କପଡ଼ା ଶୁଖାଇବା ଛାଡ଼ି ବାଲକୋନିର ହେବ ନୂଆ ବ୍ୟବହାର , ଜାଣନ୍ତୁ ସ୍ମାର୍ଟ ମେକଓଭର ଟିପ୍ସ

କପଡ଼ା ଶୁଖାଇବା ଓ ଅଦରକାରୀ ଜିନିଷ ରଖିବା ପାଇଁ ନୁହେଁ, ଛୋଟିଆ ବାଲକୋନି ବି ହୋଇପାରେ ଘରର ସବୁଠୁ ସୁନ୍ଦର କୋଣ । ବଡ଼ ବଡ଼ ସହରରେ ଛୋଟ ଫ୍ଲାଟ୍‌ ଭିତରେ ଜାଗାର ଅଭାବ ଥିବାରୁ ଅନେକ ଲୋକ ବାଲକୋନିକୁ କପଡ଼ା ଶୁଖାଇବା, ବାଲ୍ଟି, ପୁରୁଣା ଡବା ଓ ଅନ୍ୟାନ୍ୟ ସାମଗ୍ରୀ ରଖିବାରେ ବ୍ୟବହାର କରନ୍ତି ।

କପଡ଼ା ଶୁଖାଇବା ଓ ଅଦରକାରୀ ଜିନିଷ ରଖିବା ପାଇଁ ନୁହେଁ, ଛୋଟିଆ ବାଲକୋନି ବି ହୋଇପାରେ ଘରର ସବୁଠୁ ସୁନ୍ଦର କୋଣ । ବଡ଼ ବଡ଼ ସହରରେ ଛୋଟ ଫ୍ଲାଟ୍‌ ଭିତରେ ଜାଗାର ଅଭାବ ଥିବାରୁ ଅନେକ ଲୋକ ବାଲକୋନିକୁ କପଡ଼ା ଶୁଖାଇବା, ବାଲ୍ଟି, ପୁରୁଣା ଡବା ଓ ଅନ୍ୟାନ୍ୟ ସାମଗ୍ରୀ ରଖିବାରେ ବ୍ୟବହାର କରନ୍ତି । ଫଳରେ ସୁନ୍ଦର ଖୋଲା ବାଲକୋନି ଧୀରେ ଧୀରେ ଷ୍ଟୋର ରୁମ୍ ଭଳି ଦେଖାଯାଏ । କିନ୍ତୁ ଟିକିଏ ସ୍ମାର୍ଟ ପ୍ଲାନିଂ କଲେ, ସେହି ଛୋଟ ବାଲକୋନିକୁ ଟି କର୍ଣ୍ଣର, ଛୋଟ ଗାର୍ଡେନ୍ କିମ୍ବା ୱର୍କ୍‌ସ୍ପେସ୍‌ରେ ପରିଣତ କରିହେବ । ଏଥିପାଇଁ ଦାମୀ ଫର୍ଣ୍ଣିଚର କିମ୍ବା ବଡ଼ ରେନୋଭେସନ୍‌ର ଆବଶ୍ୟକତା ନାହିଁ। ମୁଖ୍ୟ କଥା ହେଉଛି ଜାଗାର ସଠିକ୍ ବ୍ୟବହାର । ଛୋଟ ବାଲକୋନିରେ ଫ୍ଲୋର୍‌ ଜାଗା ଖୁବ ମୂଲ୍ୟବାନ।

 ତେଣୁ ସବୁକିଛି ତଳେ ରଖିବା ବଦଳରେ ଦେୱାଲର ବ୍ୟବହାର କରିବା ଭଲ। ଛୋଟ ସେଲ୍ଫ୍‌, ଭର୍ଟିକାଲ୍ ପ୍ଲାଣ୍ଟର୍, ଫୋଲ୍ଡିଂ ଟେବୁଲ୍ କିମ୍ବା ହ୍ୟାଙ୍ଗିଂ ପ୍ଲାଣ୍ଟର୍ ଲଗାଇ ଜାଗା ବଞ୍ଚାଇପାରିବେ । କପଡ଼ା ଶୁଖାଇବା ପାଇଁ ରିଟ୍ରାକ୍ଟେବଲ୍ କ୍ଲଥ୍‌ଲାଇନ୍ କିମ୍ବା ଫୋଲ୍ଡିଂ ଡ୍ରାଇଂ ର୍ୟାକ୍‌ ବ୍ୟବହାର କରାଯାଇପାରେ । ବାଲକୋନିର ଗୋଟିଏ କୋଣରେ ଗୋଟିଏ ଆରାମଦାୟକ ଚେୟାର, ଛୋଟ ଷ୍ଟୁଲ୍ ଓ ସାଇଡ୍ ଟେବୁଲ୍ ରଖି ମର୍ଣ୍ଣିଂ ଟି କର୍ଣ୍ଣର ତିଆରି କରିପାରିବେ । ସେଠାରେ ଚା’ ସହ ବହି ପଢ଼ିବା କିମ୍ବା କିଛି ସମୟ ଆରାମରେ ବସିବାର ସୁଯୋଗ ମିଳିବ । ଘରେ ୱର୍କ୍‌ସ୍ପେସ୍‌ର ଅଭାବ ଥିଲେ ବାଲକୋନିର ଏକ ଅଂଶକୁ ୱର୍କ୍ ଫ୍ରମ୍ ହୋମ୍ ସ୍ପେସ୍ ଭାବେ ବ୍ୟବହାର କରିହେବ। ଦେୱାଲରେ ଫୋଲ୍ଡିଂ ଟେବୁଲ୍ ଲଗାଇଲେ କାମ ସରିବା ପରେ ଟେବୁଲ୍‌କୁ ଭାଙ୍ଗି ରଖିପାରିବେ। ତେବେ ଭାରତର ଗରମ ଓ ଧୂପକୁ ଦୃଷ୍ଟିରେ ରଖି ପରଦା, ବାଉଁଶ ସ୍କ୍ରିନ୍ କିମ୍ବା ଶେଡ୍‌ର ବ୍ୟବସ୍ଥା କରିବା ଜରୁରୀ । କପଡ଼ା ଶୁଖାଇବା ବାଲକୋନିର ଏକ ପ୍ରାକ୍ଟିକାଲ୍ ବ୍ୟବହାର ହୋଇଥିଲେ ମଧ୍ୟ, ପୂରା ବାଲକୋନିକୁ ଲଣ୍ଡ୍ରି ଜୋନ୍‌ରେ ପରିଣତ କରନ୍ତୁ ନାହିଁ। କପଡ଼ା ଶୁଖିଗଲା ପରେ ର୍ୟାକ୍‌କୁ ଭାଙ୍ଗି ଏକ ପାଖରେ ରଖିଦିଅନ୍ତୁ ।

ବାଲ୍ଟି, ମପ୍ ଓ ସଫେଇ ସାମଗ୍ରୀ ପାଇଁ ଛୋଟ ଷ୍ଟୋରେଜ୍ ୟୁନିଟ୍ ରଖିଲେ ବାଲକୋନି ଅଧିକ ସୁନ୍ଦର ଓ ଅର୍ଗାନାଇଜ୍‌ଡ ଦେଖାଯିବ । ଆଉ ଗୋଟିଏ କଥା—ବାଲକୋନି ସଜାଇବା ବେଳେ କେବଳ ସୌନ୍ଦର୍ଯ୍ୟ ନୁହେଁ, ଗରମ, ବର୍ଷା ଓ ଧୂଳିରୁ ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ। ସହଜରେ ସଫା କରିହେଉଥିବା ଓ ପାଣିପାଗକୁ ସହିପାରୁଥିବା ସାମଗ୍ରୀ ବାଛନ୍ତୁ। ଏବଂ ବାଲକୋନିର ପ୍ରତ୍ୟେକ କୋଣକୁ ଚେୟାର, ଗଛ ଓ ଡେକୋରେଟିଭ୍ ସାମଗ୍ରୀରେ ଭରିଦିଅନ୍ତୁ ନାହିଁ। କିଛି ଖୋଲା ଜାଗା ରଖନ୍ତୁ—ଏହା ବାଲକୋନିକୁ ଅଧିକ ଖୋଲା ଓ ଆରାମଦାୟକ କରିଥାଏ । ତେଣୁ ନୂଆ ଜିନିଷ କିଣିବା ଆଗରୁ ବାଲକୋନିରୁ ଅଦରକାରୀ ସାମଗ୍ରୀ ହଟାନ୍ତୁ। ଠିକ୍ ପ୍ଲାନିଂ ଓ ସ୍ମାର୍ଟ ଷ୍ଟୋରେଜ୍‌ରେ ଛୋଟିଆ ବାଲକୋନି ବି ଘରର ସବୁଠୁ ସୁନ୍ଦର ଓ ଉପଯୋଗୀ କୋଣ ପାଲଟିପାରେ ।

Leave a Reply

Your email address will not be published. Required fields are marked *