ଲିଓନେଲ ମେସିଙ୍କ ମହାନତା: ମାଡ୍ରିଡ୍‌ ଅଗ୍ନିବିପନ୍ନଙ୍କ ପାଇଁ ଦାନ କଲେ ୮୦ ହଜାର ୟୁରୋ

ଆର୍ଜେଣ୍ଟିନାର ଫୁଟ୍‌ବଲ୍‌ ମହାନ ଲିଓନେଲ ମେସି ପୁଣିଥରେ ନିଜର ମାନବିକତାର ପରିଚୟ ଦେଇଛନ୍ତି। ସ୍ପେନ୍‌ର ମାଡ୍ରିଡ୍‌ରେ ଅଗ୍ନିକାଣ୍ଡରେ ପ୍ରଭାବିତ ଲୋକଙ୍କ ସହାୟତା ଓ ପୁନଃନିର୍ମାଣ କାର୍ଯ୍ୟ ପାଇଁ ସେ ୮୦,୦୦୦ ୟୁରୋ (ପ୍ରାୟ ୮୮ ଲକ୍ଷ ଟଙ୍କା) ଦାନ କରିଛନ୍ତି।

ଆର୍ଜେଣ୍ଟିନାର ଫୁଟ୍‌ବଲ୍‌ ମହାନ ଲିଓନେଲ ମେସି ପୁଣି ଥରେ ନିଜର ଉଦାରତା ଓ ମାନବିକତାର ପରିଚୟ ଦେଇଛନ୍ତି । ସ୍ପେନ୍‌ର ରାଜଧାନୀ ମାଡ୍ରିଡ୍‌ରେ କିଛି ଦିନ ତଳେ ଘଟିଥିବା ପ୍ରଳୟଙ୍କରୀ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ସହାୟତା ପାଇଁ ସେ ୮୦,୦୦୦ ୟୁରୋ (ଭାରତୀୟ ମୁଦ୍ରାରେ ପ୍ରାୟ ୮୮ ଲକ୍ଷ ଟଙ୍କା) ଦାନ କରିଛନ୍ତି ।

ମାଡ୍ରିଡ୍‌ ଆଞ୍ଚଳିକ ଅଧ୍ୟକ୍ଷ ଇସାବେଲ ଡିଆଜ୍‌ ଆୟୁସୋ ସାମାଜିକ ଗଣମାଧ୍ୟମରେ ଆର୍ଜେଣ୍ଟିନା ତାରକାଙ୍କ ଏହି ମହାନତା ବିଷୟରେ ସୂଚନା ଦେବା ସହ ତାଙ୍କୁ ଗଭୀର ଧନ୍ୟବାଦ ଜଣାଇଛନ୍ତି । ଡିଆଜ୍‌ କହିଛନ୍ତି ଯେ ମାଡ୍ରିଡ୍‌ର ସିଏରା ଓଏଷ୍ଟା ଅଞ୍ଚଳର କ୍ଷୟକ୍ଷତିର ପୁନଃନିର୍ମାଣ ପାଇଁ ଲିଓ ମେସି ୮୦,୦୦୦ ୟୁରୋ ଦାନ କରିଛନ୍ତି । ମାଡ୍ରିଡର ଲୋକମାନେ ତାଙ୍କୁ ସ୍ୱାଗତ ଓ ପ୍ରଶଂସା କରିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ମାଡ୍ରିଡ୍‌ ସିଏରା ଓଏଷ୍ଟାରେ ଭୟଙ୍କର ଅଗ୍ନିକାଣ୍ଡ ପରବର୍ତ୍ତୀ ପୁନଃ ଥଇଥାନ ଲାଗି ସ୍ପାନିସ୍‌ କର୍ତ୍ତୃପକ୍ଷ ବ୍ୟାପକ କାର୍ଯ୍ୟକରୁଥିବା ବେଳେ ମେସିଙ୍କ ଏହି ଦାନ ଅର୍ଥ ବେଶ୍‌ ସହାୟକ ହୋଇଛି । ସ୍ଥାନୀୟ ପ୍ରଶାସନ ଓ ନିଆଁଲିଭା ଦଳ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସ୍ଥିତି ସୁଧାରିବା ପାଇଁ ଲଗାତାର ନିୟୋଜିତ ଅଛନ୍ତି ।

ସୂଚନାଯୋଗ୍ୟ ଯେ ମେସିଙ୍କ ନେତୃତ୍ବାଧୀନ ଆର୍ଜେଣ୍ଟିନା ନିକଟରେ ଶେଷ ହୋଇଥିବା ଫିଫା ବିଶ୍ବକପ୍‌ ଫାଇନାଲ୍‌ରେ ସ୍ପେନ୍‌ଠୁ ହାରି ଉପବିଜେତା ହୋଇଥିଲା । ବିଶ୍ୱକପ୍ ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ ସ୍ପେନ୍‌ର ବିପତ୍ତି ସମୟରେ ମେସି ଆଗେଇ ଆସି ବଦାନ୍ୟତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି । 

Leave a Reply

Your email address will not be published. Required fields are marked *