ଦିଲ୍ଲୀରେ ନୂଆଖାଇର ରଙ୍ଗ, ଗୀତ-ନାଚରେ ଝୁମିଲେ ପ୍ରବାସୀ ଓଡ଼ିଆ

ଦିଲ୍ଲୀର ମିଲନ ପରିବାର ପକ୍ଷରୁ ବଡ଼ ଧୁମଧାମରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ ହୋଇଛି । ପ୍ରବାସୀ ଓଡ଼ିଆମାନେ ନୂଆ ଖାଇବା ସହିତ ନୂଆଖାଇ କଳା ସଂସ୍କୃତିର ମହାନ ପରମ୍ପରାକୁ ଆନନ୍ଦ ଉଲ୍ଲାସରେ ପାଳନ କରିଥିଲେ ।

 ନୂଆଦିଲ୍ଲୀରେ ନୂଆ ଖାଇଲେ ପ୍ରବାସୀ ଓଡ଼ିଆ । ଦିଲ୍ଲୀର ମିଲନ ପରିବାର ପକ୍ଷରୁ ବଡ଼ ଧୁମଧାମରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳନ ହୋଇଛି । ପ୍ରବାସୀ ଓଡ଼ିଆମାନେ ନୂଆ ଖାଇବା ସହିତ ନୂଆଖାଇ କଳା ସଂସ୍କୃତିର ମହାନ ପରମ୍ପରାକୁ ଆନନ୍ଦ ଉଲ୍ଲାସରେ ପାଳନ କରିଥିଲେ । ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି ଗୀତ ଓ଼ ନୃତ୍ୟରେ ଝୁମି ଉଠିଥିଲା ସମଗ୍ର ପଣ୍ଡାରା ପାର୍କ ।

ଏହି ଦୃଶ୍ୟରେ ଲାଗୁଥିଲା ସତେଯେମିତି ଏହି ଅଞ୍ଚଳ ପଶ୍ଚିମ ଓଡିଶାର ଅଟେ । ଅନେକ କଳାକାରଙ୍କ ନାଚ ଗୀତର ଭରପୁର ମଜା ନେଇଥିଲେ ଶହ ଶହ ପ୍ରବାସୀ ଓଡ଼ିଆ । ବିଶେଷ ଆକର୍ଷଣ ପାଲଟିଥିଲା ଧନୁଯାତ୍ରାର ପୂର୍ବତନ କଂସ ମହାରାଜଙ୍କ ଯୋଗଦାନ ଏବଂ ତାଙ୍କର କଂସ ଭୂମିକାର ଅଭିନୟ ପ୍ରଦର୍ଶନ ।

Leave a Reply

Your email address will not be published. Required fields are marked *