଣ୍ଡ ହେବାରୁ, ଅଫିସରେ ସଂସ୍ଥାର ମାଲିକ ଦୀପକ ଘଟଣା ସ୍ଥଳରେ ପହଂଚିଥିଲେ । ବୋହୂ ଓ ତାଙ୍କ ପରିବାର ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିବା ବେଳେ, ତାଙ୍କ ଶ୍ୱଶୁରଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ମହିଳାଙ୍କ ଶ୍ବଶୁର କଟୁରୀରେ ମାଲିକ ଦୀପକକୁ ଆକ୍ରମଣ କରିଥିଲେ । ତାଙ୍କ ପୁଅ ଅର୍ଥାତ ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ବି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।

