ଶିକ୍ଷକ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର । ପ୍ରକାଶ ପାଇଛି UPTET ୨୦୨୬ର ରେଜଲ୍ଟ । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ଶିକ୍ଷକ ହେବା ପାଇଁ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ଅପେକ୍ଷାର ଅନ୍ତ ହୋଇଛି ।
ଶିକ୍ଷକ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର । ପ୍ରକାଶ ପାଇଛି UPTET ୨୦୨୬ର ରେଜଲ୍ଟ । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ଶିକ୍ଷକ ହେବା ପାଇଁ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ଅପେକ୍ଷାର ଅନ୍ତ ହୋଇଛି । ଉତ୍ତରପ୍ରଦେଶ ଶିକ୍ଷକ ପାତ୍ରତା ପରୀକ୍ଷା ବା UPTET ୨୦୨୬ର ଫଳାଫଳ ଘୋଷଣା କରାଯାଇଛି । ରେଜଲ୍ଟ ପ୍ରକାଶ ପାଇବା ପରେ ପ୍ରାର୍ଥୀମାନେ ନିଜର ସ୍କୋରକାର୍ଡ ଅନଲାଇନ୍ରେ ଯାଞ୍ଚ କରିପାରିବେ । ଏଥିପାଇଁ ନିଜର ରୋଲ୍ ନମ୍ବର ଏବଂ ଆବଶ୍ୟକ ଲଗଇନ୍ ବିବରଣୀ ବ୍ୟବହାର କରିବାକୁ ପଡ଼ିବ । ଏହି ପରୀକ୍ଷାରେ ପ୍ରାଇମେରୀ ଓ ଅପର ପ୍ରାଇମେରୀ ଲେଭଲ୍ର ପ୍ରାର୍ଥୀମାନେ ସାମିଲ ହୋଇଥିଲେ । ପରୀକ୍ଷା ପରେ ଫଳାଫଳକୁ ନେଇ ପ୍ରାର୍ଥୀମାନଙ୍କ ମଧ୍ୟରେ ଲାଗି ରହିଥିଲା ଉତ୍ସୁକତା ।
ଏବେ ରେଜଲ୍ଟ ଘୋଷଣା ହେବା ପରେ ସଫଳ ପ୍ରାର୍ଥୀଙ୍କ ମଧ୍ୟରେ ଖୁସିର ମାହୋଲ୍ ଦେଖିବାକୁ ମିଳିଛି । ତେବେ UPTET ପାସ୍ କରିବା ମାନେ ସିଧାସଳଖ ଶିକ୍ଷକ ଚାକିରି ମିଳିବା ନୁହେଁ । ଏହା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଆବଶ୍ୟକ ପାତ୍ରତାର ଏକ ଅଂଶ । ପରବର୍ତ୍ତୀ ନିଯୁକ୍ତି ପ୍ରକ୍ରିୟା ଓ ସରକାରୀ ନିୟମ ଅନୁସାରେ ଚାକିରି ସୁଯୋଗ ମିଳିବ ।ତେଣୁ ଯେଉଁ ପ୍ରାର୍ଥୀମାନେ UPTET ୨୦୨୬ ପରୀକ୍ଷା ଦେଇଥିଲେ, ସେମାନେ ତୁରନ୍ତ ନିଜର ରେଜଲ୍ଟ ଯାଞ୍ଚ କରିବା ସହ ସ୍କୋରକାର୍ଡର ଏକ କପି ସୁରକ୍ଷିତ ରଖନ୍ତୁ ।

