ସହାୟକ ରୋଜଗାର ଅଧିକାରୀ ଡକ୍ଟର ନେହା ସିଂହ କହିଛନ୍ତି, ଶିକ୍ଷିତ ବେରୋଜଗାର ଯୁବକଙ୍କୁ ଆର୍ଥିକ ସହାୟତା ଦେବା ସହ ସେମାନଙ୍କୁ ନିଯୁକ୍ତିର ସୁଯୋଗ ସହ ଯୋଡ଼ିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ନଭେମ୍ବର ୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଯୋଜନାର ଲାଭ ପାଇବା ପାଇଁ ଆବେଦନକାରୀ ହରିୟାଣାର ମୂଳ ବାସିନ୍ଦା ହୋଇଥିବା ଆବଶ୍ୟକ। ଏଥିସହ ତାଙ୍କର ବୟସ ୨୧ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ। ଯୋଜନା ପାଇଁ ରହିଛି ଏହି ସର୍ତ୍ତ,
ହରିୟାଣା ସରକାରଙ୍କ ପକ୍ଷରୁ ଶିକ୍ଷିତ ବେରୋଜଗାର ଯୁବକଙ୍କ ପାଇଁ ବେରୋଜଗାର ଭତ୍ତା ଯୋଜନାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଯୋଜନା ଅଧୀନରେ ଦ୍ୱାଦଶ ପାସ୍ କରିଥିବା ଯୁବକଙ୍କୁ ମାସିକ ୧୨୦୦ ଟଙ୍କା ଏବଂ ସ୍ନାତକ କିମ୍ବା ତାଠାରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ଯୁବକଙ୍କୁ ମାସିକ ୨୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ। ଏହି ଯୋଜନାର ଲାଭ ନେବାକୁ ଇଚ୍ଛୁକ ଓ ଯୋଗ୍ୟ ଯୁବକମାନେ ନଭେମ୍ବର ୩୦, ୨୦୨୬ ସୁଦ୍ଧା ରୋଜଗାର ବିଭାଗର ଅଫିସିଆଲ୍ ୱେବସାଇଟ୍ରେ ଅନଲାଇନ୍ ଆବେଦନ କରିପାରିବେ।
ହରିୟାଣାର ମୂଳ ବାସିନ୍ଦା ହୋଇଥିବା ଜରୁରୀ
ସହାୟକ ରୋଜଗାର ଅଧିକାରୀ ଡକ୍ଟର ନେହା ସିଂହ କହିଛନ୍ତି, ଶିକ୍ଷିତ ବେରୋଜଗାର ଯୁବକଙ୍କୁ ଆର୍ଥିକ ସହାୟତା ଦେବା ସହ ସେମାନଙ୍କୁ ନିଯୁକ୍ତିର ସୁଯୋଗ ସହ ଯୋଡ଼ିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ନଭେମ୍ବର ୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଯୋଜନାର ଲାଭ ପାଇବା ପାଇଁ ଆବେଦନକାରୀ ହରିୟାଣାର ମୂଳ ବାସିନ୍ଦା ହୋଇଥିବା ଆବଶ୍ୟକ। ଏଥିସହ ତାଙ୍କର ବୟସ ୨୧ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ। ଯୋଜନା ପାଇଁ ରହିଛି ଏହି ସର୍ତ୍ତ, ଅଧିକାରୀଙ୍କ ସୂଚନା ଅନୁସାରେ, ଆବେଦନକାରୀଙ୍କ ନାମ ପ୍ରତିବର୍ଷ ନଭେମ୍ବର ୧ ତାରିଖ ସୁଦ୍ଧା କୌଣସି ରୋଜଗାର କାର୍ୟ୍ୟାଳୟରେ ଲଗାତାର ଅତିକମ୍ରେ ୩ ବର୍ଷ ଧରି ପଞ୍ଜୀକୃତ ହୋଇଥିବା ଆବଶ୍ୟକ। ପରିବାରର ସମସ୍ତ ଉତ୍ସରୁ ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ। ପରିବାର ପାଖରେ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଆବାସିକ କିମ୍ବା ବାଣିଜ୍ୟିକ ସମ୍ପତ୍ତି ଏବଂ ୨ ହେକ୍ଟରରୁ ଅଧିକ କୃଷି ଜମି ମଧ୍ୟ ନଥିବା ଆବଶ୍ୟକ।
କେଉଁଠି ଓ କିପରି କରିବେ ଆବେଦନ?
ଏହି ଯୋଜନାରେ ଆବେଦନ କରୁଥିବା ଯୁବକ କୌଣସି ଅନୁଷ୍ଠାନରେ ତାଲିମପ୍ରାପ୍ତ ହେଉନଥିବେ, ଚାକିରି କରୁନଥିବେ କିମ୍ବା ସ୍ୱରୋଜଗାରରେ ନିୟୋଜିତ ନଥିବେ। ଏଥିସହ ସେ ସକ୍ଷମ ଯୁବା ଯୋଜନାରେ ପଞ୍ଜୀକୃତ ହୋଇନଥିବା ଆବଶ୍ୟକ। ସରକାରୀ ଚାକିରିରୁ ବହିଷ୍କୃତ କର୍ମଚାରୀ ଏବଂ ନିର୍ଦ୍ଧାରିତ ଗୁରୁତର ଅପରାଧରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତି ଏହି ଯୋଜନାର ଲାଭ ପାଇପାରିବେ ନାହିଁ। ଯୋଗ୍ୟ ଯୁବକମାନେ ବିଭାଗର ଅଫିସିଆଲ୍ ୱେବସାଇଟ୍https://hrex.gov.in କୁ ଯାଇ ଅନଲାଇନ୍ ଆବେଦନ କରିପାରିବେ। ଶେଷ ତାରିଖ ପୂର୍ବରୁ ଆବେଦନ କରିବା ସହ ସମସ୍ତ ଯୋଗ୍ୟତା ସର୍ତ୍ତକୁ ଭଲ ଭାବେ ପଢ଼ିବାକୁ ବିଭାଗ ପକ୍ଷରୁ ଯୁବକମାନଙ୍କୁ ଅପିଲ୍ କରାଯାଇଛି।

