୨୩ ଲକ୍ଷର ପ୍ୟାକେଜ୍‌ , ତଥାପି ଚାକିରି ଛାଡ଼ିବେ! MBA ପାଇଁ PSU ଜବ୍‌କୁ ବାଏ ବାଏ

ମାସକୁ ୧ ଲକ୍ଷ ୩୦ ହଜାର ଟଙ୍କା ଦରମା, ଖର୍ଚ୍ଚ ମାତ୍ର ୧୫ ହଜାର! ଚାକିରି ସୁରକ୍ଷିତ, ଦରମା ବି ଭଲ, ତଥାପି କ୍ୟାରିୟର ଗ୍ରୋଥ୍‌ ପାଇଁ PSU ଚାକିରି ଛାଡ଼ି MBA କରିବାକୁ ପ୍ରସ୍ତୁତ ଜଣେ ଯୁବକ । ଏହି କାହାଣୀ ଏବେ ଚର୍ଚ୍ଚାରେ ରହିଛି ।

ମାସକୁ ୧ ଲକ୍ଷ ୩୦ ହଜାର ଟଙ୍କା ଦରମା, ଖର୍ଚ୍ଚ ମାତ୍ର ୧୫ ହଜାର! ଚାକିରି ସୁରକ୍ଷିତ, ଦରମା ବି ଭଲ, ତଥାପି କ୍ୟାରିୟର ଗ୍ରୋଥ୍‌ ପାଇଁ PSU ଚାକିରି ଛାଡ଼ି MBA କରିବାକୁ ପ୍ରସ୍ତୁତ ଜଣେ ଯୁବକ । ଏହି କାହାଣୀ ଏବେ ଚର୍ଚ୍ଚାରେ ରହିଛି । ରିପୋର୍ଟ ଅନୁସାରେ, ଯୁବକଙ୍କ ବାର୍ଷିକ ପ୍ୟାକେଜ୍‌ ପ୍ରାୟ ୨୩ ଲକ୍ଷ ଟଙ୍କା। ଚାକିରିରୁ ଭଲ ଆୟ ହେବା ସହିତ ତାଙ୍କ ମାସିକ ଖର୍ଚ୍ଚ ମଧ୍ୟ ତୁଳନାମୂଳକ ଭାବେ କମ୍‌। ଫଳରେ ଆୟର ଏକ ବଡ଼ ଅଂଶ ସେ ସଞ୍ଚୟ କରିପାରୁଛନ୍ତି । ଏପରିକି ତାଙ୍କ ସଞ୍ଚୟ ପ୍ରାୟ ୯୦ ପ୍ରତିଶତ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଏତେ ଭଲ ଦରମା ଓ ଆର୍ଥିକ ସୁରକ୍ଷା ଥିବା ସତ୍ତ୍ୱେ ଚାକିରି ଛାଡ଼ିବାକୁ କାହିଁକି ଚାହୁଁଛନ୍ତି ଯୁବକ? ଏହା ପଛରେ ରହିଛି କ୍ୟାରିୟର ଗ୍ରୋଥ୍‌ର ଚିନ୍ତା ।

ଅଧିକ ଦାୟିତ୍ୱ, ନୂଆ ସୁଯୋଗ ଓ ଆଗାମୀ ଦିନରେ ଭଲ କ୍ୟାରିୟର ପାଇଁ ସେ MBA କରିବାକୁ ପ୍ରସ୍ତୁତି ନେଉଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି—ଭଲ ଦରମା ଓ ଚାକିରିର ସୁରକ୍ଷା ଅଧିକ ଜରୁରୀ, ନା କ୍ୟାରିୟର ଗ୍ରୋଥ୍‌ ଓ ଭବିଷ୍ୟତର ବଡ଼ ସୁଯୋଗ?
ଅନେକ ଯୁବକ ଚାକିରିରେ ସ୍ଥିରତାକୁ ପ୍ରାଥମିକତା ଦେଉଥିବା ବେଳେ, ଏହି ମାମଲା ଦର୍ଶାଉଛି ଯେ କେବଳ ଦରମା ନୁହେଁ, କାମର ସନ୍ତୁଷ୍ଟି, କ୍ୟାରିୟରର ଗତି ଓ ଆଗାମୀ ସୁଯୋଗ ମଧ୍ୟ ଯୁବପିଢ଼ିଙ୍କ ନିଷ୍ପତ୍ତିରେ ବଡ଼ ଭୂମିକା ନେଉଛି । ତେବେ PSU ଭଳି ସୁରକ୍ଷିତ ଚାକିରି ଛାଡ଼ି MBA ପରେ ଅଧିକ ଭଲ ସୁଯୋଗ ମିଳିବ କି? ଏହା ନିଶ୍ଚିତ ନୁହେଁ। କିନ୍ତୁ ଏହି ଯୁବକଙ୍କ କାହାଣୀ ନିଶ୍ଚିତ ଭାବେ ଆଜିର ଯୁବପିଢ଼ି ସାମ୍ନାରେ ‘ସ୍ୟାଲେରୀ ନା କ୍ୟାରିୟର ଗ୍ରୋଥ୍‌?’ ଭଳି ଏକ ବଡ଼ ପ୍ରଶ୍ନ ଛିଡ଼ା କରିଛି ।

Leave a Reply

Your email address will not be published. Required fields are marked *