କିଏ ହେବେ ଓଡ଼ିଶାର ନୂଆ ପୁଲିସ ଡିଜି? ଆଜି ସୁପ୍ରିମକୋର୍ଟରେ ଶୁଣାଣି

କିଏ ହେବ ଓଡ଼ିଶାର ନୂଆ ପୁଲିସ ଡିଜି, ସେନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଆଜି ଆସିପାରେ ଚୂଡ଼ାନ୍ତ ରାୟ ।  ସେପଟେ ଏହି ମାମଲାରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ଜେଲ୍‌ ଡିଜି ସୁଶାନ୍ତ ନାଥ ।

କିଏ ହେବ ଓଡ଼ିଶାର ନୂଆ ପୁଲିସ ଡିଜି, ସେନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଆଜି ଆସିପାରେ ଚୂଡ଼ାନ୍ତ ରାୟ ।  ସେପଟେ ଏହି ମାମଲାରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ଜେଲ୍‌ ଡିଜି ସୁଶାନ୍ତ ନାଥ । ରାଜ୍ୟ ସରକାର ତାଙ୍କ ବିରୋଧରେ ପକ୍ଷପାତ କରିଥିବା ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ସିବିଆଇ ଜେରା କରିଥିବା ଦୁଇ ଆଇପିଏସ୍ ଅଧିକାରୀଙ୍କୁ ସୁଯୋଗ ମିଳିଥିବା ସତ୍ୟପାଠ ଜରିଆରେ ଲେଖିଛନ୍ତି ସୁଶାନ୍ତ ନାଥ। ଏ ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ରାଜ୍ୟ ସରକାର ପକ୍ଷ ରଖିପାରନ୍ତି। ପୁଲିସ ଡିଜି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ବାରମ୍ବାର ଘୁଞ୍ଚି ଚାଲିଛି ।

Leave a Reply

Your email address will not be published. Required fields are marked *