୨୩ ଦିନ ଅନଶନ ପରେ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟରେ ଅବନତି, ଡାକ୍ତରଙ୍କ ନଜରରେ ଚାଲିଛି ଚିକିତ୍ସା

ଦୀର୍ଘ ୨୩ ଦିନ ଧରି ଅନଶନରେ ଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟକୁ ନେଇ ସଫଦରଜଙ୍ଗ ହସ୍ପିଟାଲ ନୂଆ ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରିଛି । ବୁଲେଟିନ୍ ଅନୁସାରେ, ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ପାରାମିଟର ସ୍ଥିର ଥିଲେ ମଧ୍ୟ ରକ୍ତ ଚାପ ଓ ପୋଟାସିୟମ୍ ସ୍ତର କମ୍ ରହିଛି ।

ଦୀର୍ଘ ୨୩ ଦିନ ଧରି ଅନଶନରେ ଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟକୁ ନେଇ ସଫଦରଜଙ୍ଗ ହସ୍ପିଟାଲ ନୂଆ ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରିଛି । ବୁଲେଟିନ୍ ଅନୁସାରେ, ତାଙ୍କ ଶରୀରର ଗୁରୁତ୍ୱପୂର୍ଣ୍ଣ ପାରାମିଟର ସ୍ଥିର ଥିଲେ ମଧ୍ୟ ରକ୍ତ ଚାପ ଓ ପୋଟାସିୟମ୍ ସ୍ତର କମ୍ ରହିଛି ।  ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ରାତିରେ କରାଯାଇଥିବା ପରୀକ୍ଷାରେ ସିରମ୍ ପୋଟାସିୟମ୍ ସ୍ତର ୩.୨ଏମଇକ୍ୟୁ/ଏଲ ରହିଥିବା ବେଳେ, ସେ ପ୍ୟାନସାଇଟୋପେନିଆ ସମସ୍ୟାରେ ମଧ୍ୟ ପୀଡ଼ିତ ଅଛନ୍ତି । ଅର୍ଥାତ୍ ତାଙ୍କ ଶରୀରରେ ରକ୍ତ ଓ ଧଳା ରକ୍ତ କଣିକାର ପରିମାଣ କମ୍ ରହିଛି । ଏହି କାରଣରୁ ତାଙ୍କର ବାରମ୍ବାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ।

ଡାକ୍ତରମାନେ ୱାଙ୍ଗଚୁକଙ୍କୁ ଓଆରଏସ୍ ଓ ମୁହଁରେ ପୋଟାସିୟମ ଔଷଧ ଦେଉଥିବା ବେଳେ, ଶିରା ମାଧ୍ୟମରେ ଦିଆଯାଉଥିବା ତରଳ ପଦାର୍ଥ ଓ ଗ୍ଲୁକୋଜ ନେବାକୁ ମନାକରିଛନ୍ତି । ଏଥିସହ ତାଙ୍କଠାରେ ମଧ୍ୟମ ଧରଣର ଡିହାଇଡ୍ରୋସନ୍ ସମସ୍ୟା ମଧ୍ୟ ଦେଖାଦେଇଛି । ଭିଏମଏମସି, ସଫଦରଜଙ୍ଗ ହସ୍ପିଟାଲ ଏବଂ ଏମସ୍ର ବିଶେଷଜ୍ଞ ଡାକ୍ତରମାନଙ୍କ ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଉପରେ ଲଗାତାର ନଜର ରଖିଛନ୍ତି । ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ , ସୋନମ ୱାଙ୍ଗଚୁକଙ୍କୁ ସମସ୍ତ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି ଏବଂ ତାଙ୍କର ପରବର୍ତ୍ତୀ ଚିକିତ୍ସା ସ୍ୱାସ୍ଥ୍ୟର ଅଗ୍ରଗତି ଓ ପରୀକ୍ଷା ରିପୋର୍ଟ ଆଧାରରେ ନିର୍ଦ୍ଧାରଣ କରାଯିବ । 

Leave a Reply

Your email address will not be published. Required fields are marked *