ଆମେରିକାର ଆକ୍ରମଣକୁ ନିନ୍ଦା କଲା ଇରାନ : ଆକ୍ରମଣରେ ସହାୟତା କରୁଥିବା ଦେଶଗୁଡ଼ିକୁ ଦେଲା ଚେତାବନୀ

ଇରାନ ନିଜ ଅଞ୍ଚଳରେ ହୋଇଥିବା ସଦ୍ୟତମ ଆମେରିକାର ସାମରିକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି, ଏହାକୁ ଜାତିସଂଘ ଚାର୍ଟରର ଅପମାନଜନକ ଉଲ୍ଲଂଘନ ବୋଲି କହିଛି।

ଇରାନ ନିଜ ଅଞ୍ଚଳରେ ହୋଇଥିବା ସଦ୍ୟତମ ଆମେରିକାର ସାମରିକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି, ଏହାକୁ ଜାତିସଂଘ ଚାର୍ଟରର ଅପମାନଜନକ ଉଲ୍ଲଂଘନ ବୋଲି କହିଛି। ଏହା ସହ ଚେତାବନୀ ଦେଇଛି ଯେ, ଇରାନ ବିରୋଧରେ ଆକ୍ରମଣକୁ ସହଯୋଗ କରୁଥିବା ଯେକୌଣସି ଦେଶ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରେ। ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ୱାସିଂଟନ ଆଞ୍ଚଳିକ ସ୍ଥିରତାକୁ ନଷ୍ଟ କରିବା, ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରିବା ଏବଂ ଅସ୍ତ୍ରବିରତି ଚୁକ୍ତିନାମା ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛି । ଆକ୍ରମଣ ପାଇଁ ଆମେରିକାକୁ ଦାୟୀ କରିବାକୁ ତେହେରାନ ଜାତିସଂଘକୁ ଆହ୍ୱାନ କରିଛି।

ନିଜ ଅଞ୍ଚଳ କିମ୍ବା ସୁବିଧାଗୁଡ଼ିକୁ ଆମ ଦେଶ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକାକୁ ବ୍ୟବହାର କରିବାକୁ ଅନୁମତି ଦେଉଥିବା ଯେକୌଣସି ରାଷ୍ଟ୍ର ଆମର ଆଇନଗତ ପ୍ରତିରକ୍ଷା କାର୍ଯ୍ୟାନୁଷ୍ଠାନର ଟାର୍ଗେଟ ହେବ ବୋଲି ଇରାନର ବୈଦେଶିକ ମନ୍ତ୍ରଣାଳୟ ଚେତାବନୀ ଦେଇଛି।

ଓମାନର ମସ୍କଟରେ ହୋଇଥିବା ସାମ୍ପ୍ରତିକ ଆଲୋଚନାର ଫଳାଫଳ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ ଖଣ୍ଡନ କରି ଏହି ମନ୍ତବ୍ୟକୁ ସମ୍ପୂର୍ଣ୍ଣ ମିଛ ବୋଲି ତେହେରାନ କହିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟ କହିଛି, ଆଲୋଚନା ହର୍ମୁଜ୍ ପ୍ରଣାଳୀର ପରିଚାଳନା ଏବଂ ଅନ୍ତର୍ଜାତୀୟ ଜାହାଜ ପରିବହନ ମାର୍ଗର ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥା ଉପରେ କେନ୍ଦ୍ରିତ ଥିଲା।

ଇରାନ ଜାତିସଂଘ ସଚିବାଳୟକୁ ସମାଲୋଚନା କରି କହିଛି ଆକ୍ରମଣ ନେଇ କୌଣସି ଉପଯୁକ୍ତ ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ। ଆକ୍ରମଣ ପାଇଁ ଦାୟୀ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ ଏବଂ ଜାତିସଂଘ ସୁରକ୍ଷା ପରିଷଦକୁ ଅନୁରୋଧ କରି ଏହା ଅନ୍ତର୍ଜାତୀୟ ଆଇନ ଏବଂ ଜାତିସଂଘ ଚାର୍ଟରର ଉଲ୍ଲଂଘନ ବୋଲି ତେହେରାନ କହିଛି। ତେହେରାନ ଉତ୍ତରଦାୟିତ୍ୱ ପାଇଁ ନିଜର ଦାବିକୁ ଦୋହରାଇ କହିଛି ଯେ, ଆନ୍ତର୍ଜାତୀୟ ସଂସ୍ଥା ଜାତସିଂଘକୁ ଆଞ୍ଚଳିକ ଶାନ୍ତି ଏବଂ ସୁରକ୍ଷାକୁ ବିପଦରେ ପକାଇଥିବା ଏଭଳି ଆକ୍ରମଣ ନେଇ ଉଚିତ୍ ଜବାବ ଦେବାକୁ ପଡିବ।

Leave a Reply

Your email address will not be published. Required fields are marked *