ଦିନକୁ ୫ ହଜାର ଲୋକଙ୍କୁ ମେସେଜ୍ ପଠାଉଥିଲେ ରାମଗୋପାଳ ଯାଦବ, ହଠାତ୍ ରୋକ୍‌ ଲଗାଇଲା ହ୍ୱାଟ୍ସଆପ୍‌

ରାମଗୋପାଳ ଯାଦବଙ୍କ କହିବା ଅନୁସାରେ ସେ ପ୍ରତିଦିନ ପ୍ରାୟ ୫ ହଜାର ଲୋକଙ୍କୁ ହ୍ୱାଟ୍ସଆପ ମାଧ୍ୟମରେ ମେସେଜ୍ ପଠାଉଥିଲେ । କିନ୍ତୁ ହଠାତ୍ ହ୍ୱାଟ୍ସଆପ ତାଙ୍କ ଆକାଉଣ୍ଟରୁ ବହୁ ସଂଖ୍ୟକ ମେସେଜ୍ ପଠାଇବା ଉପରେ ରୋକ ଲଗାଇ ଦେଇଛି ।

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାମଗୋପାଳ ଯାଦବଙ୍କ ହ୍ୱାଟ୍ସଆପର ଆକାଉଣ୍ଟକୁ ନେଇ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ରାମଗୋପାଳ ଯାଦବଙ୍କ କହିବା ଅନୁସାରେ ସେ ପ୍ରତିଦିନ ପ୍ରାୟ ୫ ହଜାର ଲୋକଙ୍କୁ ହ୍ୱାଟ୍ସଆପ ମାଧ୍ୟମରେ ମେସେଜ୍ ପଠାଉଥିଲେ । କିନ୍ତୁ ହଠାତ୍ ହ୍ୱାଟ୍ସଆପ ତାଙ୍କ ଆକାଉଣ୍ଟରୁ ବହୁ ସଂଖ୍ୟକ ମେସେଜ୍ ପଠାଇବା ଉପରେ ରୋକ ଲଗାଇ ଦେଇଛି । ରାମଗୋପାଳ ଯାଦବ କହିଛନ୍ତି ଯେ ସେ ପ୍ରତିଦିନ ଦଳୀୟ କର୍ମୀ, ସମର୍ଥକ ଓ ସାଧାରଣ ଲୋକଙ୍କୁ ରାଜନୈତିକ ସୂଚନା ଓ  ବାର୍ତ୍ତା ପଠାଉଥିଲେ । କିନ୍ତୁ ଏବେ ହ୍ୱାଟ୍ସଆପ୍ ପକ୍ଷରୁ ତାଙ୍କ ଆକାଉଣ୍ଟରେ କିଛି ରୋକ୍ ଲଗାଯାଇଥିବାରୁ ପୂର୍ବଭଳି ମେସେଜ୍ ପଠାଇ ପାରୁନାହାନ୍ତି । ଏହା ଯୋଗୁଁ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗରେ ସମସ୍ୟା ସୃଷ୍ଟି ହୋଇଛି । ସେ ହ୍ୱାଟ୍ସଆପର ଏହି ପଦକ୍ଷେପ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ଏହାର କାରଣ ସ୍ପଷ୍ଟ କରିବାକୁ ଦାବି କରିଛନ୍ତି । 

ହ୍ୱାଟ୍ସଆପର ସ୍ପାମ୍ ଓ ଦୁରୁପଯୋଗ ରୋକିବା ପାଇଁ କିଛି ସ୍ୱୟଂଚାଳିତ ସୁରକ୍ଷା ବ୍ୟବସ୍ଥା ରହିଛି । ଯଦି କୌଣସି ଆକାଉଣ୍ଟରୁ ଅତ୍ୟଧିକ ସଂଖ୍ୟାରେ ମେସେଜ ପଠାଯାଏ, ତେବେ ସିଷ୍ଟମ୍ ସେହି ଆକାଉଣ୍ଟ ଉପରେ ଅସ୍ଥାୟୀ ଭାବେ କଟକଣା ଲଗାଇପାରେ । ଏହାର ଉଦ୍ଦେଶ୍ୟ ଭୁଲ ବାର୍ତ୍ତା, ସ୍ପାମ୍ ଓ ଅନଲାଇନ୍ ଠକେଇକୁ ରୋକିବା । ରାମଗୋପାଳ ଯାଦବଙ୍କ ଏହି ଅଭିଯୋଗକୁ ନେଇ ରାଜନୈତିକ ମହଳରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ହ୍ୱାଟ୍ସଆପ୍ ପକ୍ଷରୁ ଏହି ଘଟଣା ନେଇ ତୁରନ୍ତ କୌଣସି ସରକାରୀ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।

Leave a Reply

Your email address will not be published. Required fields are marked *