ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବାରେଣୀ ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବଡ଼ ଧରଣର ଗଞ୍ଜେଇ ଚାଲାଣ ଉଦ୍ୟମକୁ ପଣ୍ଡ କରାଯାଇଛି । ଚଢ଼ାଉ ବେଳେ ଏକ ଟାଟା ପଞ୍ଚ କାରରୁ ୫୬ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ଅବକାରୀ ଟିମ୍ ।
ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବାରେଣୀ ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବଡ଼ ଧରଣର ଗଞ୍ଜେଇ ଚାଲାଣ ଉଦ୍ୟମକୁ ପଣ୍ଡ କରାଯାଇଛି । ଚଢ଼ାଉ ବେଳେ ଏକ ଟାଟା ପଞ୍ଚ କାରରୁ ୫୬ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ଅବକାରୀ ଟିମ୍ । ଘଟଣାରେ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କନ୍ଧମାଳ ଜିଲ୍ଲା ଟିକାପାଲି ଅଞ୍ଚଳର ବିଶ୍ୱଜିତ ନାୟକ ଓ ଶୁକାନ୍ତ ବେହେରା । ଉଭୟଙ୍କୁ ଗିରଫ କରି ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି। ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁ ସ୍ଥାନକୁ ଚାଲାଣ ହେଉଥିଲା, ସେନେଇ ଖୋଳତାଡ଼ ଚାଲିଛି ।
ତେବେ ଆଠମଲ୍ଲିକ ଦେଇ ଦୀର୍ଘଦିନ ଧରି ବ୍ୟାପକ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ ରହିଆସିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବେଳେବେଳେ ଚଢ଼ାଉ ହେଉଥିଲେ ମଧ୍ୟ ଏହି ଅବୈଧ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇପାରୁନାହିଁ । କେତେକ ମହଲରୁ ଗଞ୍ଜେଇ ମାଫିଆ ଓ କିଛି ଅବକାରୀ କର୍ମଚାରୀଙ୍କ ମଧ୍ୟରେ ମିଲିଭଗତ ଥିବା ଅଭିଯୋଗ ଉଠୁଛି । ତେବେ ଏହି ଅଭିଯୋଗର ସ୍ୱାଧୀନ ପୁଷ୍ଟି ହୋଇନାହିଁ ଏବଂ ଏନେଇ ବିଭାଗୀୟ ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ । ଗଞ୍ଜେଇ ଚାଲାଣ ରୋକିବା ପାଇଁ ଅଧିକ କଡ଼ା ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

