ସରକାରୀ ସହାୟତାକୁ ଅପେକ୍ଷା ନୁହେଁ ; ଗାଁ ପାଣ୍ଠିରେ ଡ୍ରେନ ନିର୍ମାଣ କଲେ ଗ୍ରାମବାସୀ

ଗାଁ ପାଣ୍ଠିରୁ ଡ୍ରେନ ନିର୍ମାଣ । ସରକାରୀ ସହାୟତାକୁ ଅପେକ୍ଷା ନକରି ନିଜେ ସମସ୍ୟାର ସମାଧାନ କଲେ ଗ୍ରାମବାସୀ । ଗାଁ ପାଣ୍ଠିରୁ ଅର୍ଥ ବ୍ୟୟ କରି ନିର୍ମାଣ କଲେ ଡ୍ରେନ।

ଗାଁ ପାଣ୍ଠିରୁ ଡ୍ରେନ ନିର୍ମାଣ । ସରକାରୀ ସହାୟତାକୁ ଅପେକ୍ଷା ନକରି ନିଜେ ସମସ୍ୟାର ସମାଧାନ କଲେ ଗ୍ରାମବାସୀ । ଗାଁ ପାଣ୍ଠିରୁ ଅର୍ଥ ବ୍ୟୟ କରି ନିର୍ମାଣ କଲେ ଡ୍ରେନ। ଢେଙ୍କାନାଳ ଜିଲ୍ଲା ଜୟପୁରା-କାଟେଣୀ ପଞ୍ଚାୟତର ପଦ୍ମପୋଖରୀ ଗ୍ରାମରୁ ଆସିଛି ଏଭଳି ଏକ ପ୍ରେରଣାଦାୟକ ଚିତ୍ର । ଦୀର୍ଘଦିନ ଧରି ପଦ୍ମପୋଖରୀ ଗ୍ରାମରେ ବର୍ଷା ଜଳ ଜମି ରହୁଥିବାରୁ ଲୋକେ ଯାତାୟାତ ଓ ସ୍ୱଚ୍ଛତା ସମସ୍ୟାର ସମ୍ମୁଖୀନ ହେଉଥିଲେ ।

ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମସ୍ୟାର ସମାଧାନ ନ ହେବାରୁ ଗ୍ରାମବାସୀ ନିଜେ ଆଗେଇ ଆସିଥିଲେ । ଗ୍ରାମ୍ୟ ସଭାପତି ସନାତନ ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମର ବରିଷ୍ଠ ବ୍ୟକ୍ତି ଓ ଯୁବକମାନେ ଗାଁ ପାଣ୍ଠିରୁ ଅର୍ଥ ସଂଗ୍ରହ କରି ଡ୍ରେନ ନିର୍ମାଣ କରିଛନ୍ତି । ଏହା ଫଳରେ ବର୍ଷା ଜଳ ନିଷ୍କାସନ ସୁବିଧାଜନକ ହେବା ସହ ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି । ଗ୍ରାମବାସୀଙ୍କ ଏହି ସାମୂହିକ ଉଦ୍ୟମ ଅନ୍ୟ ଗ୍ରାମମାନଙ୍କ ପାଇଁ ମଧ୍ୟ ପ୍ରେରଣା ପାଲଟିଛି ।

Leave a Reply

Your email address will not be published. Required fields are marked *