CJP ନେତାଙ୍କ ବ୍ୟତୀତ ଅଟକ ରଖିଥିବା ଅନ୍ୟ ସମସ୍ତଙ୍କୁ ଛାଡ଼ିଲା ପୁଲିସ

ପୁଲିସ ପକ୍ଷରୁ କୁହାଯାଇଛି ଯେ, ଅଟକ ରଖାଯାଇଥିବା ଅନ୍ୟ ସମସ୍ତ ବ୍ୟକ୍ତିଙ୍କୁ ଛାଡ଼ି ଦିଆଯାଇଥିବା ବେଳେ CJP ନେତାମାନଙ୍କ ମୁକ୍ତି ପ୍ରକ୍ରିୟା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ସେମାନଙ୍କ ସମ୍ପର୍କିତ ଆଇନଗତ ପ୍ରକ୍ରିୟା ବାକି ଥିବାରୁ ପୁଲିସ ଏହି ପଦକ୍ଷେପ ନେଇଛି । 

 ଦିଲ୍ଲୀରେ ବିରୋଧ ପ୍ରଦର୍ଶନକୁ ନେଇ ରାଜନୈତିକ ଉତ୍ତେଜନା ଜାରି ରହିଛି । ଆଜି ପୁଲିସ ହେପାଜତକୁ ନିଆଯାଇଥିବା ଲୋକଙ୍କ ମଧ୍ୟରୁ CJP ନେତାଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ମୁକ୍ତ କରିଛି । ଦିଲ୍ଲୀ ପୁଲିସ ଶନିବାର ସନ୍ଧ୍ୟାରେ ଏହି ସୂଚନା ଦେଇଛି । ପୁଲିସ ପକ୍ଷରୁ କୁହାଯାଇଛି ଯେ, ଅଟକ ରଖାଯାଇଥିବା ଅନ୍ୟ ସମସ୍ତ ବ୍ୟକ୍ତିଙ୍କୁ ଛାଡ଼ି ଦିଆଯାଇଥିବା ବେଳେ CJP ନେତାମାନଙ୍କ ମୁକ୍ତି ପ୍ରକ୍ରିୟା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ସେମାନଙ୍କ ସମ୍ପର୍କିତ ଆଇନଗତ ପ୍ରକ୍ରିୟା ବାକି ଥିବାରୁ ପୁଲିସ ଏହି ପଦକ୍ଷେପ ନେଇଛି ।

ଅନ୍ୟପଟେ ଆନ୍ଦୋଳନକାରୀମାନେ ଆସନ୍ତାକାଲି ପୁଣି ଜନ୍ତର ମନ୍ତର ଅଭିମୁଖେ ଯାତ୍ରା କରିବାକୁ ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଚାଲିଥିବା ପ୍ରଦର୍ଶନ ଏବଂ ଭୋଟର ତାଲିକା ସଂଶୋଧନକୁ ନେଇ ରାଜନୈତିକ ବିବାଦ ମଧ୍ୟରେ ଏହି ଘୋଷଣା ଗୁରୁତ୍ୱ ବହନ କରୁଛି । ଆସନ୍ତାକାଲିର ପ୍ରଦର୍ଶନକୁ ନେଇ ଦିଲ୍ଲୀରେ ପୁଣି ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *