ବାରମ୍ବାର ନିଜ ଚେହେରା ଦେଖୁଥିବା ଲୋକ କେମିତି ହୋଇଥାନ୍ତି ? ଜାଣନ୍ତୁ ତାଙ୍କ ବ୍ୟକ୍ତିତ୍ୱର ରହସ୍ୟ

ସାଇକୋଲୋଜି ଅନୁସାରେ ପ୍ରତ୍ୟକଥର ନିଜ ମୁହଁ ଦେଖିବାର କାରଣ କେବଳ ଗୋଟିଏ ହୋଇ ନଥାଏ । କିଛି ଲୋକ କେବଳ ଏହା ଜାଣିବାକୁ ଚାହିଁଥାନ୍ତି କି ତାଙ୍କ ଡ୍ରେସ୍ , ଚୁଟି ତଥା ଚେହେରା ଠିକ ଦେଖା ଯାଉଛି ନା ନାହିଁ , ଅନ୍ୟପକ୍ଷେ କିଛି ଲୋକଙ୍କର ଏହି ଅଭ୍ୟାସ ତାଙ୍କ ଆତ୍ମବିଶ୍ୱାସ ତଥା ଭାବନା ସହ ଯୋଡିହୋଇ ରହିଥାଏ । ତେଣୁ କେବଳ କୌଣସି ବ୍ୟକ୍ତିକୁ ଆଇନା ଦେଖୁଥିବା ଦେଖି ଏହା କହିବା ଠିକ୍ ନୁହଁ ଯେ ସେ ଜଣେ ଗର୍ବି ଲୋକ କିମ୍ୱା ସେ ନିଜ ଉପରେ ଆବଶ୍ୟକତା ଠାରୁ ଅଧିକ ଧ୍ୟାନ ଦେଉଛନ୍ତି ।

କ’ଣ ଆପଣବି ଗୋଟିଏ ଦିନରେ ବାରମ୍ୱାର ଆଇନା ଦେଖନ୍ତି କି ? ନାଁ ଆପଣଙ୍କ ଅଫିସ କିମ୍ୱା କଲେଜରେ କେହି ଏପରି ଅଛନ୍ତିକି ଯିଏ ଦିନରେ ଅନେକ ଥର ନିଜ ମୁହଁ ଦେଖନ୍ତି ? ମନୋବିଜ୍ଞାନ ଅନୁସାରେ କଣ ଏହା କେବଳ ସଜ-ବାଜ ହେବା ଭିତରେ ସୀମିତ ନା ଅନ୍ୟ କିଛି କାରଣ ରହିଛି ଏହା ପଛରେ, ଆସନ୍ତୁ ଜାଣିବା ।

ଜଦି ଆପଣ କୌଣସି ଅଫିସରେ କାମକରନ୍ତି କିମ୍ବା କୌଣସି କଲେଜ ଯାଉଥାଆନ୍ତି , ଯେଉଁଠାରେ ଲୋକଙ୍କ ସହ ଦେଖା ସାକ୍ଷ୍ୟାତ ତଥା ମିଳା ମିଶା ସବୁବେଳେ ହେଉଥିବ ତେବେ ନିହାତି ଆପଣଙ୍କର ଏପରି ଲୋକଙ୍କ ସହ ଭେଟ ମଧ୍ୟ ହେଇଥିବ ଯେଉଁମାନେ ବାରମ୍ୱାର ନିଜ ଚେହେରା ଦେଖୁଥାନ୍ତି । କେବେ ବାଥରୁମକୁ ଯାଇ ନିଜ ଚୁଟି ସାଇଜ କରୁ ଥାନ୍ତି ତ କେବେ ଲିଫ୍ଟର ମିରରେ ନିଜକୁ ଦେଖୁଥାନ୍ତି । ପୁଣିକେବେ ଫୋନର ଫ୍ରଣ୍ଟ କ୍ୟାମେରା ବାହାର କରି ନିଜ ଚେହେରା ଦେଖନ୍ତି । ବେଳେ ବେଳେ ଏପରି ଲାଗେ କି ପ୍ରତି ସମୟରେ ସେ କିପରି ଲାଗୁଛନ୍ତି ତାଙ୍କୁ ଜାଣିବା ନିତାନ୍ତ ଜରୁରି ଅଟେ । ଏପରି ଲୋକଙ୍କୁ ଦେଖି ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ କି ସେମାନେ ବାରମ୍ୱାର ଆଇନା କାହିଁକି ଦେଖୁଛନ୍ତି । କଣ ଏହା କେବଳ ଭଲ ପର୍ଶ୍ନାଲିଟି ଦେଖାଇବାର ପ୍ରୟାସ ମାତ୍ର ନା ଏହା ପଛରେ କିଛି ଅନ୍ୟ ସାଇକୋଲୋଜି ଅଛି ।

ସାଇକୋଲୋଜି ଅନୁସାରେ ପ୍ରତ୍ୟକଥର ନିଜ ମୁହଁ ଦେଖିବାର କାରଣ କେବଳ ଗୋଟିଏ ହୋଇ ନଥାଏ । କିଛି ଲୋକ କେବଳ ଏହା ଜାଣିବାକୁ ଚାହିଁଥାନ୍ତି କି ତାଙ୍କ ଡ୍ରେସ୍ , ଚୁଟି ତଥା ଚେହେରା ଠିକ ଦେଖା ଯାଉଛି ନା ନାହିଁ , ଅନ୍ୟପକ୍ଷେ କିଛି ଲୋକଙ୍କର ଏହି ଅଭ୍ୟାସ ତାଙ୍କ ଆତ୍ମବିଶ୍ୱାସ ତଥା ଭାବନା ସହ ଯୋଡିହୋଇ ରହିଥାଏ । ତେଣୁ କେବଳ କୌଣସି ବ୍ୟକ୍ତିକୁ ଆଇନା ଦେଖୁଥିବା ଦେଖି ଏହା କହିବା ଠିକ୍ ନୁହଁ ଯେ ସେ ଜଣେ ଗର୍ବି ଲୋକ କିମ୍ୱା ସେ ନିଜ ଉପରେ ଆବଶ୍ୟକତା ଠାରୁ ଅଧିକ ଧ୍ୟାନ ଦେଉଛନ୍ତି ।

ସାଇକୋଲୋଜି ଅନୁସାରେ ମଣିଷ ନିଜ ଉପରେ ଅନ୍ୟମାନଙ୍କ ଦ୍ୱାରା ଦିଆଯାଉଥିବା ମନ୍ତବ୍ୟକୁ ଅଧିକ ମହତ୍ୱ ଦେଇଥାଏ । ଏଥିପାଇଁ ଅନେକ ଲୋକ ବାରମ୍ୱାର ଏହା ସୁନିଶ୍ଚିତ କରିଥାନ୍ତି କି ସେମାନେ ଅନ୍ୟମାନଙ୍କ ସାମନାରେ ଭଲ ଦେଖା ଯାଉଛନ୍ତି କି ନାହିଁ । ଏହାକୁ ସେଲ୍ଫ ପ୍ରେଜେଣ୍ଟେସନ ମାନେ ନିଜକୁ ଅଧିକ ଭଲଭାବରେ ପ୍ରସ୍ତୁତ କରିବାର ଇଛା କୁହାଯାଏ । ଏହା ଏକ ସାମାନ୍ୟ ବ୍ୟବହାର ଅଟେ ଯାହା ପ୍ରାୟ ସମସ୍ତ ବ୍ୟକ୍ତିଙ୍କ ମଧ୍ୟରେ ଅଳ୍ପ-ବହୁତେ ଦେଖା ଯାଇଥାଏ ।

ସାଇକୋଲୋଜିରେ ସେଲ୍ଫ ଆୱାରନେସ ଥିଓରି ଏହି ଅଭ୍ୟାସକୁ ବୁଝାଇବାର ପ୍ରୟାସ କରେ । ଏହି ସିଦ୍ଧାନ୍ତ ଅନୁସାରେ ଯେତେବେଳେ କୌଣସି ବ୍ୟକ୍ତି ନିଜ ଉପରେ ଅଧିକ ଧ୍ୟ୍ୟାନ ଦିଅନ୍ତି ତେବେ ସେ ନିଜ ମୁହଁ ତଥା ହାବ ଭାବକୁ ବାରମ୍ୱାର ଜାଞ୍ଚ କରିଥାନ୍ତି । ଖାସକରି ମିଟିଙ୍ଗ , ପ୍ରେଜେଣ୍ଟେସନ ତଥା ଅନ୍ୟ କୌଣସି ଖାସ କାର୍ୟ୍ୟକ୍ରମ ପୂର୍ବରୁ ଏହି ଅଭ୍ୟାସ ବଢିଯାଇପାରେ ।

ବିଶେଷଜ୍ଞଙ୍କ ଅନୁସାରେ ଯଦି କୌଣସି ବ୍ୟକ୍ତି କିଛି କିଛି ସମୟ ବ୍ୟବଧାନରେ ଆଇନା ଦେଖିଥାନ୍ତି , ବିନା ମୁହଁ ଦେଖି ଘରୁ ବାହାରିବାକୁ ଡରୁଥାନ୍ତି ତଥା ମୁହଁର ଛୋଟ ଛୋଟ ସମସ୍ୟା ପାଇଁ ବ୍ୟସ୍ତ ହେଉଛନ୍ତି ତେବେ ଏହା ଏକ ସାମାନ୍ୟ ଅଭ୍ୟାସ ଠାରୁ ଅଧିକ ହୋଇଥାଏ । ଏପରି ପରିସ୍ଥିତିରେ ଏହା ଆନଜାଇଟି ନଚେତ୍ ବଡି ଇମେଜ୍ କୁ ନେଇ କୌଣସି ସମସ୍ୟାର ସଂକେତ ହୋଇପାରେ । ତେଣୁ କୌଣସି ଗୋଟିଏ ବ୍ୟବହାରର ଆଧାରରେ କାହାର ବ୍ୟକ୍ତିତ୍ୱ ବିଷୟରେ ନିଷ୍ପତ୍ତି ନେବା ଠିକ ନୁହେଁ । ଏହି ଅଭ୍ୟାସକୁ ସବୁବେଳେ ବ୍ୟକ୍ତିର ପରିସ୍ଥିତି ତଥା ଚିନ୍ତାଧାରା ଏବଂ ତାଙ୍କର ସମଗ୍ର ବ୍ୟବହାରକୁ ଧ୍ୟାନରେ ରଖି ବୁଝିବା ଉଚିତ୍ । 

Leave a Reply

Your email address will not be published. Required fields are marked *