ମୋଦୀ-ଟ୍ରମ୍ପ ବୈଠକକୁ ନେଇ ଆମେରିକୀୟ ରାଜଦୂତ ସର୍ଜିଓ ଗୋରଙ୍କ ବଡ଼ ଦାବି । ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ମିଡିଆକୁ ପ୍ରଶ୍ନ ପଚାରିବାର ସୁଯୋଗ ନଦେବାକୁ ଅନୁରୋଧ କରାଯାଇଥିଲା ବୋଲି ଗୋର କହିଛନ୍ତି ।
ମୋଦୀ-ଟ୍ରମ୍ପ ବୈଠକକୁ ନେଇ ଆମେରିକୀୟ ରାଜଦୂତ ସର୍ଜିଓ ଗୋରଙ୍କ ବଡ଼ ଦାବି । ଭାରତୀୟ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ମିଡିଆକୁ ପ୍ରଶ୍ନ ପଚାରିବାର ସୁଯୋଗ ନଦେବାକୁ ଅନୁରୋଧ କରାଯାଇଥିଲା ବୋଲି ଗୋର କହିଛନ୍ତି । ଗୋରଙ୍କ କହିବା ଅନୁସାରେ, ଫ୍ରାନ୍ସରେ ଜି-୭ ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୈଠକ ପୂର୍ବରୁ ଏହି ଆଲୋଚନା ହୋଇଥିଲା । ଭାରତ ପକ୍ଷରୁ ମିଡିଆକୁ ଆସିବାକୁ ଅନୁମତି ଦେବା, କିନ୍ତୁ ପୂର୍ଣ୍ଣ ପ୍ରେସ୍ କନଫରେନ୍ସ ନକରିବା ପାଇଁ ଅନୁରୋଧ ଥିଲା ବୋଲି ସେ ଦାବି କରିଛନ୍ତି । ଗୋର କହିଛନ୍ତି, ସେ ଟ୍ରମ୍ପଙ୍କୁ କହିଥିଲେ ଯେ ଭାରତୀୟ ପକ୍ଷ ପ୍ରଶ୍ନ ଚାହୁଁନାହାନ୍ତି । ଟ୍ରମ୍ପ ମଧ୍ୟ ପ୍ରଥମେ ଏଥିରେ ସହମତ ହୋଇଥିଲେ। କିନ୍ତୁ ବୈଠକ ପରେ ଦୁଇ ନେତା ମିଡିଆ ସାମ୍ନାରେ କିଛି ସମୟ କଥା ରଖିବା ପରେ ଟ୍ରମ୍ପ ହଠାତ୍ ସାମ୍ବାଦିକମାନଙ୍କ ଆଡ଼କୁ ଦେଖି ‘କୌଣସି ପ୍ରଶ୍ନ ଅଛି କି?’ ବୋଲି ପଚାରିଥିଲେ।
ଏହାପରେ ମିଡିଆ ସହ ପ୍ରାୟ ୪୫ ମିନିଟ୍ର ଆଲୋଚନା ହୋଇଥିବା ଗୋର ଦାବି କରିଛନ୍ତି । ଏହି ସମୟରେ ଦୁଇ ଦେଶର ସମ୍ପର୍କ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶ୍ନ ହୋଇଥିଲା । ତେବେ ଆମେରିକୀୟ ରାଜଦୂତଙ୍କ ଏହି ଦାବି ଉପରେ ଭାରତ ସରକାର କିମ୍ବା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିକ୍ରିୟା ଆସିନାହିଁ । ସେପଟେ ମୋଦୀ-ଟ୍ରମ୍ପ ଆଲୋଚନାରେ ବାଣିଜ୍ୟ, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଏବଂ ଭାରତୀୟ ନାବିକଙ୍କ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିଥିବା ଜଣାପଡ଼ିଛି ।

