ବକ୍ସ ଅଫିସ୍‌ରେ ୟଶଙ୍କ ‘Toxic’ର ଧମାକା , ଓପନିଂ ଡେ’ରେ ୧୦୦ କୋଟି ପାର୍

ବକ୍ସ ଅଫିସ୍‌ରେ ଧମାକା କଲା ୟଶଙ୍କ ‘Toxic’ । ରିଲିଜ୍‌ର ପ୍ରଥମ ଦିନରେ ହିଁ ୧୦୦ କୋଟି ଟଙ୍କାର କ୍ଲବ୍‌ରେ ସାମିଲ ହୋଇଛି ଫିଲ୍ମ । ୟଶ ଓ କିଆରା ଆଡଭାଣୀଙ୍କ ଅଭିନୀତ ଏହି ଫିଲ୍ମ ଭାରତରେ ପ୍ରଥମ ଦିନରେ ପ୍ରାୟ ୧୦୧.୧୦ କୋଟି ଟଙ୍କା ନେଟ୍‌ କଲେକ୍ସନ କରିଥିବା ରିପୋର୍ଟ ଆସିଛି ।

ବକ୍ସ ଅଫିସ୍‌ରେ ଧମାକା କଲା ୟଶଙ୍କ ‘Toxic’ । ରିଲିଜ୍‌ର ପ୍ରଥମ ଦିନରେ ହିଁ ୧୦୦ କୋଟି ଟଙ୍କାର କ୍ଲବ୍‌ରେ ସାମିଲ ହୋଇଛି ଫିଲ୍ମ । ୟଶ ଓ କିଆରା ଆଡଭାଣୀଙ୍କ ଅଭିନୀତ ଏହି ଫିଲ୍ମ ଭାରତରେ ପ୍ରଥମ ଦିନରେ ପ୍ରାୟ ୧୦୧.୧୦ କୋଟି ଟଙ୍କା ନେଟ୍‌ କଲେକ୍ସନ କରିଥିବା ରିପୋର୍ଟ ଆସିଛି । କେବଳ ଭାରତ ନୁହେଁ, ବିଶ୍ୱବ୍ୟାପୀ ବକ୍ସ ଅଫିସ୍‌ରେ ମଧ୍ୟ ‘Toxic’ର ଦମଦାର ଓପନିଂ ଦେଖିବାକୁ ମିଳିଛି । ପ୍ରଥମ ଦିନରେ ଫିଲ୍ମର ୱାର୍ଲ୍ଡୱାଇଡ୍‌ କଲେକ୍ସନ ପ୍ରାୟ ୧୪୦ କୋଟି ଟଙ୍କା ଛୁଇଁଥିବା ରିପୋର୍ଟ ରହିଛି । ‘Toxic’ର ଏହି ଜବରଦସ୍ତ ଆରମ୍ଭ ୟଶଙ୍କ ଷ୍ଟାର ପାୱାରକୁ ପୁଣି ଥରେ ପ୍ରମାଣ କରିଛି । ‘KGF: Chapter 2’ ପରେ ୟଶଙ୍କ ବଡ଼ ପରଦାକୁ ଫେରିବାକୁ ନେଇ ଦର୍ଶକଙ୍କ ମଧ୍ୟରେ ଥିଲା ଜବରଦସ୍ତ ଉତ୍ସାହ ।

 ଫିଲ୍ମରେ କିଆରା ଆଡଭାଣୀଙ୍କ ସହ ନୟନତାରା, ହୁମା କୁରେଶୀ, ତାରା ସୁତାରିଆ ଓ ଅନ୍ୟମାନେ ମଧ୍ୟ ଅଭିନୟ କରିଛନ୍ତି । ତେବେ ଏହି ରେକର୍ଡ ଓପନିଂ ସତ୍ତ୍ୱେ ‘Toxic’ ‘Dhurandhar: The Revenge’ର ଓପନିଂ ଡେ ରେକର୍ଡକୁ ପଛରେ ପକାଇ ପାରିନାହିଁ । ‘Dhurandhar 2’ ପ୍ରଥମ ଦିନରେ ପ୍ରାୟ ୨୩୬ କୋଟି ଟଙ୍କା ସହ ଭାରତୀୟ ସିନେମାର ଓପନିଂ ଡେ ରେକର୍ଡ ନିଜ ନାଁରେ ରଖିଛି । ଅର୍ଥାତ୍‌, ୧୦୦ କୋଟି ପାର୍ କରି ‘Toxic’ ଇତିହାସ ରଚିଥିଲେ ମଧ୍ୟ ‘Dhurandhar 2’ର ବିଶାଳ ଓପନିଂ ଏବେ ବି ଆଗରେ । ଆଗାମୀ ଦିନରେ ୟଶଙ୍କ ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଆଉ କେତେ ରେକର୍ଡ ଭାଙ୍ଗୁଛି, ତାହା ଉପରେ ରହିବ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *