ଗାନ୍ଧୀ ଛକରେ ଅଘଟଣ , ସ୍କୁଲ୍ ବସ୍ ଧକ୍କାରେ ବୃଦ୍ଧ ଗୁରୁତର

ଫୁଲବାଣୀ ସହରର ଗାନ୍ଧୀ ଛକ ନିକଟରେ ଘଟିଛି ଏକ ଅଭାବନୀୟ ସଡ଼କ ଦୁର୍ଘଟଣା । ଏକ ସ୍କୁଲ୍ ବସ୍ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଫୁଲବାଣୀ ସହରର ଗାନ୍ଧୀ ଛକ ନିକଟରେ ଘଟିଛି ଏକ ଅଭାବନୀୟ ସଡ଼କ ଦୁର୍ଘଟଣା । ଏକ ସ୍କୁଲ୍ ବସ୍ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହତ ବୃଦ୍ଧଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରମାନେ ନଜର ରଖିଛନ୍ତି ।

Leave a Reply

Your email address will not be published. Required fields are marked *