ଚିନି ଦର ବଢ଼ିବା ପଛରେ ଇଥାନଲ ଦାୟୀ ନୁହେଁ । ସ୍ପଷ୍ଟ କଲେ କେନ୍ଦ୍ର ସରକାର । ମାସେ ଭିତରେ ଅଚାନକ ଚିନିଦର ବଢ଼ିବା ପ୍ରସଙ୍ଗରେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟର ସ୍ପଷ୍ଟୀକରଣ ।
ଚିନି ଦର ବଢ଼ିବା ପଛରେ ଇଥାନଲ ଦାୟୀ ନୁହେଁ । ସ୍ପଷ୍ଟ କଲେ କେନ୍ଦ୍ର ସରକାର । ମାସେ ଭିତରେ ଅଚାନକ ଚିନିଦର ବଢ଼ିବା ପ୍ରସଙ୍ଗରେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟର ସ୍ପଷ୍ଟୀକରଣ । ଚିନି ମୂଲ୍ୟ ବୃଦ୍ଧି ପାଇଁ ଇଥାନଲକୁ ଦାୟୀ କରାଯାଇପାରିବ ନାହିଁ । ଚିନି ମୂଲ୍ୟରେ ସାମ୍ପ୍ରତିକ ବୃଦ୍ଧି ନିମନ୍ତେ ଇଥାନଲ ଉତ୍ପାଦନ ପାଇଁ ଚିନି ବ୍ୟବହାରକୁ ଦାୟୀ କରିବା ଭୁଲ ବୋଲି କୁହାଯାଇଛି । ଏଥିସହ ପ୍ରାରମ୍ଭିକ ଆକଳନଠାରୁ କମ୍ ଚିନି ଉତ୍ପାଦନ ଏବଂ ରୋଗ ଓ ବର୍ଷା କାରଣରୁ ଆଖୁ ଅମଳ ପ୍ରଭାବିତ ହେବାକୁ ଦାୟୀ କରାଯାଇଛି ।… ଏଥିସହ ଅକ୍ଟୋବରରେ ନୂତନ ଆଖୁପେଡ଼ା ଋତୁ ଆରମ୍ଭ ହେବା ପର୍ଯ୍ୟନ୍ତ ଦେଶରେ ଘରୋଇ ଚାହିଦା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ଚିନି ଷ୍ଟକ୍ ଅଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଚିନି ଦରବୃଦ୍ଧି: ଇଥାନଲ୍ ଦାୟୀ ନୁହେଁ
– ଚିନି ଦରବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟର ସ୍ପଷ୍ଟୀକରଣ
– ଦରବୃଦ୍ଧି ପଛରେ ଇଥାନଲ ଉତ୍ପାଦନ ପାଇଁ ଚିନି ବ୍ୟବହାରକୁ ଦାୟୀ କରିବା ଭୁଲ୍
– ଇଥାନଲ ପାଇଁ ବ୍ୟବହୃତ ଚିନିର ଅଂଶ ଗତ ୩ ବର୍ଷ ଭିତରେ ହ୍ରାସ ପାଇଛି
– ୨୦୨୨-୨୩ରେ ପ୍ରାୟ ୧୨% ରୁ ୨୦୨୫-୨୬ରେ ପ୍ରାୟ ୯%କୁ ହ୍ରାସ ପାଇଛି
– ଦେଶରେ ଉତ୍ପାଦିତ ଇଥାନଲର ପ୍ରାୟ ତିନି-ଚତୁର୍ଥାଂଶ ଶସ୍ୟରୁ (ମୁଖ୍ୟତଃ ମକାରୁ) ଆସୁଛି
– ଚିନି ମୂଲ୍ୟରେ ବର୍ତ୍ତମାନର ବୃଦ୍ଧି ଅନେକ କାରଣ ଦ୍ୱାରା ପ୍ରଭାବିତ ହେଉଛି
– ଆଶାଠାରୁ କମ୍ ଘରୋଇ ଉତ୍ପାଦନ, ପାର୍ବଣ ଋତୁ ପୂର୍ବରୁ ଚାହିଦା ବୃଦ୍ଧି ଦାୟୀ
– ରୋଗ ଓ ଅତ୍ୟଧିକ ବର୍ଷା ଯୋଗୁଁ ଆଖୁ ଫସଲର କ୍ଷତି, ବିଶ୍ୱବ୍ୟାପୀ ଚିନି ଯୋଗାଣର ଅଭାବ ଦାୟୀ
– ଶିଳ୍ପ କ୍ଷେତ୍ରର କେତେକଙ୍କ ଦ୍ୱାରା ମହଜୁଦ କରାଯିବା ବି ଚିନି ଦରକୁ ପ୍ରଭାବିତ କରିଛି
– ଅକ୍ଟୋବର ପର୍ଯ୍ୟନ୍ତ ଦେଶରେ ଘରୋଇ ଚାହିଦା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ଚିନି ମହଜୁଦ ଅଛି
– ଅକ୍ଟୋବରରେ ନୂତନ ଆଖୁପେଡ଼ା ଋତୁ ଆରମ୍ଭ ହେବା ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଚିନି ମହଜୁଦ ଅଛି
– ଅନ୍ତର୍ଜାତୀୟ ବଜାରରେ ଚିନି ଦର ଦୁଇ ମାସରୁ କମ୍ ସମୟ ମଧ୍ୟରେ ୧୬% ରୁ ଅଧିକ ବୃଦ୍ଧି ପାଇଛି
– ଇଥାନଲ୍ କାର୍ଯ୍ୟକ୍ରମ ଚାଷୀମାନଙ୍କୁ ସାହାଯ୍ୟ କରିଛି ଏବଂ ଚିନି ମିଲ୍ଗୁଡ଼ିକୁ ମଜବୁତ କରିଛି
– ମହଜୁଦଖୋରୀ ଏବଂ ଯୋଗାଣ ବୃଦ୍ଧି ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି
– ୧ ଅଗଷ୍ଟରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ଚିନି ଡିଲରମାନଙ୍କ ଉପରେ ୪୦୦ ଟନ୍ ଷ୍ଟକ୍ ସୀମା ଲାଗୁ
– ୧ ସେପ୍ଟେମ୍ବରରୁ ପାଇକାରୀ ଗ୍ରାହକ ୧୫ ଦିନରୁ ଅଧିକ ମୂଲ୍ୟର ଚିନି ମହଜୁଦ ରଖିପାରିବେ ନାହିଁ

