ଖାନ୍ ସାର୍‌ଙ୍କ କୋଚିଂ ସେଣ୍ଟରରେ ଭଙ୍ଗାରୁଜା ଘଟଣା: ଅଭିଯୁକ୍ତ ତଥା ରୌଶନଙ୍କ ଭାଇଙ୍କ ନେପାଳରେ ସନ୍ଦେହଜନକ ମୃତ୍ୟୁ

ଯେତେବେଳେ ଖାନ୍ ସାର୍‌ଙ୍କ ଏକାଡେମୀରେ ଭଙ୍ଗାରୁଜା ଏବଂ ଗୁଳିମାଡ଼ ହୋଇଥିଲା । ଏହି ଘଟଣା ପରେ ରୌଶନ ସାର୍‌ଙ୍କୁ ଗିରଫ କରାଯାଇଥିବା ବେଳେ ଖାନ୍ ସାର୍‌ଙ୍କୁ କୋର୍ଟରୁ ଆନ୍ତରୀଣ ସୁରକ୍ଷା ମିଳିଛି । ରୌଶନଙ୍କ ଭାଇ ପ୍ରିନ୍ସ ମଧ୍ୟ ଏହି ଭଙ୍ଗାରୁଜା ମାମଲାରେ ଜଣେ ଅଭିଯୁକ୍ତ ଥିଲେ । ଗିରଫଦାରୀ ଭୟରେ ସେ ତାଙ୍କର ୬ ଜଣ ସାଙ୍ଗଙ୍କ ସହ ନେପାଳରେ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

ବିହାରର ଜଣାଶୁଣା ଶିକ୍ଷକ ରୌଶନ ଆନନ୍ଦଙ୍କ ଭାଇ ପ୍ରିନ୍ସଙ୍କର ନେପାଳରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି । ପାଟନାରେ କୋଚିଂ ସେଣ୍ଟର ଭଙ୍ଗାରୁଜା ମାମଲାରେ ରୌଶନ ବର୍ତ୍ତମାନ ଜେଲରେ ଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି । ପାଟନାର ଦୁଇ ପ୍ରତିଷ୍ଠିତ କୋଚିଂ ସେଣ୍ଟର ‘ଜ୍ଞାନ ବିନ୍ଦୁ ଜିଏସ୍ ଏକାଡେମୀ’ (ରୌଶନ ସାର୍‌) ଏବଂ ‘ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍’ (ଖାନ୍ ସାର୍‌) ମଧ୍ୟରେ ଦୀର୍ଘ ଦିନରୁ ଶତ୍ରୁତା ଚାଲିଆସୁଛି  ।

ଏହି ବିବାଦ ଚଳିତ ମାସ ଆରମ୍ଭରେ ଉଗ୍ର ରୂପ ନେଇଥିଲା, ଯେତେବେଳେ ଖାନ୍ ସାର୍‌ଙ୍କ ଏକାଡେମୀରେ ଭଙ୍ଗାରୁଜା ଏବଂ ଗୁଳିମାଡ଼ ହୋଇଥିଲା । ଏହି ଘଟଣା ପରେ ରୌଶନ ସାର୍‌ଙ୍କୁ ଗିରଫ କରାଯାଇଥିବା ବେଳେ ଖାନ୍ ସାର୍‌ଙ୍କୁ କୋର୍ଟରୁ ଆନ୍ତରୀଣ ସୁରକ୍ଷା ମିଳିଛି । ରୌଶନଙ୍କ ଭାଇ ପ୍ରିନ୍ସ ମଧ୍ୟ ଏହି ଭଙ୍ଗାରୁଜା ମାମଲାରେ ଜଣେ ଅଭିଯୁକ୍ତ ଥିଲେ । ଗିରଫଦାରୀ ଭୟରେ ସେ ତାଙ୍କର ୬ ଜଣ ସାଙ୍ଗଙ୍କ ସହ ନେପାଳରେ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ତାଙ୍କ ପରିବାର ଲୋକେ ନେପାଳ ଅଭିମୁଖେ ବାହାରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୨୧ ମସିହାରେ ମଧ୍ୟ ପ୍ରିନ୍ସ ଖାନ୍ ସାର୍‌ଙ୍କ କ୍ଲାସରୁମରେ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।

ଏକ ତଦନ୍ତରୁ ଜଣାପଡିଛି ଯେ, ବିହାର ପୁଲିସ ନିଯୁକ୍ତି ପରୀକ୍ଷା ଫଳାଫଳକୁ ନେଇ ଦୁଇ କୋଚିଂ ସେଣ୍ଟର ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଉଭୟ ସଂସ୍ଥା ଅଧିକ ସଂଖ୍ୟକ ଛାତ୍ର ସଫଳ ହୋଇଥିବା ଦାବି କରିଥିଲେ, ଯାହାକୁ ନେଇ ପୋଷ୍ଟର ଚିରାଚିରି ଏବଂ ସମର୍ଥକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା ।

ତେବେ ଏହି ଶତ୍ରୁତା କେବଳ ଫଳାଫଳ ମଧ୍ୟରେ ସୀମିତ ନୁହେଁ । ପାଟନାର ମୁସଲ୍ଲାପୁରସ୍ଥିତ ‘କିସାନ କୋଲ୍ଡ ଷ୍ଟୋରେଜ୍ କ୍ୟାମ୍ପସ’ ଉପରେ କବଜା କରିବାକୁ ନେଇ ଉଭୟଙ୍କ ମଧ୍ୟରେ ବହୁ ପୁରୁଣା ବିବାଦ ରହିଛି । ଏହି କ୍ୟାମ୍ପସରୁ ହିଁ ଉଭୟଙ୍କ କୋଚିଂ ସେଣ୍ଟର ପରିଚାଳିତ ହେଉଛି । ଖାନ୍ ସାର୍ ପୂର୍ବରୁ ଅଭିଯୋଗ କରିଥିଲେ ଯେ ରୌଶନ ସାର୍ ତାଙ୍କ ଉପରେ ବୋମା ମାଡ଼ ଓ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଅପରପକ୍ଷରେ ରୌଶନ ସାର୍ ମଧ୍ୟ ଖାନ୍ ସାର୍‌ଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ ।

Leave a Reply

Your email address will not be published. Required fields are marked *