ପଡ଼ିଆରେ ହାତାହାତି ହେଲେ ଆର୍ଜେଣ୍ଟିନା ,ସ୍ପେନ ଖେଳାଳି

ବିଶ୍ବକପ୍‌ ଫାଇନାଲ୍‌ ପରେ ଆର୍ଜେଣ୍ଟିନା ଓ ସ୍ପେନ୍‌ ଖେଳାଳିଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ପରିସମାପ୍ତି ହ୍ବିସଲ୍‌ ବାଜିବା ପରେ ଆର୍ଜେଣ୍ଟିନା ଲିଆନ୍ଦ୍ରୋ ପାରେଦେସ୍‌ ସ୍ପେନ୍‌ର ମିଡ୍‌ଫିଲ୍ଡର ପାବ୍‌ଲୋ ଗାଭିରା (ଗାଭି)ଙ୍କୁ ରାଗରେ ଧକ୍କା ମାରୁଥିବା ଦେଖାଯାଇଥିଲା

ବିଶ୍ବକପ୍‌ ଫାଇନାଲ୍‌ ପରେ ଆର୍ଜେଣ୍ଟିନା ଓ ସ୍ପେନ୍‌ ଖେଳାଳିଙ୍କ ମଧ୍ୟରେ ବିବାଦୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ପରିସମାପ୍ତି ହ୍ବିସଲ୍‌ ବାଜିବା ପରେ ଆର୍ଜେଣ୍ଟିନା ଲିଆନ୍ଦ୍ରୋ ପାରେଦେସ୍‌ ସ୍ପେନ୍‌ର ମିଡ୍‌ଫିଲ୍ଡର ପାବ୍‌ଲୋ ଗାଭିରା (ଗାଭି)ଙ୍କୁ ରାଗରେ ଧକ୍କା ମାରୁଥିବା ଦେଖାଯାଇଥିଲା। ଆଉଜଣେ ଆର୍ଜେଣ୍ଟିନା ଖେଳାଳି ଥିଆଗୋ ଆଲ୍‌ମାଦା ମଧ୍ୟ ଏଥିରେ ସଂପୃକ୍ତ ଦେଖାଯାଇଥିଲା ।

ପାରେଦେସ୍‌ଙ୍କ ଧକ୍କା ଯୋଗୁଁ ଗାଭି ପଡ଼ିଆରେ ଖସିପଡ଼ିଥିଲେ। ପରିସ୍ଥିତି ଖରାପ ହେଉଥିବା ଦେଖି ଆର୍ଜେଣ୍ଟିନା ପ୍ରଶିକ୍ଷକ ଲିଓନେଲ୍‌ ସ୍ଲାଲୋନି ସେଠାରେ ପହଞ୍ଚି ଉଭୟ ପକ୍ଷର ଖେଳାଳିଙ୍କୁ ଅଲଗା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। କିନ୍ତୁ ଉଭୟ ପକ୍ଷର ମଧ୍ୟରେ ଉତ୍ତେଜନା ଜାରି ରହିଥିଲା। ଏହି ଘଟଣା ପରେ ରେଫରି ସ୍ଲାଭ୍‌କୋ ଭିନ୍‌ସିକ୍‌ ପାରେଦେସ୍‌ଙ୍କୁ ଲାଲ୍‌କାର୍ଡ ଦେଖାଇଥିଲେ। ଏହି ବିବାଦର କାରଣ ଜଣାପଡ଼ି ନାହିଁ ଓ ଫିଫା ପକ୍ଷରୁ ମଧ୍ୟ କୌଣସି ବୟାନ ଜାରି ହୋଇନାହିଁ। ତେବେ ପରାଜୟ ପରେ ହତାଶ ହୋଇ ଆର୍ଜେଣ୍ଟିନା ଖେଳାଳି ଏପରି କରିଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *