ଘରଭଡ଼ା ବ୍ୟବସ୍ଥାରେ ବଡ଼ ସଂସ୍କାର : ବଦଳିବ ୫୯ ବର୍ଷର ପୁରୁଣା ଆଇନ

ଘର ଭଡ଼ା ବ୍ୟବସ୍ଥାରେ ବଡ଼ ସଂସ୍କାର । ବଦଳିବ ୫୯ ବର୍ଷର ପୁରୁଣା ଆଇନ, ଆସିବ ନୂଆ ଆଇନ୍‌ । ଘରମାଲିକ-ଭଡ଼ାଟିଆ ବିବାଦର ହେବ ଶୀଘ୍ର ସମାଧାନ । ଗଠନ ହେବ ସ୍ୱତନ୍ତ୍ର ନ୍ୟାୟାଳୟ।

ଘର ଭଡ଼ା ବ୍ୟବସ୍ଥାରେ ବଡ଼ ସଂସ୍କାର । ବଦଳିବ ୫୯ ବର୍ଷର ପୁରୁଣା ଆଇନ, ଆସିବ ନୂଆ ଆଇନ୍‌ । ଘରମାଲିକ-ଭଡ଼ାଟିଆ ବିବାଦର ହେବ ଶୀଘ୍ର ସମାଧାନ । ଗଠନ ହେବ ସ୍ୱତନ୍ତ୍ର ନ୍ୟାୟାଳୟ। ମୌଖିକ ନୁହେଁ, ଲିଖିତ ଚୁକ୍ତିରେ ହେବ ଘର ଭଡ଼ା ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ କରିଛନ୍ତି।

କେନ୍ଦ୍ରର ମଡେଲ ଟେନାନ୍ସି ଆକ୍ଟକୁ ଆଧାର କରି ପ୍ରସ୍ତୁତ ଏହି ଚିଠା ଆଇନରେ ଘରମାଲିକ ଓ ଭଡ଼ାଟିଆଙ୍କ ଅଧିକାର, ଦାୟିତ୍ୱ ଓ ବିବାଦ ସମାଧାନ ପାଇଁ ବ୍ୟାପକ ବ୍ୟବସ୍ଥା ରହିଛି। ଏଣିକି ମୌଖିକ ଚୁକ୍ତିରେ ଘର ଭଡ଼ା ଦେବା କିମ୍ବା ନେବା ସମ୍ଭବ ହେବ ନାହିଁ। ଘରମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ଲିଖିତ ଚୁକ୍ତିନାମା ସ୍ୱାକ୍ଷର ହେବା ପରେ ତାହାକୁ ଦୁଇ ମାସ ମଧ୍ୟରେ ଭଡ଼ା ପ୍ରାଧିକରଣ ଓ ସ୍ଥାନୀୟ ଥାନାରେ ପଞ୍ଜୀକରଣ କରିବାକୁ ପଡ଼ିବ। ସରକାର ଏକ ଅନଲାଇନ୍ ପୋର୍ଟାଲ୍ ଖୋଲିବେ, ଯେଉଁଠାରେ ସମସ୍ତ ଭଡ଼ା ଚୁକ୍ତି ପଞ୍ଜୀକୃତ ହେବ। ପ୍ରତ୍ୟେକ ଚୁକ୍ତିକୁ ଏକ ୟୁନିକ୍ ଆଇଡି ନମ୍ବର ମିଳିବ। ଏହା ଦ୍ୱାରା ଭଡ଼ା ସମ୍ପର୍କିତ ବିବାଦରେ ତଥ୍ୟ ଯାଞ୍ଚ ସହଜ ହେବ। 

ଘର ଭଡ଼ା ବ୍ୟବସ୍ଥାରେ ବଡ଼ ସଂସ୍କାର
ଲିଖିତ ଭଡ଼ା ଚୁକ୍ତି ହେବ ବାଧ୍ୟତାମୂଳକ ହେବ
ଏଣିକି ମୌଖିକ ଚୁକ୍ତିରେ ଘର ଭଡ଼ା ଦେବା କିମ୍ବା ନେବା ସମ୍ଭବ ହେବ ନାହିଁ
ଘରମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ଲିଖିତ ଚୁକ୍ତିନାମା ସ୍ୱାକ୍ଷର ହେବ
ଦୁଇ ମାସ ମଧ୍ୟରେ ଭଡ଼ା ପ୍ରାଧିକରଣ ଓ ସ୍ଥାନୀୟ ଥାନାରେ ପଞ୍ଜୀକରଣ କରିବାକୁ ପଡ଼ିବ
ଘର ଭଡା ପାଇଁ ଡିଜିଟାଲ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା ହେବ
ସରକାର ଏକ ଅନଲାଇନ୍ ପୋର୍ଟାଲ୍ ଖୋଲିବେ, ଯେଉଁଠାରେ ଭଡ଼ା ଚୁକ୍ତି ପଞ୍ଜୀକୃତ ହେବ
ପ୍ରତ୍ୟେକ ଚୁକ୍ତିକୁ ଏକ ୟୁନିକ୍ ଆଇଡି ନମ୍ବର ମିଳିବ
ଏହା ଦ୍ୱାରା ଭଡ଼ା ସମ୍ପର୍କିତ ବିବାଦରେ ତଥ୍ୟ ଯାଞ୍ଚ ସହଜ ହେବ
ଘରମାଲିକ ଓ ଭଡ଼ାଟିଆଙ୍କ ଅଧିକାର ସ୍ପଷ୍ଟ ହେବ
ଘରମାଲିକ ଭଡ଼ା ଆଦାୟ କରିବାର ଅଧିକାର ପାଇବେ
ଭଡ଼ାଟିଆ ମଧ୍ୟ ଚୁକ୍ତି ଅନୁଯାୟୀ ଘର ବ୍ୟବହାର କରିବାର ଅଧିକାର ପାଇବେ
ଭଡ଼ା ଦର ନିର୍ଦ୍ଧାରଣରେ ସରକାରୀ ହସ୍ତକ୍ଷେପ ରହିବ ନାହିଁ
ଘରଭଡ଼ା ଘରମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ପାରସ୍ପରିକ ସହମତିରେ ସ୍ଥିର ହେବ
 ଭଡ଼ା ନିର୍ଦ୍ଧାରଣ ପାଇଁ ସରକାର କୌଣସି ସୀମା ଧାର୍ଯ୍ୟ କରିବେ ନାହିଁ।
ଚୁକ୍ତିରେ ଉଲ୍ଲେଖ ଥିଲେ ଘରମାଲିକ ଭଡ଼ା ବଢ଼ାଇପାରିବେ
ଭଡ଼ା ଚୁକ୍ତି ସମୟରେ ସୁରକ୍ଷା ଜମାରାଶି ସମ୍ପର୍କରେ ମଧ୍ୟ ବ୍ୟବସ୍ଥା ରହିଛି
ଭଡ଼ା ସମ୍ବନ୍ଧୀୟ ମାମଲାର ଶୁଣାଣି ପାଇଁ ସ୍ୱତନ୍ତ୍ର ଭଡ଼ା ନ୍ୟାୟାଳୟ ଓ ଭଡ଼ା ନ୍ୟାୟାଧିକରଣ ଗଠନ ହେବ।
ବଦଳିବ ୫୯ ବର୍ଷର ପୁରୁଣା ଆଇନ, ଆସିବ ନୂଆ ଆଇନ୍‌
ଘରର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ
 ‘ଓଡ଼ିଶା ହାଉସ୍ ରେଣ୍ଟ କଣ୍ଟ୍ରୋଲ୍ ଆକ୍ଟ, ୧୯୬୭’ ଏବଂ ୧୯୭୪ ସଂଶୋଧନ ଆଇନ ରଦ୍ଦ ହୋଇଯିବ।

Leave a Reply

Your email address will not be published. Required fields are marked *