ଚାଉଳ ପରେ ପୁଣି ଚିନି, ସୁଜି, ମଇଦା ମହଙ୍ଗା : ଦୀପାବଳି ପୂର୍ବରୁ ଦରଦାମ ବୃଦ୍ଧି

ଖାଇବା ସାମଗ୍ରୀ ଦରବୃଦ୍ଧି ଉପରେ ଲାଗୁନାହିଁ ଲଗାମ। ଦିନକୁ ଦିନ ଅହେତୁକ ଭାବେ ବଢ଼ିଚାଲିଛି ତେଜରାତୀ ସାମଗ୍ରୀର ଦରଦାମ। ଦୀପାବଳି ପୂର୍ବରୁ ପୁଣି ବଢିଛି ଗ୍ରୋସରୀ ସାମଗ୍ରୀର ମୂଲ୍ୟ

ଖାଇବା ସାମଗ୍ରୀ ଦରବୃଦ୍ଧି ଉପରେ ଲାଗୁନାହିଁ ଲଗାମ। ଦିନକୁ ଦିନ ଅହେତୁକ ଭାବେ ବଢ଼ିଚାଲିଛି ତେଜରାତୀ ସାମଗ୍ରୀର ଦରଦାମ। ଦୀପାବଳି ପୂର୍ବରୁ ପୁଣି ବଢିଛି ଗ୍ରୋସରୀ ସାମଗ୍ରୀର ମୂଲ୍ୟ। ଚାଉଳ, ଚିନି ପରେ ଏବେ ମଇଦା, ବେଶନ, ଅଟା, ସୁଜି ଓ ଚିନିର ଦର ବୃଦ୍ଧି ପାଇଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହକ ଓ ବ୍ୟବସାୟ।
ଦୀପାବଳି ପୂର୍ବରୁ ପୁଣି ବଢିଲା ଖାଇବା ସାମଗ୍ରୀର ଦରଦାମ। ଦୀପାବଳି, ଧନତେରାସରେ ମୁଖ୍ୟତଃ ସମସ୍ତଙ୍କ ଘରେ ଛଣାଛଣି, ପିଠାପଣା ଆସର ଜମେ। ହେଲେ ଦିନକୁ ଦିନ ଗ୍ରୋସରୀ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି। 
ପୂର୍ବରୁ ତେଲ, ଚାଉଳ ଡାଲି ଦର ବଢ଼ିଥିଲା। ଏବେ ପୁଣି ମଇଦା, ବେଶନ, ଅଟା, ଚିନି ଓ ସୁଜିର ଦରବୃଦ୍ଧି ମାସିକ ଖର୍ଚ୍ଚ ବଜେଟକୁ ବିଗାଡ଼ି ଦେଇଛି । 
               ତେଜରାତି ସାମଗ୍ରୀର ଦର ବୃଦ୍ଧି 
                  କେତେ ଥିଲା            କେତେ ହେଲା 
ବେସନ      ୪୨ ଟଙ୍କା                ୪୮ ଟଙ୍କା 
ମଇଦା         ୪୬ ଟଙ୍କା                 ୫୨ ଟଙ୍କା 
ଅଟା         ୩୫ ଟଙ୍କା                  ୩୮ ଟଙ୍କା 
ସୁଜି         ୩୨ ଟଙ୍କା                  ୩୫ ଟଙ୍କା 
ଚିନି         ୫୪ ଟଙ୍କା                   ୬୦ ଟଙ୍କା
ଦୀପାବଳି ପୂର୍ବରୁ ଗ୍ରୋସରୀ ସାମଗ୍ରୀର ଏଭଳି ଦରବୃଦ୍ଧି ସାଧାରଣ ଗ୍ରାହକଙ୍କ ପକେଟ ଉପରେ ଚାପ ବଢ଼ାଇଛି । କେବଳ ଖାଉଟି ନୁହଁନ୍ତି ଉଣା ଅଧିକ ବ୍ୟବସାୟୀ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି। ଖାଇବା ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ନେଇ ଅସନ୍ତୋଷ ବଢୁଛି । 
ପାର୍ବଣ ସମୟରେ ଘରେଘରେ ଅଧିକ ବ୍ୟବହାର ହେଉଥିବା ଚିନି, ମଇଦା, ସୁଜି ଓ ଅଟା ଦରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। 
ଗହମ ଓ ଗହମ ଜାତ ଦ୍ରବ୍ୟର ପାଇକାରୀ ଦର ବଢ଼ିଥିବାରୁ ସ୍ୱାଭାବିକ ଭାବେ ଖୁଚୁରା ବଜାରରେ ଚଢ଼ା ଦରରେ ବିକ୍ରି ହେଉଛି । 
୧୦ ଦିନରେ ଗହମ ଓ ଗହମଜାତ ଦ୍ରବ୍ୟର ଦର ୧୫ରୁ ୨୦ ପ୍ରତିଶତ ବୃଦ୍ଧି 
ପୂର୍ବରୁ ୫୦ କେଜି ମଇଦା ବସ୍ତାର ଦାମ୍ ୧୫୦୦ ଟଙ୍କା ଥିଲା ଏବେ ୧୭୦୦ ଟଙ୍କାରେ ପହଞ୍ଚିଛି 
ସେହିପରି ୫୦ କେଜି ସୁଜି ବସ୍ତାର ଦାମ୍ ୧୮୦୦ ଟଙ୍କାରୁ ବଢ଼ି ୨୧୦୦ ଟଙ୍କା ଛୁଇଁଛି 
ଏବେ ସ୍ଥିତି ଏମିତି ଯେ ଆଗକୁ ଦର କେତେ ବଢ଼ିବ, ତାହା ଅନୁମାନ କରିବା କଷ୍ଟକର ବୋଲି କହିଛନ୍ତି ବ୍ୟବସାୟୀ ସଂଘର ସଭାପତି। ଆଉ ଦର ବୃଦ୍ଧି ପାଇଁ ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜିନିବେଶକୁ ଦାୟୀ କରିଛନ୍ତି। 
ଖୁଚୁରା ବ୍ୟବସାୟରେ ଏଫଡିଆଇ ନୀତି ପ୍ରତ୍ୟାହାର ସହ ଭାରତୀୟ ଖାଦ୍ୟ ନିଗମରେ ଥିବା ଗହମକୁ ଖୋଲା ବଜାରରେ ବିକ୍ରି କରିବାକୁ ଦାବି କରିଛନ୍ତି ବ୍ୟବସାୟୀ ସଂଘ । 

Leave a Reply

Your email address will not be published. Required fields are marked *