ବିବାଦ ଘେରରେ ବାଲେଶ୍ୱର ଅତ୍ୟାଧୁନିକ ବସଷ୍ଟାଣ୍ଡ, ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

ବିବାଦ ଘେରରେ ବାଲେଶ୍ବର ବସ୍‌ଷ୍ଟାଣ୍ଡ। ୩ ବର୍ଷ ହେଲା ବସ୍‌ ଷ୍ଟାଣ୍ଡର କାମ ସରିଲାଣି। ହେଲେ ଏଯାବତ ସୁଧୁରିଲାନି ବ୍ୟବସ୍ଥା। ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ଯାତ୍ରୀ। ଟିକେଟ୍‌ କାଉଣ୍ଟର ଓ ପ୍ରତୀକ୍ଷାଳୟ କକ୍ଷରେ ଝୁଲୁଛି ତାଲା। ବିଦ୍ୟୁତ ସଂଯୋଗ ସାତ ସପନ ପାଲଟିଛି। ବସ୍‌ ଷ୍ଟାଣ୍ଡ ପରିସରରେ ଜମା ହୋଇଛି କୁଢ଼ କୁଢ଼ ଅଳିଆ। ଦୁର୍ଗନ୍ଧରେ ଫାଟିପଡୁଛି ସମଗ୍ର ପରିବେଶ। ଶୌଚାଳୟ କଥା ନ କହିବା ଭଲ। ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷା ପାଇଁ ୨୦୨୩ ମସିହାରେ ୯ କୋଟି ୬୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପ୍ରସ୍ତୁତ ହୋଇଥିଲା ବାଲେଶ୍ବରର ଏହି ଅତ୍ୟାଧୁନିକ ବସ୍‌ ଷ୍ଟାଣ୍ଟ। କାମ ସରିବା ପରେ ଏହାକୁ ପ୍ରଥମେ ବାଲେଶ୍ବର ପୌରପାଳିକା ଓ ପରେ ଓଏସ୍‌ଆରଟିସିକୁ ହସ୍ତାନ୍ତର କରାଯାଇଛି।

ବିଲ୍ଡିଂ ଚକାଚକ୍‌, ହେଲେ ବ୍ୟବସ୍ଥା କୋମାରେ। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅତ୍ୟାଧୁନିକ ଘର ନିର୍ମାଣ ହୋଇଛି ହେଲେ ତାହା କାମରେ ଆସୁନାହିଁ। ଦୁଇ ସଂଘର ବିବାଦରୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ। ଯାତ୍ରୀଙ୍କ ସ୍ବାର୍ଥରେ ନିର୍ମାଣ ହୋଇଥିବା ବସ୍‌ଷ୍ଟାଣ୍ଟ ଏବେ ପାଲଟିଛି ବାଇକ୍‌ ଷ୍ଟାଣ୍ଡ।

ବିବାଦ ଘେରରେ ବାଲେଶ୍ବର ବସ୍‌ଷ୍ଟାଣ୍ଡ। ୩ ବର୍ଷ ହେଲା ବସ୍‌ ଷ୍ଟାଣ୍ଡର କାମ ସରିଲାଣି। ହେଲେ ଏଯାବତ ସୁଧୁରିଲାନି ବ୍ୟବସ୍ଥା। ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ଯାତ୍ରୀ। ଟିକେଟ୍‌ କାଉଣ୍ଟର ଓ ପ୍ରତୀକ୍ଷାଳୟ କକ୍ଷରେ ଝୁଲୁଛି ତାଲା। ବିଦ୍ୟୁତ ସଂଯୋଗ ସାତ ସପନ ପାଲଟିଛି। ବସ୍‌ ଷ୍ଟାଣ୍ଡ ପରିସରରେ ଜମା ହୋଇଛି କୁଢ଼ କୁଢ଼ ଅଳିଆ। ଦୁର୍ଗନ୍ଧରେ ଫାଟିପଡୁଛି ସମଗ୍ର ପରିବେଶ। ଶୌଚାଳୟ କଥା ନ କହିବା ଭଲ। ଯାତ୍ରୀଙ୍କ ସୁବିଧା ଓ ସୁରକ୍ଷା ପାଇଁ ୨୦୨୩ ମସିହାରେ ୯ କୋଟି ୬୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପ୍ରସ୍ତୁତ ହୋଇଥିଲା ବାଲେଶ୍ବରର ଏହି ଅତ୍ୟାଧୁନିକ ବସ୍‌ ଷ୍ଟାଣ୍ଟ। କାମ ସରିବା ପରେ ଏହାକୁ ପ୍ରଥମେ ବାଲେଶ୍ବର ପୌରପାଳିକା ଓ ପରେ ଓଏସ୍‌ଆରଟିସିକୁ ହସ୍ତାନ୍ତର କରାଯାଇଛି। ମାତ୍ର ଦୁଇ ବସ୍‌ ମାଲିକ ସଂଘର ବିବାଦରୁ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଫଳରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ। 

 ବସ୍‌ଷ୍ଟାଣ୍ଡ କାର୍ୟ୍ୟକ୍ଷମ ହେଉନଥିବାରୁ ଲୋକମାନେ ଏହାକୁ ବାଇକ୍‌ ଷ୍ଟାଣ୍ଡ କରିସାରିଲେଣି। ବିଦ୍ୟୁତ ସଂଯୋଗ ନଥିବାରୁ ଲୋକେ ଗରମରେ ବାହାରେ ବସି ରହୁଛନ୍ତି। ଦୁଇ ବସ୍‌ ମାଲିକ ସଂଘ ପକ୍ଷରୁ ଦୁଇଟି ଅସ୍ଥାୟୀ କ୍ୟାମ୍ପ କରାଯାଇ ଟିକେଟ୍‌ କଟାଯାଉଛି। ବସ୍‌ଷ୍ଟାଣ୍ଡ ପରିସରରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ିରହିଛି। ଫଳରେ ପରିବେଶ ଦୁର୍ଗନ୍ଧମୟ ହୋଇଯାଇଛି। ଯାହାର ପ୍ରତିବାଦରେ ଜନନୀ ପରିବାର ଟ୍ରଷ୍ଟର ସଦସ୍ୟମାନେ ବସ୍‌ଷ୍ଟାଣ୍ଡ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ। ଅପରପକ୍ଷେ ସଦର ବିଧାୟକ କହିଛନ୍ତି କୋର୍ଟର କଟକଣା ପାଇଁ ପ୍ରଶାସନ ଓ ସରକାରୀ ବ୍ୟବସ୍ଥା ଚୁପ୍‌। ସବୁ ବ୍ୟବସ୍ଥିତ କରିବାକୁ ଇଚ୍ଛା ଥାଇ ମଧ୍ୟ ଆମେ କିଛି କରିପାରୁନାହୁଁ।

Leave a Reply

Your email address will not be published. Required fields are marked *